୨୦୦ କୋଟି ଟଙ୍କା ଠକେଇ ମାମଲା:ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମିଳିଲା ଦୁବାଇ ଯିବାକୁ ଅନୁମତି
୨୦୦ କୋଟି ଟଙ୍କା ଠକେଇ ମାମଲା । ଅଭିଯୁକ୍ତ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଦୁବାଇ ଯିବାକୁ ମିଳିଲା ଅନୁମତି । ଅଭିନେତ୍ରୀ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ମାଗିଥିଲେ ଅନୁମତି ।

ନୂଆଦିଲ୍ଲୀ:୨୦୦ କୋଟି ଟଙ୍କା ଠକେଇ ମାମଲା । ଅଭିଯୁକ୍ତ ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଦୁବାଇ ଯିବାକୁ ମିଳିଲା ଅନୁମତି । ଅଭିନେତ୍ରୀ ଜାନୁଆରୀ ୨୭ ରୁ ଜାନୁୟାରୀ ୩୦ ମଧ୍ୟରେ ଦୁବାଇ ଯିବାକୁ ମାଗିଥିଲେ ଅନୁମତି । ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟ ପକ୍ଷରୁ ଅଭିନେତ୍ରୀଙ୍କୁ ମିଳିଛି ମଞ୍ଜୁରୀ । ପେପସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ପାଇଁ ଅଭିନେତ୍ରୀଙ୍କୁ ଦୁବାଇ ଯିବାକୁ ପଡିବ ।
ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ମିଳିଲା ଦୁବାଇ ଯିବାକୁ ଅନୁମତି
ଦୁବାଇରେ ପେପ୍ସିକୋ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବାକୁ ତାଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ସେ ଦିଲ୍ଲୀ ପଟିଆଲା କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ । ୨୯ ଜାନୁଆରୀ ରବିବାର ଦିନ ଅନୁଷ୍ଠିତ ହେବା ପାଇଁ ଥିବା କନ୍ସର୍ଟରେ ତାଙ୍କୁ ଷ୍ଟାର ପର୍ଫମର ଭାବରେ ଡକାଯାଇଛି ।
ସୁକେଶ ଚନ୍ଦ୍ରଶେଖରଙ୍କର ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲା
ସୁକେଶ ଚନ୍ଦ୍ରଶେଖରଙ୍କର ୨୦୦ କୋଟି ଟଙ୍କା ମନି ଲଣ୍ଡରିଂ ମାମଲାରେ ଫର୍ଣ୍ଣାଣ୍ଡିସଙ୍କର ମଧ୍ୟ ହାତ ଅଛି । ୧୫ ନଭେମ୍ବର ୨୦୨୨ ରେ ତାଙ୍କୁ ଏହି ମାମଲାରେ ନିୟମିତ ଜାମିନ ପ୍ରଦାନ କରାଯାଇଥିଲା । ଏହି ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ଜ୍ୟାକଲିନଙ୍କୁ ଗିରଫ କରାଯାଇ ନାହିଁ ।ସୁକେଶ ଚନ୍ଦ୍ରଶେଖର ମାମଲାର ଶୁଣାଣି ଜାନୁଆରୀ ୨୩ରେ ପଟିଆଲା ହାଉସ କୋର୍ଟ ଦ୍ୱାରା ସ୍ଥଗିତ ରଖାଯାଇଛି । କୋର୍ଟ ଶୁଣାଣି ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି । ଏଥିସହିତ କୋର୍ଟ ଜ୍ୟାକଲିନଙ୍କୁ ବ୍ୟକ୍ତିଗତ ଭାବେ ହାଜର ନ ହେବା ପାଇଁ ମଧ୍ୟ ଅନୁମତି ଦେଇଛନ୍ତି ।
Rs 200 crore money laundering case | Delhi's Patiala House Court allows actor Jacqueline Fernandez to travel to Dubai to attend a conference
— ANI (@ANI) January 27, 2023
ଜ୍ୟାକଲିନଙ୍କ କ୍ୟାରିୟର ନଷ୍ଟ କଲେ ସୁକେଶ
୧୮ ଜାନୁଆରୀରେ ଜ୍ୟାକଲିନ କୋର୍ଟରେ ହାଜର ହୋଇଥିଲେ। ଏହି ସମୟରେ ସେ ୨୦୦ କୋଟି ଟଙ୍କା ଠକେଇ ଅଭିଯୋଗରେ ସୁକେଶଙ୍କ ବିରୋଧରେ ଗମ୍ଭୀର ଅଭିଯୋଗ ଆଣିଥିଲେ। ଅଭିନେତ୍ରୀ ତାଙ୍କ ବିବୃତ୍ତିରେ କହିଥିଲେ ଯେ, ସୁକେଶ ତାଙ୍କ ଭାବନା ସହିତ ଖେଳିଥିଲେ ଏବଂ ତାଙ୍କ ଜୀବନକୁ ନଷ୍ଟ କରିଦେଇଥିଲେ । ଏପରିକି ତାଙ୍କ କ୍ୟାରିଅରକୁ ମଧ୍ୟ ନଷ୍ଟ କରିଦେଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଜ୍ୟାକଲିନ ଦାବି କରିଛନ୍ତି ଯେ ସୁକେଶ ତାଙ୍କୁ ଏକ ଟିଭିର ମାଲିକ ଭାବରେ ପରିଚୟ ଦେଇଥିଲେ ଏବଂ ସେ ନିଜକୁ ତାମିଲନାଡୁର ସ୍ୱର୍ଗତ ସିଏମ ଜୟଲଳିତାଙ୍କ ସମ୍ପର୍କୀୟ ବୋଲି ମଧ୍ୟ କହିଥିଲେ ।
ମନି ଲଣ୍ଡରିଂ ମାମଲା କ'ଣ?
