ସୁକେଶଙ୍କ ସହ ଥିଲା ଜ୍ୟାକଲିନଙ୍କ ସମ୍ପର୍କ, ଡ୍ରେସ ପାଇଁ ଦେଇଥିଲେ ୩ କୋଟି
ସୁକେଶଙ୍କ ସହ ଥିଲା ଜ୍ୟାକଲିନଙ୍କ ସମ୍ପର୍କ, ଡ୍ରେସ ପାଇଁ ଦେଇଥିଲେ ୩ କୋଟି
ମୁମ୍ବାଇ: ସୁକେଶଙ୍କ-ଜ୍ୟାକଲିନଙ୍କ ସମ୍ପର୍କ । ମହାଠକ ଗିରଫ ହେବା ପରେ ଅଡୁଆରେ ଅଭିନେତ୍ରୀ । ଉଭୟଙ୍କୁ ନେଇ ପ୍ରତିଦିନ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଜ୍ୟାକଲିନଙ୍କ ଡ୍ରେସ ପାଇଁ ସୁକେଶ ଦେଇଥିଲେ ୩ କୋଟି । ନିକଟରେ ଷ୍ଟାଇଲିଷ୍ଟ ଲିପାକ୍ଷୀ ଏହି ସୂଚନା ପୋଲିସକୁ ଦେଇଥିଲେ ।

ଗତ ସୋମବାର ଜ୍ୟାକଲିନଙ୍କ ସହ ତାଙ୍କ ଷ୍ଟାଇଲିଷ୍ଟ ଲିପାକ୍ଷୀଙ୍କୁ EOW ପ୍ରାୟ ୮ ଘଣ୍ଟା ଧରି ଜେରା କରିଥିଲା । ସକାଳ ୧୧.୩୦ ରୁ ପ୍ରାୟ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ତାଙ୍କୁ ପଚରାଉଚରା କରାଯାଇଥିଲା । ଏହି ମାମଲାରେ ତାଙ୍କୁ ପୂର୍ବରୁ ମଧ୍ୟ ଡକାଯାଇଥିଲା ହେଲେ ସେ ହାଜର ହୋଇ ନଥିଲେ । ହେଲେ ଏଥର ସେ ଦିଲ୍ଲୀ ପୋଲିସର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି । ତାଙ୍କୁ ବ୍ୟକ୍ତିଗତ ଭାବେ ପଚରାଉଚରା କରାଯାଇଥିଲା ।
ସେ ଜ୍ୟାକଲିନ୍ ଓ ସୁକେଶଙ୍କ ସମ୍ପକକୁ ନେଇ ଅନେକ ସୂଚନା ଦେଇଛନ୍ତି । ଠକ ସୁକେଶ ଅଭିନେତ୍ରୀଙ୍କ ଡ୍ରେସ ବିଷୟରେ ପଚାରି ବୁଝିଥିଲେ । ତାଙ୍କୁ କେଉଁ ବ୍ରାଣ୍ତର ପୋଷାକ ପିନ୍ଧିବା ପାଇଁ ଭଲ ଲାଗେ ତାହା ଜାଣିବା ପାଇଁ ଚେଷ୍ଟା କରିଥିଲେ । ଗତ ବର୍ଷ ଜ୍ୟାକଲିନଙ୍କୁ ପ୍ରଭାବିତ କରିବା ପାଇଁ ସୁକେଶ ଲିପାକ୍ଷୀଙ୍କ ସହ ଯୋଗାଯୋଗ କରିଥିଲେ । ଷ୍ଟାଇଲିଷ୍ଟଙ୍କ ସହ ଆଲୋଚନା କରିବା ପରେ ସେ ତାଙ୍କୁ ୩ କୋଟି ଟଙ୍କା ଦେଇଥିଲେ । ହେଲେ ମହାଠକ ସୁକେଶ ଗିରଫ ହେବା ପରେ ସେ ଜ୍ୟାକଲିନଙ୍କ ସହ ସମ୍ପର୍କ ରଖିବା ବନ୍ଦ କରିଦେଇଥିଲେ । ଲିପାକ୍ଷୀ ଜଣେ ଡ୍ରେସ ଡିଜାଇନର, ପ୍ରାୟ ୧୦ ବର୍ଷ ହେବ ସେ ବଲିଉଡର ଅନେକ ସେଲିବ୍ରିଟିଙ୍କ ସହ କାମ କରୁଛନ୍ତି ।
ଏହି ମାମଲାରେ ସୋମବାର ଅର୍ଥାତ୍ ୧୯ ସେପ୍ଟେମ୍ବରରେ ଅଭିନେତ୍ରୀ EOW ସମ୍ମୁଖରେ ହାଜର ହୋଇଥିଲେ । ସୁକେଶ ଚନ୍ଦ୍ରଶେଖର ପିଙ୍କି ଇରାନୀଙ୍କ ସାହାଯ୍ୟରେ ଜ୍ୟାକଲିନଙ୍କୁ ଉପହାର ଦେଉଥିଲେ । ଏହି ମାମଲା ନେଇ ପିଙ୍କି ଇରାନୀଙ୍କୁ ମଧ୍ୟ ପଚରାଉଚରା କରାଯାଇଛି । ଅଭିନେତ୍ରୀ ନୋରା ଫତେହିଙ୍କୁ ମଧ୍ୟ ଇଡି ପକ୍ଷରୁ ଜେରା କରାଯାଇଥିଲା ।












Click it and Unblock the Notifications