କଳାକାର ସଙ୍ଘ ସଭାପତି ପଦରୁ ଇସ୍ତଫା ଦେଲେ ସୁପରଷ୍ଟାର ମୋହନଲାଲ,ଜାଣନ୍ତୁ କାହିଁକି...

ମୁମ୍ୱାଇ: ମାଲାୟଲମ ଚଳଚ୍ଚିତ୍ର ଜଗତରେ ଯୌନ ନିର୍ଯାତନାକୁ ନେଇ ଜଷ୍ଟିସ ହେମା କମିଟି ରିପୋର୍ଟ ଆସିବା ପରେ ବରିଷ୍ଠ ଅଭିନେତା ମୋହନଲାଲ ମାଲାୟାଲମ ମୁଭି ଆର୍ଟିଷ୍ଟ ଆସୋସିଏସନର ସଭାପତି ପଦରୁ ଇସ୍ତଫା ଦେଇଛନ୍ତି । ରିପୋର୍ଟ ଅନୁଯାୟୀ, କାର୍ଯ୍ୟନିର୍ବାହୀ କମିଟିର ସମସ୍ତ ସଦସ୍ୟ ମିଳିତ ଭାବେ ଇସ୍ତଫା ପତ୍ର ଦାଖଲ କରିଛନ୍ତି। ସବୁ ସଦସ୍ୟଙ୍କ ଇସ୍ତଫା ପରେ ଏବେ କମିଟି ଭାଙ୍ଗିଯାଇଛି। ଦୁଇ ମାସ ମଧ୍ୟରେ ନିର୍ବାଚନ ପରେ ଏକ ନୂତନ କମିଟି ଗଠନ କରାଯିବ ବୋଲି ଫିଲ୍ମ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି।

ଜଷ୍ଟିସ୍ କେ ହେମା କମିଟିର ରିପୋର୍ଟରେ ଏଏମଏମଏର ସଦସ୍ୟଙ୍କ ବିରୋଧରେ ଆରୋପ ଲାଗିଥିବା ଜାଣି ବି ମୋହନଲାଲ କିଛି ପ୍ରତିକ୍ରିୟା ରଖିନଥିଲେ। ଏନେଇ ତାଙ୍କୁ କଡା ସମାଲୋଚନା କରାଯାଇଥିଲା। ଯାହା ପରେ ସେ ଇସ୍ତଫା ଦେଇଥିବା ଜଣାପଡିଛି। ପ୍ରକାଶ ଥାଉକି, ମଲୟାଲମ୍ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀ କାମ ଯୋଗାଇବା ବଦଳରେ ସେମାନଙ୍କୁ 'କମ୍ପ୍ରମାଇଜ୍' କରିବାକୁ କୁହାଯାଉଥିବା ଅଭିଯୋଗ କରିଥିଲେ।

Mohanlal

ଏହା ପରେ, 2019ରେ ସରକାର ପୁରୁଣା ମାମଲା ଏବଂ ମହିଳା ସୁରକ୍ଷା ସମ୍ବନ୍ଧୀୟ ସମସ୍ତ ବିଷୟ ଉପରେ ଆଲୋଚନା କରିରି ଜଷ୍ଟିସ୍ ହେମା କମିଟି ଗଠନ କରିଥିଲେ। ଏହି କମିଟି ମଲୟାଲମ ଚଳଚ୍ଚିତ୍ର ଜଗତରେ କାମ କରୁଥିବା ମହିଳାମାନେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ଉପରେ ଯାଞ୍ଚ ପାଇଁ ଉଦ୍ଦିଷ୍ଟ ହୋଇଥିଲା।

କମିଟି ଯାଞ୍ଚ କରିବା ପରେ ନିକଟରେ ରିପୋର୍ଟ ପ୍ରକାଶ କରିଛି, ଯେଉଁଥିରେ ଅଭିନେତ୍ରୀମାନଙ୍କୁ ଯୌନ ଶୋଷଣ ଏବଂ ନିର୍ଯାତନା ଦିଆଯାଇଥିବା ଖୁଲାସା କରିଛି। ଏହାକୁ ନେଇ ଫିଲ୍ମ ଇଣ୍ଡଷ୍ଟ୍ରିରେ ହଇଚଇ ସୃଷ୍ଟି ହେବା ମଧ୍ୟରେ ପୁରୁଣା ଫିଲ୍ମ ସଂସ୍ଥା ଭାଙ୍ଗି ଯାଇଛି। ସଭାପତିଙ୍କ ସମେତ ଚଳଚ୍ଚିତ୍ର ସଂସ୍ଥାର କାର୍ଯ୍ୟନିର୍ବାହୀ କମିଟି ସଦସ୍ୟମାନେ ଇସ୍ତଫା ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+