ବାସ୍ତବରେ, ଗତ ଏକ ବର୍ଷ ଧରି ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ନାଁ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ରହିଛି । ଉଭୟଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ପରେ ସୁକେଶ ଚନ୍ଦ୍ରଶେଖରଙ୍କୁ ଟଙ୍କା ହେରଫେର ମାମଲାରେ ଗିରଫ କରାଯାଇଥିଲା । ଅଭିଯୋଗ ହୋଇଥିଲା ଯେ ସେ ପ୍ରଭାବଶାଳୀ ବ୍ୟକ୍ତିଙ୍କ ସମେତ ଅନେକ ଲୋକଙ୍କୁ ଠକି ଟଙ୍କା ନେଉଥିଲେ । ଅଗଷ୍ଟ ୧୭ ରେ ଦାଖଲ ହୋଇଥିବା ଚାର୍ଜସିଟରେ ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଏହି ମାମଲାରେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ଜ୍ୟାକଲିନ ଫର୍ଣ୍ଣାଣ୍ଡିସଙ୍କୁ ଅଭିଯୁକ୍ତ ଭାବରେ ନାମିତ କରିଥିଲା । ଏହି ମାମଲାରେ ନୋରା ପତେହିଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଥିଲା । ଏହା ବ୍ୟତୀତ ନୋରା ଫତେହି ଜ୍ୟାକଲିନଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ । ନୋରା ଅଭିଯୋଗ କରିଥିଲେ ଯେ, ଜ୍ୟାକଲିନ ନିଜ ସ୍ୱାର୍ଥ ପାଇଁ ତାଙ୍କ କ୍ୟାରିଅରକୁ ନଷ୍ଟ କରିବା ପାଇଁ ଚେଷ୍ଟା କରୁଛନ୍ତି ।
-
ବିବାହ ବନ୍ଧନରେ ବାନ୍ଧି ହେଲେ ଅର୍ଜୁନ-ସାନିୟା, ଗ୍ରାଣ୍ଡ ୱେଡିଂରେ ସାମିଲ ହେଲେ.... -
ଭାରତ କିଣିବ ଋଷ ତେଲ, ଏମିତି କହିଲା ଆମେରିକା -
ଇରାନକୁ ସହର୍ଯ୍ୟା କରୁଛନ୍ତି ଚାଇନା ଓ ଋଷ ! ବଡ କଥା କହିଦେଲେ ବୈଦେଶିକ ମନ୍ତ୍ରୀ -
ଆମେରିକା ପାଇଁ ମହଙ୍ଗା ପଡୁଛି ଇରାନ ସହ ଯୁଦ୍ଧ; ୩୧ ହଜାର କୋଟିର ଖର୍ଚ୍ଚ -
କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ବିଜ୍ଞପ୍ତି ୯ ରାଜ୍ୟରେ ନୂଆ ରାଜ୍ୟପାଳ ଓ ଉପ-ରାଜ୍ୟପାଳ -
ଯୁଦ୍ଧ ଯୋଗୁ ପେଟ୍ରୋଲ-ଡିଜେଲ ସଙ୍କଟ, ଭାରତ ପାଖରେ ଏତିକି ଦିନ.... -
ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କ ଇସ୍ତଫା ହଇଚଇ ସୃଷ୍ଟି କରିଛି, ପ୍ରଶ୍ନ ଉଠାଇଛନ୍ତି ମମତା ବାନାର୍ଜୀ -
ରବିବାର ମହାମୁକାବିଲା; ବିଶ୍ବକପ୍ ଫାଇନାଲ୍ରେ ଭାରତ-ନ୍ୟୁଜିଲାଣ୍ଡ -
ଦ୍ଧ ଭିତର ମିନିଟ୍ମ୍ୟାନ୍-୩ କ୍ଷେପଣାସ୍ତ୍ର ପରୀକ୍ଷଣ, ହିରୋସୀମାଠାରୁ କରିପାରେ.... -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଆପଣ ବି ଖାଦ୍ୟ ଖାଇବାର ତୁରନ୍ତ ପରେ ପାଣି ପିଉଛନ୍ତି କି? ଜାଣନ୍ତୁ.....











Click it and Unblock the Notifications