ବ୍ରହ୍ମାସ୍ତ୍ରରେ ନଜର ଆସିବେ ଶାହାରୁଖ ଖାନ, ସୂଚନା ଦେଲେ ମୌନି
Brahmastra : ବ୍ରହ୍ମାସ୍ତ୍ରରେ ନଜର ଆସିବେ ଶାହାରୁଖ ଖାନ, ସୂଚନା ଦେଲେ ମୌନିMouni Roy Confirm Shah Rukh Khan Cameo In Brahmastra
ମୁମ୍ବାଇ:ଫିଲ୍ମ ବ୍ରହ୍ମାସ୍ତ୍ରରେ ନଜର ଆସିବେ ଶାହାରୁଖ ଖାନ । ମୌନି କଲେ କନଫର୍ମ । ବହୁ ପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ର । ଚଳିତ ମାସ ୯ତାରିଖରେ ରିଲିଜ୍ ହେବାପାଇଁ ଯାଉଛି । ଦର୍ଶକ ବେଶ୍ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । ଆୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାର ନଜର ଅଭିନୟ କରୁଛନ୍ତି ଆଲିଆ ଭଟ୍ଟ, ରଣବୀର କପୁର, ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ । ଏହି ଫିଲ୍ମରେ ମୌନି ନେଗେଟିଭ୍ ଭୂମିକାର ନଜର ଆସୁଛନ୍ତି । ଏହା ମଧ୍ୟରେ ଫିଲ୍ମରେ ଶାହାରୁଖଙ୍କ କ୍ୟାମିଓ ଖବରକୁ ଚର୍ଚ୍ଚା ଜୋରଧରିଥିଲା । ଯାହାର ଏକ ଝଲକ ଟ୍ରେଲରେ ଦେଖିବା ପାଇଁ ମିଳିଥିଲା । ହେଲେ ଏବେ ଏହି ଖବରକୁ ମୌନି ନିଶ୍ଚିତ କରିଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଏହି ଫିଲ୍ମରେ ଶାହାରୁଖଙ୍କୁ ଏକ ବିଶେଷ ଭୂମିକା ଦେଖିବା ପାଇଁ ମିଳିବ ।

ନିକଟରେ ଏକ ସାକ୍ଷାତକାରରେ ମୌନି ତାଙ୍କ ବ୍ରହ୍ମାସ୍ତ୍ରର କୋ-ଷ୍ଟାରଙ୍କ ବିଷୟରେ ଅନେକ ସୂଚନା ଦେଇଥିଲେ । ସେ କହିଛନ୍ତି ଯେ ରଣବୀର, ଆଲିଆ, ବଚ୍ଚନ ସାର୍, ନାଗାର୍ଜୁନ ସାର୍, ଶାହରୁଖ ଖାନ ସାର୍ଙ୍କ ସହ କାମ ବେଶ୍ ଭଲ ଅନୁଭବ କରୁଛନ୍ତି ଏହା ସହ ଫିଲ୍ମ ବ୍ରହ୍ମାସ୍ତ୍ରର ଦୁନିଆରେ ଯୋଗ ଦେଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି । ମୌନି ଏହା ମଧ୍ୟ କହିଛନ୍ତି ଏବଂ ଆୟାନ ମୁଖାର୍ଜୀ ଏହାକୁ ଏକ ସୁନ୍ଦର ଗଳ୍ପ କାହାଣୀରେ ପରିଣତ କରିଛନ୍ତି। ତେବେ ଫିଲ୍ମରେ ମୌନିଙ୍କୁ ନେଗଟିଭ୍ ଚିରିତ୍ରରେ ଦେଖିବା ପାଇଁ ମିଳିବ । ଏହି ରୋଲ୍ ତାଙ୍କ ପାଇଁ ଖୁବ ନୂଆ ଓ ଚ୍ୟାଲେଞ୍ଜିଂ ରହିଛି । ତେବେ ଫିଲ୍ମରେ ଶାହାରୁଖ ଖାନଙ୍କ କ୍ୟାମିଓକୁ ମୌନି କନଫର୍ମ କରିବା ପରେ ଫିଲ୍ମକୁ ନେଇ ପ୍ରଶଂସକଙ୍କର ଉତ୍ସାହ ମଧ୍ୟ ବିଢିଯାଇଛି । ଏବେ ଦେଖିବା ବାକି ରହିଲା ଫିଲ୍ମଟି ବକ୍ସଅଫିସରେ କିପରି ନିଜ ଛାପ ଛାଡୁଛି ।












Click it and Unblock the Notifications