କିମ୍ଙ୍କ ପରି ଦେଖାଯିବା ପାଇଁ ମଡେଲଙ୍କ ପ୍ଲାଷ୍ଟିକ ସର୍ଜରୀ , ଖର୍ଚ୍ଚ କଲେ 4 କୋଟି
କିମ୍ କରଡାସିୟାନଙ୍କ ପରି ଦେଖାଯିବା ପାଇଁ ସବୁ ସୀମା ଟପିଲେ ଚର୍ଚ୍ଚିତ ମଡେଲ୍ ଜେନିଫର୍ ପାମ୍ପଲୋନା। ପ୍ଲାଷ୍ଟିକ ସର୍ଜରୀ ତାଙ୍କୁ ଖୁବ ମହଙ୍ଗା ପଡିଛି।
ଓ୍ବାଶିଂଟନ: କିମ୍ କରଡାସିୟାନଙ୍କ ପରି ଦେଖାଯିବା ପାଇଁ ଏବେ ଚର୍ଚ୍ଚାରେ ମଡେଲ ଜେନିଫର୍ ପାମ୍ପଲୋନା। କିମଙ୍କ ପରି ଦିଶିବା ପାଇଁ ସେ କରିଥିଲେ ପ୍ଲାଷ୍ଟିକ ସର୍ଜରୀ, କିନ୍ତୁ ଏବେ ଏହି ସର୍ଜରୀ ତାଙ୍କୁ ଖୁବ ମହଙ୍ଗା ପଡିଛି। ପ୍ରଥମେ ନିଜ ଉପରେ ଏହି ମଡେଲ୍ ଅନେକ କସମେଟିକ୍ ପରୀକ୍ଷଣ କରିଥିଲେ। ଯେଉଁଥିପାଇଁ ତାଙ୍କୁ ପ୍ରାୟ 4 କୋଟି 77 ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡିଥିଲା । କିନ୍ତୁ ଏହି କସମେଟିକ ତାଙ୍କ ଚେହେରା ଏକଦମ ଖରାପ କରିଦେଇଛି । ନିଜର ପ୍ରକୃତ ଚେହେରା ହରେଇଛନ୍ତି ଜେନିଫର ।

ଏତିକିରେ ସରିନି ଜେନିଫରଙ୍କ ଜର୍ଣ୍ଣି, ବର୍ତ୍ତମାନ ସେ ପୁଣି ଥରେ ତାଙ୍କ ପୁରୁଣା ଏବଂ ପ୍ରକୃତ ଚେହେରାକୁ ପାଇବା ପାଇଁ ପ୍ରାୟ 95 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ତେବେ ଏହା ପ୍ରଥମ ଘଟଣା ନୁହେଁ, ଏହାପୂର୍ବରୁ ଅନେକ ମଡେଲ ଜଣେ ସେଲିବ୍ରିଟିଙ୍କ ପରି ଦେଖାଯିବା ପାଇଁ ଅନେକ ପ୍ଲାଷ୍ଟିକ ସର୍ଜରୀ ଆଦି କରି ସେମାନଙ୍କ ମୁହଁକୁ ନଷ୍ଟ କରିଦେଇଛନ୍ତି ।
ଜେନିଫର କହିଛନ୍ତି, 'ଲୋକମାନେ ମୋତେ କିମ୍ କରଡାସିୟା ବୋଲି କୁହନ୍ତି । ଏହା ସବୁବେଳେ ମୋ ମନ ଭିତରେ ଚାଲିଲା ବୋଲି କହିଛନ୍ତି ଜେନିଫର । ମୁଁ କାମ କରିଛି, ପାଠ ପଢିଛି, ବ୍ୟବସାୟ କରିଛି । ମୁଁ ଏତେସବୁ କାର୍ଯ୍ୟ କରିସାରିଛି କିନ୍ତୁ ଲୋକମାନେ ମୋତେ କିମ୍ କରଡାସିୟାନ୍ କହି ଚିହ୍ନୁଥିଲେ । ଜେନିଫର୍ ମାତ୍ର 17 ବର୍ଷ ବୟସରେ ସର୍ଜରୀ କରିବା ଆରମ୍ଭ କରିଥିଲେ । ଏହାପରେ ତାଙ୍କର ବେଶୀ ଲୋକପ୍ରିୟତା ବଢି ଯାଇଥିଲା ।'
ଜେନିଫର ଅଳ୍ପ ସମୟ ମଧ୍ୟରେ ତିନିଥର ରାଇନୋପ୍ଲାଷ୍ଟିକ୍ସ ଏବଂ 8 ଟି ହିପ୍ ସର୍ଜରୀ କରିଥିଲେ ଯେଉଁଥିରେ ବଟ୍ ପ୍ରତିରୋପଣ ଏବଂ ଫ୍ୟାଟ୍ ଇଞ୍ଜେକ୍ସନ୍ ଭଳି ଜିନିଷ ଅନ୍ତର୍ଭୁକ୍ତ ହୋଇଥିଲା । ସେ ମୁହଁ ଏବଂ ବେକ ଲିଫ୍ଟ ସର୍ଜରୀ କରିଥିଲେ। କହିବାକୁ ଗଲେ ଜେନିଫର ପାଖାପାଖି 40ଥର ସର୍ଜରୀ କରିଛନ୍ତି । ବର୍ତ୍ତମାନ ପୂରା ଚେହେରା ଖରାପ ହେବା ପରେ ଜେନିଫର ପୁଣି ତାଙ୍କ ପୁରୁଣା ଚେହେରାକୁ ଫେରିବାକୁ ଚାହୁଁଛନ୍ତି ।












Click it and Unblock the Notifications