କାନ୍ଦିଲେ ଅପରାଜିତା, ପୁଅ ଫେରି ଆସିବାକୁ କଲେ ନିବେଦନ
ପୁଅ ବାବୁସାନଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା । ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍ ଫେରି ନୂଆ ଆରମ୍ଭ କରୁ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା ।
ଭୁବନେଶ୍ୱର: ରବିବାର ଗଣମାଧ୍ୟମ ଆଗରେ ମୁହଁ ଖୋଲିଛନ୍ତି ଅପରାଜିତା ମହାନ୍ତି । ଗଣମାଧ୍ୟମ ଆଗରେ କାନ୍ଦୁଥିବାର ମଧ୍ୟ ଦେଖିବାକୁ ମିଳିଛି । ପୁଅ ବାବୁସାନଙ୍କ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ମାଆ ଅପରାଜିତା । ସ୍ତ୍ରୀ ଓ ପୁଅ ପାଖକୁ ପୁଣି ଥରେ ବାବୁସାନ୍ ଫେରି ନୂଆ ଆରମ୍ଭ କରୁ ବୋଲି ଆଶା ପ୍ରକାଶ କରିଛନ୍ତି ଅପରାଜିତା ।

ଭୁଲ ସଙ୍ଗତରେ ଆସି ବାବୁସାନ୍ର ସର୍ବନାଶ ହୋଇଛି। ଦେଢବର୍ଷ ଭିତରେ ସେ ଖୁବ୍ ବଦଳି ଯାଇଛି । ନିଜ ଲୋକଙ୍କୁ ଖୁବ ଭଲ ପାଉଥିବା ବାବୁସାନ କେଉଁଟା ଖରାପ, କେଉଁଟା ଭଲ ବି ବୁଝିପାରିଲାନି । ସେ ବହୁତ୍ ଭଲ ପିଲାଟିଏ ଓ ବହୁତ ଗେହ୍ଲା । ବାପା, ମା', ସ୍ତ୍ରୀ ଓ ଛୁଆଙ୍କୁ ସେ ବହୁତ ଭଲପାଏ ବୋଲି କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି ଅପରାଜିତା ।
ଅପରାଜିତା କହିଛନ୍ତି ଯେ, 'ଦେଢ଼/ଦୁଇ ବର୍ଷ ଭିତରେ ଖରାପ ସଙ୍ଗତରେ ପଡ଼ି ଖରାପ ହୋଇଗଲା । ଖରାପ ସଙ୍ଗତରେ ପଡ଼ିବାରୁ ତାର ସର୍ବନାଶ ହୋଇଛି । ଯେଉଁମାନଙ୍କୁ ଅତି ଭଲ ପାଏ, ସେମାନଙ୍କ କଥା ବି ମାନିଲା ନାହିଁ । ମୁଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରୁଛି ବାବୁସାନ ଫେରିଆସୁ । ବାପା, ମାଆ, ସ୍ତ୍ରୀ, ପିଲା ପାଖକୁ ବାବୁସାନ ଫେରି ଆସୁ' ।
ସେହିପରି ବନ୍ଧୁତାର ସଂଜ୍ଞା ବୁଝାଇଛନ୍ତି ଅପରାଜିତା । ପ୍ରକୃତ ବନ୍ଧୁ ହିଁ ଜଣେ ବନ୍ଧୁକୁ କେବେ ଅସୁବିଧାରେ ପକାଏ ନାହିଁ ବୋଲି ସେ କହିଛନ୍ତି । ଯିଏ ପ୍ରକୃତ ବନ୍ଧୁ ହୋଇଥିବ କାହାର ଅନିଷ୍ଟ କରିବନି । ଯାହାର ସ୍ୱାର୍ଥ ଥିବ ସେ ଅନିଷ୍ଟ ଚିନ୍ତା କରିବ ବୋଲି ଅପରାଜିତା କହିଛନ୍ତି ।
ତାର ଚରିତ୍ର ବଦଳିଛି, ସେ ଡିପ୍ରେସନରେ ରହୁଛି । ମୋ ପୁଅ ତାର ସ୍ତ୍ରୀ ଓ ପିଲାଙ୍କ ପାଖକୁ ପଳାଇ ଆସୁ । ୨ରୁ ୩ଜଣ ନାରୀ ଚରିତ୍ର ଜୀବନକୁ ଆସିବା ପରେ ଅଶାନ୍ତି ସୃଷ୍ଟି ହୋଇଛି । କେବଳ ସେତିକି ନୁହେଁ ବ୍ଲାକମେଲ୍ କରାଯାଉଥିବା ବାବୁସାନ୍ ଘରେ ଜଣାଇଥିଲେ । ଅନ୍ୟର ପ୍ରରୋଚନାରେ ପଡି ଘର ଲୋକଙ୍କୁ ଭୁଲ ବୁଝେନି ବୋଲି ମାଆ ଅପରାଜିତା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ପରିବାର ଲୋକ ସବୁବେଳେ ବାବୁସାନ୍ ସହିତ ରହିଛନ୍ତି ।
ଉଲ୍ଲେଖଥାଉ କି, ଶନିବାର ସକାଳୁ ସକାଳୁ ଝଡି-ବର୍ଷାରେ ଦାଣ୍ଡରେ ପଡ଼ି ହାଟରେ ଗଡିଥିଲା ଓଲିଉଡ଼ ଷ୍ଟାର କିଡ୍ସଙ୍କ କଳି । ସୁପରଷ୍ଟାର
ଅଭିନେତା ବାବୁସାନ ଏବଂ ଅଭିନେତ୍ରୀ ପ୍ରକୃତି ମିଶ୍ର ଓ ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥିଙ୍କୁ ନେଇ ସୋସିଆଲ ମିଡିଆରେ ଭାଇଲାର ହୋଇଥିଲା କୋଡିଓରୁ ଉର୍ଦ୍ଧ୍ୱ ଭିଡିଓ । ରାସ୍ତ ମଝିରେ ତିନି ଜଣଙ୍କ ଝଗଡା ଦେଖି ଆଶ୍ଚର୍ଯ୍ୟ ହୋଇ ଯାଇଥିଲା ସାରା ରାଜ୍ଯ । ତେବେ ଘଟଣାରେ ପ୍ରକୃତିଙ୍କ ବାପା, ମା ଖାରବେଳନଗର ଥାନାରେ ଏତଲା ଦେବା ପରେ ପୋଲିସ ମାମଲା ରୁଜୁ କରିଛନ୍ତି । ଅନ୍ୟପକ୍ଷରେ ଖାରବେଳନଗର ଥାନାରେ ଶାଶୂ ଅପରାଜିତାଙ୍କ ସହ ମିଶି ଏତଲା ଦେଇଛନ୍ତି ବାବୁସାନଙ୍କ ପତ୍ନୀ ତୃପ୍ତି ।












Click it and Unblock the Notifications