୨୦୦ କୋଟି ଟଙ୍କା ହେରଫେର ମାମଲା: ସୁକେଶଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଜ୍ୟାକଲିନଙ୍କ ଓକିଲ

୨୦୦ କୋଟି ଟଙ୍କା ହେରଫେର ମାମଲା: ସୁକେଶଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଜ୍ୟାକଲିନଙ୍କ ଓକିଲ

ମୁମ୍ବାଇ: ବି-ଟାଉନ୍ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜ । ମନି ଲଣ୍ଡରିଂ ମାମଲାକୁ ନେଇ ଅଭିନେତ୍ରୀ ଲଗାତାର ଚର୍ଚ୍ଚାରେ ଅଛନ୍ତି । ନିକଟରେ ୨୦୦ କୋଟି ଟଙ୍କା ହେରଫେର ମାମଲାରେ ଜ୍ୟାକଲିନଙ୍କୁ କ୍ଲିନଚିଟ୍ ଦେଇଥିଲେ ମହାଠକ ସୁକେଶ । ଏହି ମାମଲାରେ ଅଭିନେତ୍ରୀଙ୍କର କୌଣସି ଭୂମିକା ନାହିଁ ବୋଲି ସେ ନିଜ ଓକିଲଙ୍କୁ ଚିଠି ମାଧ୍ୟମରେ ସୂଚନା ଦେଇଥିଲେ । ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ମଧ୍ୟ ସେ କହିଥିଲେ । ଏବେ ସୁକେଶଙ୍କର ଏହି ଚିଠିକୁ ନେଇ ଜ୍ୟାକଲିନଙ୍କ ଓକିଲ ନିଜ ମତ ରଖିଛନ୍ତି ।

 jacqueline fernandez

ସୁକେସଙ୍କ ଚିଠିରେ ଜ୍ୟାକଲିନଙ୍କ ଓକିଲଙ୍କ ବିବୃତ୍ତି

ନିକଟରେ ମହାଠକ ସୁକେଶ ଚନ୍ଦ୍ରଶେଖର ଏକ ଚିଠି ଲେଖିଥିଲେ ଯାହା ତାଙ୍କ ଓକିଲଙ୍କ ତରଫରୁ ଗଣମାଧ୍ୟମ ସମ୍ନାରେ ଉପସ୍ଥାପନ କରାଯାଇଥିଲା । ବର୍ତ୍ତମାନ ଏହି ଚିଠି ସମ୍ପର୍କରେ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଓକିଲ ତାଙ୍କ ପ୍ରତିକ୍ରିୟା ଦେଇଛନ୍ତି । ଇ-ଟାଇମ୍ସ ଆଲୋଚନା କରି ସେ କହିଛନ୍ତି ଯେ' ଯଦି ଏହି ଚିଠି ସୁକେଶ ଚନ୍ଦ୍ରଶେଖରଙ୍କ ମାଧ୍ୟମରେ ଲେଖା ହୋଇଛି, ତେବେ ଏଜେନ୍ସିଗୁଡିକ ଦ୍ୱାରା ନିରପେକ୍ଷ ଭାବେ ତଦନ୍ତ ହେବା ଉଚିତ୍। ତାଙ୍କ ବିବୃତ୍ତି ଆଇନର ପ୍ରଯୁଜ୍ୟ ଧାରା ଅନୁଯାୟୀ ରେକର୍ଡ ହୋଇପାରେ ଏବଂ ସତ୍ୟ ଜାଣିବା ପାଇଁ ତଦନ୍ତ କରିବା ଉଚିତ୍ । ମୁଁ ପୁଣିଥରେ ଦୋହରାଇବାକୁ ଚାହେଁ ଯେ ଜ୍ୟାକଲିନ ଫର୍ଣ୍ଣାଣ୍ଡିସ୍ ନିର୍ଦ୍ଦୋଷ ଏବଂ ସେ ଆଇନଗତ ପ୍ରକ୍ରିୟାରେ ତାଙ୍କ ସମ୍ମାନ ପାଇଁ ସଂଗ୍ରାମ ଜାରି ରଖିବେ' ।

ସୁକେଶ ଚିଠିରେ କ'ଣ ଲେଖିଥିଲେ
ସୂଚନା ଅନୁସାରେ, ଦିଲ୍ଲୀର ମଣ୍ଡୋଲି ଜେଲ୍‌ରୁ ନିଜ ଓକିଲଙ୍କୁ ଏକ ଚିଠି ଲେଖିଥିଲେ ସୁକେଶ । ଯେଉଁଥିରେ ସେ ଜ୍ୟାକ୍‌ଲିନ୍‌ଙ୍କୁ ନେଇ ଏକ ବଡ ଖୁଲାସା କରିଥିଲେ । ସେ କହିଥିଲେ ଯେ' ଏହି ମାମଲାରେ ଜ୍ୟାକ୍‌ଲିନ୍‌ଙ୍କ କୌଣସି ଭୂମିକା ନାହିଁ, ସେ ଜ୍ୟାକିଲନ୍‌ଙ୍କ ସହ ସମ୍ପର୍କରେ ଥିବା ବେଳେ ତାଙ୍କୁ ଦାମୀ ଗିଫ୍ଟ ଓ କାର୍ ଉପହାର ଦେଇଥିଲେ । ପିଏମ୍‌ଏଲ୍‌ଏ ମାମଲାରେ ଜ୍ୟାକ୍‌ଲିନ୍‌ଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଯିବା ବେଶ୍ ର୍ଦୁଭାଗ୍ୟଜନକ। ଜ୍ୟାକଲିନ୍ କବେଳ ମୋତେ ଭଲ ପାଉଥିଲେ। କେବେ କିଛି ମୋତେ ମାଗିନାହାନ୍ତି । ଜ୍ୟାକଲିନ୍ ଏବଂ ତାଙ୍କ ପରିବାର ପାଇଁ ଖର୍ଚ୍ଚ ହୋଇଥିବା ପ୍ରତ୍ୟେକ ଟଙ୍କା ଆଇନଗତ ଭାବରେ ଅର୍ଜନ କରାଯାଇଥିଲା ଯାହା ଖୁବ ଶୀଘ୍ର କୋର୍ଟରେ ପ୍ରମାଣିତ ହେବ। ଏହି ମାମଲାରେ ବାରମ୍ବାର ଜ୍ୟାକ୍‌ଲିନ୍ ଓ ତାଙ୍କ ପରିବାରକୁ ଟାଣିବା ଉଚିତ୍ ନୁହେଁ । ଏଥିରେ ସେମାନଙ୍କର କୌଣସି ଭୁଲ୍ ନାହିଁ । ଏଥିସହ ସୁକେଶ ନିଜ ବିରୋଧରେ ଚାଲିଥିବା ଠକେଇ ମାମଲାକୁ ରାଜନୈତିକ ଷଡ଼ଯନ୍ତ୍ର ବୋଲି କହିଥିଲେ ଏହା ସହ ସେ ସୂଚନା ଦେଇଛନ୍ତି ଯେ ରାନ୍‌ବାକ୍ସିର ପୂର୍ବତନ ମାଲିକଙ୍କୁ ମୁକ୍ତି କରିବା ପାଇଁ ତାଙ୍କୁ ୨୦୦ କୋଟି ଟଙ୍କା ଦିଆଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+