ଆଜି EOW ନିକଟରେ ହାଜର ହେବେ ଜ୍ୟାକଲିନ୍
ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନିଲଣ୍ତରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି
Money Laundering Case: ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ମନିଲଣ୍ତରିଂ ମାମଲାରେ ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ତିଜଙ୍କ ଅଡୁଆ ଦିନକୁ ଦିନ ବଢିବାରେ ଲାଗିଛି । ଏହି ମାମଲାରେ ଆଜି ଅର୍ଥାତ୍ ୧୪ ସେପ୍ଟେମ୍ବରରେ ତାଙ୍କୁ ହାଜର ହେବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ସମନ ପଠାଯାଇଥିଲା । ଦିଲ୍ଲୀ ପୋଲିସର ଅର୍ଥନୈତିକ ଅପରାଧ ଶାଖାର ଏହା ହେଉଛି ତୃତୀୟ ସମନ । ୨୦୦କୋଟିର ଠକେଇ ମାମଲାରେ ଆଜି ପୋଲିସ ନିକଟରେ ହାଜର ହେବେ ଅଭିନେତ୍ରୀ । ଯେଉଁଥିପାଇଁ ପୋଲିସ ଜ୍ୟାକଲିନଙ୍କ ପାଇଁ ପ୍ରଶ୍ନର ଏକ ଲମ୍ବା ଲିଷ୍ଟ ମଧ୍ୟ ପ୍ରସ୍ତୁତ କରିସାରିଛି । ସୁକେଶ ଚନ୍ଦ୍ରଶେଖରଙ୍କ ନେଇ ପ୍ରଶ୍ନ କରାଯିବା । ସେ କେତେଥର ସୁକେଶଙ୍କ ସହ ଦେଖାକରିଛନ୍ତି ଓ କେତେ ଥର ଫୋନରେ କଥା ହୋଇଛନ୍ତି ଏ ନେଇ ମଧ୍ୟ ପ୍ରଶ୍ନ କରାଯିବ ବୋଲି ସୂଚନା ରହିଛିି ।

ଅଗଷ୍ଟ ୨ ଓ ସେପ୍ଟେମ୍ବର ୧୨ରେ ମଧ୍ୟ ପୋଲିସ ପକ୍ଷରୁ ସମନ ପଠାଯାଇଥିଲା ହେଲେ ହାଜର ହୋଇନଥିଲେ ଅଭିନେତ୍ରୀ । ତେବେ ଅଭିନେତ୍ରୀଙ୍କୁ ସୁକେଶ ୫କୋଟିର ଗିଫ୍ଟ ଦେଇଥିବା ଅଭିଯୋଗ ହୋଇଛି । ଇଡି ପକ୍ଷରୁ ଜ୍ୟାକଲିନଙ୍କ ବିରୋଧରେ ହୋଇଥିବା ଚାର୍ଜସିଟ୍ ଅନୁସାରେ, ଅଭିନେତ୍ରୀଙ୍କୁ ସୁକେଶ ଅନେକ ମହଙ୍ଗା ଉପହାର ସହ ଶ୍ରୀଲଙ୍କାରେ ମଧ୍ୟ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଦେଇଥିଲେ । ପୂର୍ବରୁ ବେଆଇନ୍ ଅର୍ଥ ଚାଲାଣ ଆଇନ୍ ଅନୁସାରେ ଜ୍ୟାକଲିନଙ୍କର ପ୍ରାୟ ୭ କୋଟି ସମ୍ପତ୍ତି ଆଟାଚ୍ କରିଥିଲା ଇଡି । ଏହି ମାମଲାରେ ପୂର୍ବରୁ ପୋଲିସ ସୁକେଶଙ୍କ ପତ୍ନୀ ମାରିଆ ପଲଙ୍କ ସମେତ ଆଠ ଜଣଙ୍କୁ ଗିରଫ କରିସାରିଛି । କିଛି ଦିନ ପୂର୍ବରୁ ଅଭିନେତ୍ରୀ ନୋରାଙ୍କୁ ମଧ୍ୟ EOW ଜେରାକରିଥିଲା ।












Click it and Unblock the Notifications