୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ
୨୦୦ କୋଟି ଠକେଇ ମାମଲା: ଅଭିନେତ୍ରୀ ନୋରା ଫତେହିଙ୍କ ବୟାନ ରେକର୍ଡ
ନୂଆଦିଲ୍ଲୀ: ୨୦୦ କୋଟି ଠକେଇ ମାମଲାରେ ବଲିଉଡ ଅଭିନେତ୍ରୀ ନୋରା ଫତେହି କୋର୍ଟରେ ତାଙ୍କ ବୟାନ ରେକର୍ଡ କରିଛନ୍ତି । ଦିଲ୍ଲୀ ପଟିଆଲ ହାଉସ୍ କୋର୍ଟରେ ତାଙ୍କର ବୟାନ ରେକର୍ଡ ହୋଇଛି । ମେଟ୍ରୋ ପଲିଟାନ୍ ମାଜିଷ୍ଟ୍ରେଟ୍ ଆକ୍ରିତ ମେହେନ୍ଦ୍ରୁଙ୍କ ସମ୍ମୁଖରେ ବୟାନ ରେକର୍ଡ ହୋଇଛି । ନୋରା ନିଜେ ଦିଲ୍ଲୀ ପୋଲିସର ଇକୋନୋମିକ୍ ଅଫେନ୍ସ ୱିଙ୍ଗରେ ପହଞ୍ଚି ଏହି ପ୍ରସଙ୍ଗରେ ତାଙ୍କ ବୟାନ ରେକର୍ଡ କରିବାକୁ ଅନୁରୋଧ କରିଥିଲେ । ନ୍ୟୁଜ୍ ଏଜେନ୍ସି ANI ନିଜ ଟ୍ୱିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ନୋରା କାରରେ ବସିଥିବାର ନଜର ଆସୁଛନ୍ତି ।

#WATCH | Delhi: Actor-dancer Nora Fatehi leaves from Patiala House Court in Delhi. She appeared before the Court and gave a statement before magistrate to assist the investigation of Rs 200 Crore money laundering case linked to conman Sukesh Chandrasekhar. pic.twitter.com/KVL9A7txEr
— ANI (@ANI) January 13, 2023
ଏହାପୂର୍ବରୁ ଇଡି ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ ଅନେକ ଥର ପଚରାଉଚରା କରିସାରିଛି । ପଚରାଉଚରା ବେଳେ ନୋରା ପ୍ରକାଶ କରିଛନ୍ତି ଯେ, ସୁକେଶ ଚନ୍ଦ୍ରଶେଖରଙ୍କ ପତ୍ନୀ ଲୀନା ମାରିଆଙ୍କ ମାଧ୍ୟମରେ ତାଙ୍କର ପରିଚୟ ଚନ୍ଦ୍ରଶେଖରଙ୍କ ସହ ହୋଇଥିଲା । ସେ ସୁକେଶଙ୍କର ଠାରୁ କୌଣସି ଉପହାର ନେଇ ନାହାଁନ୍ତି । ମିଡିଆରେ ତାଙ୍କ ବିରୋଧରେ ମିଥ୍ୟା ଖବର ପ୍ରଚାର ହେଉଛି ଯାହା ଦ୍ୱାରା ତାଙ୍କର ମର୍ଯ୍ୟାଦା ନଷ୍ଟ ହେଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ସେହିପରି ଏହି କେଶରେ ଜ୍ୟାକଲିନ୍ ଓ ନୋରାଙ୍କୁ ଜେରା କରାସରିଛି । ଏପରିକି ସୁକେଶ ଚନ୍ଦ୍ରଶେଖରଙ୍କ ସହ ନୋରାଙ୍କର ମୁହାଁମୁହିଁ ଜେରା ମଧ୍ୟ ସରିଛି ।












Click it and Unblock the Notifications