Year Ender 2021: ଜାଣନ୍ତୁ, ଗୁଗୁଲରେ ସର୍ବାଧିକ ସର୍ଚ୍ଚ କରାଯାଇଥିବା ଭାରତୀୟ ଚଳଚ୍ଚିତ୍ରର ନାମ ?
ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଚଳିତ ବର୍ଷ ସର୍ବାଧିକ ଖୋଜା ଯାଇଥିବା ଭାରତୀୟ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାଉଥ୍ ସୁପରଷ୍ଟାର୍ ସୁରିୟାଙ୍କ ଫିଲ୍ମ 'ଜୟ ଭୀମ୍' ଶୀର୍ଷରେ ରହିଛି ।
Most Searched Movie on Google 2021: ଅନେକ ଉତ୍ଥାନ-ପତନ ସହିତ ଶେଷ ପର୍ଯ୍ୟୟରେ ବର୍ଷ 2021 । ଚଳିତ ବର୍ଷ ମନୋରଞ୍ଜନ ଜଗତରେ ମଧ୍ୟ ସମାନ ଅସ୍ଥିରତା ଦେଖା ଦେଇଥିଲା । ପ୍ରେକ୍ଷାଳୟଗୁଡ଼ିକ ଅଧିକାଂଶ ସମୟ ବନ୍ଦ ରହିଲା । ମାତ୍ର ସିନେମା ହଲ ଖୋଲିବା ପରେ ମଧ୍ୟ କରୋନା ମହାମାରୀ ଭୟରେ ଲୋକେ ହଲକୁ ଯିବାକୁ ଭୟ କଲେ ।

ଫଳରେ ଚଳିତ ବର୍ଷ ପ୍ରେକ୍ଷାଳୟ ଅପକ୍ଷେ OTT ପ୍ଲାଟଫର୍ମରେ ବହୁ ବଡ ତାରକାଙ୍କ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏପଟେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନ୍ ଚଳିତ ବର୍ଷ ସର୍ବାଧିକ ଖୋଜା ଯାଇଥିବା ଭାରତୀୟ ଚଳଚ୍ଚିତ୍ରର ତାଲିକା ପ୍ରକାଶ କରିଛି । ଯେଉଁଥିରେ ସାଉଥ୍ ସୁପରଷ୍ଟାର୍ ସୁରିୟାଙ୍କ ଫିଲ୍ମ 'ଜୟ ଭୀମ୍' ଶୀର୍ଷରେ ରହିଛି ।
ସଲମାନ ଖାନଙ୍କ 'ରାଧେ, ଦ ମୋଷ୍ଟ ୱାଣ୍ଟେଡ୍ ଭାଇ', ଅକ୍ଷୟ କୁମାରଙ୍କ 'ବେଲ ବଟମ୍' ଏବଂ ଅଜୟ ଦେବଗନଙ୍କ 'ଭୁଜ୍' ଏବଂ ଜନ୍ ଅବ୍ରହାମଙ୍କ 'ସତ୍ୟମେବ ଜୟତେ' ସମେତ ଅନେକ ବଡ ତାରକାଙ୍କ ଚଳଚ୍ଚିତ୍ର ଚଳିତ ବର୍ଷ ମୁକ୍ତିଲାଭ କରିଥିଲା। କିନ୍ତୁ ସମସ୍ତ ବଲିଉଡ ଚଳଚ୍ଚିତ୍ରକୁ ପରାସ୍ତ କରି ଦକ୍ଷିଣର ସୁପରଷ୍ଟାର ସୁରିଆଙ୍କ ଫିଲ୍ମ 'ଜୟ ଭୀମ' ଗୁଗୁଲରେ ସର୍ବାଧିକ ଖୋଜା ଯାଇଥିବା ଚଳଚ୍ଚିତ୍ର ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ବଡ ତାରକାମାନଙ୍କ ଚଳଚ୍ଚିତ୍ରର ନାମ ଏହି ତାଲିକାର ଦ୍ୱିତୀୟ ନମ୍ବରରେ ମଧ୍ୟ ନାହିଁ । ଏହି ତାଲିକା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଦ୍ୱିତୀୟ ସ୍ଥାନରେ ସିଦ୍ଧାର୍ଥ ମଲହୋତ୍ରାଙ୍କ 'ଶେରଶାହା':
ଏହି ତାଲିକାରେ ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ 'ଶେରଶାହା' ଦ୍ୱିତୀୟ ସ୍ଥାନରେ ରହିଛି। ଚଳିତ ବର୍ଷ ଆମାଜନ ପ୍ରାଇମ ଭିଡିଓରେ ଶେରଶାହା ମୁକ୍ତିଲାଭ କରିଥିଲା। ଏହି ଚଳଚ୍ଚିତ୍ର ଶହୀଦ କ୍ୟାପଟେନ ବିକ୍ରମ ବତ୍ରାଙ୍କ ଜୀବନରେ ନିର୍ମିତ ହୋଇଥିଲା । ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ସଲମାନ ଖାନଙ୍କ 'ରାଧେ' ତାଙ୍କ ପଛରେ ତୃତୀୟ ସ୍ଥାନରେ ରହିଛି। ଇଦ୍ ଅବସରରେ ରାଧେ ଚଳିତ ବର୍ଷ OTT ରେ ମୁକ୍ତ କରିଥିଲା। ଏଥିରେ ସଲମାନଙ୍କ ବିପକ୍ଷରେ ଦିଶା ପାଟାନିଙ୍କୁ ଦେଖିବାକୁ ମିଳିଥିଲା ।
ପଛରେ ପଡିଲା ସଲମାନ, ଅକ୍ଷୟ ଏବଂ ଅଜୟଙ୍କ ମୁଭି:
ଏହି ତାଲିକାରେ ଅକ୍ଷୟ କୁମାରଙ୍କ 'ବେଲ ବଟମ' ଚତୁର୍ଥ ସ୍ଥାନରେ ରହିଛି। ଏହି ଚଳଚ୍ଚିତ୍ରଟି ପ୍ରଥମେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା, ପରେ ଫିଲ୍ମଟି ଆମାଜନ ପ୍ରାଇମରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ବିପକ୍ଷରେ ଭାଣି କପୁରଙ୍କୁ ଦେଖିବାକୁ ମିଳିଥିଲା। ଏହି ତାଲିକାରେ ଅକ୍ଷୟ କୁମାରଙ୍କ ଫିଲ୍ମ 'ସୁରୟବଂଶୀ' ମଧ୍ୟ ଅଛି । ଅଜୟ ଦେବଗାନଙ୍କ ଫିଲ୍ମ 'ଭୁଜ୍' ଏହି ତାଲିକାରେ ଦଶମ ସ୍ଥାନରେ ରହିଛି।
ଟପ୍ 10 ତାଲିକା ଏଠାରେ-
- 1) ଜୟ ଭୀମ୍
- 2) ଶେରଶାହା
- 3) ରାଧେ
- 4) ବେଲବଟମ୍
- 5) ଏଟରନାଲ୍ସ
- 6) ମାଷ୍ଟର
- 7) ସୁରୟବଂଶୀ
- 8) ଗୋରଜିଲ୍ଲା vs କଙ୍ଗ
- 9) ଦୃଶ୍ୟମ-2
- 10) ଭୁଜ୍












Click it and Unblock the Notifications