ପରିଣୀତି-ରାଘବଙ୍କ ନିର୍ବନ୍ଧରେ ମୋବାଇଲ୍ ମନା
ମୁମ୍ବାଇ:ବଲିଉଡ ଅଭିନେତ୍ରୀ ପରିଣୀତି ଚୋପ୍ରା ଏବଂ ରାଘବ ଚଢାଙ୍କର ଏନଗେଜମେଣ୍ଟ ସରିମନି ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଅତିଥି ଏବଂ ପରିବାର ସଦସ୍ୟ ଉଭୟଙ୍କ ନିର୍ବନ୍ଧରେ ପହଁଞ୍ଚିବା ଆରମ୍ଭ କରିଦେଇଛନ୍ତି । କୌଣସି ପ୍ରକାରର ଅସୁବିଧାକୁ ଏଡାଇବା ପାଇଁ ଭେନ୍ୟୁର ଚାରିପାଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ତେବେ ଏହି ହାଇପ୍ରୋଫାଇଲ୍ ଇଭେଣ୍ଟରେ ମୋବାଇଲ୍ ବ୍ୟାନ୍ କରାଯାଇଛି । ଉଭୟ ନିଜିର ଏହି ଇଭେଣ୍ଟକୁ ପ୍ରାଇଭେଟ୍ ରଖିବା ପାଇଁ ଚାହୁଁଛନ୍ତି ।
ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ,ପରିଣୀତି ଓ ରାଘବଙ୍କର ନିର୍ବନ୍ଧରେ ଫଟୋ ଓ ଭିଡିଓ ଯେପରି ଲିକ୍ ନ ହୋଇଯାଉ ସେନେଇ ମୋବାଇଲ୍ ବ୍ୟାନ୍ କରାଯାଇଛି । ସମସ୍ତ ଅତିଥିଙ୍କ ଠାରୁ ଆରମ୍ଭ କରି କର୍ମଚାରୀଙ୍କ ପର୍ଯ୍ୟନ୍ତ ସମାରୋହ ଭେନ୍ୟୁ ଗେଟରେ ସୁରକ୍ଷା ପରିଚାଳନା କମ୍ପାନୀର ଜଣେ ଅଧିକାରୀ ମୋବାଇଲ୍ ସଂଗ୍ରହ କରୁଛନ୍ତି ।

ନିର୍ବନ୍ଧ ସ୍ଥାନ ତଥା ସେଠାରେ ଉପସ୍ଥିତ ଅତିଥିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କପୁରଥାଲା ହାଉସରେ ଆମ୍ବୁଲାନ୍ସ ଏବଂ ଅଗ୍ନିଶମ ବାହିନୀ ବ୍ୟାକଅପ୍ ପାଇଁ ରଖାଯାଇଛି । ପରିଣିତୀ ଚୋପ୍ରା ଏବଂ ରାଘବ ଚଢା ନିର୍ବନ୍ଧରେ ଆଦିତ୍ୟ ଠାକରେ ମଧ୍ୟ ଯୋଗ ଦେଇପାରନ୍ତି ।
ରାତି 8 ଟାରେ ଉଭୟଙ୍କ ନିର୍ବନ୍ଧ ଆରମ୍ଭ ହେବା ନେଇ ସୂଚନା ରହିଛି । ଅତିଥିମାନେ ଦିଲ୍ଲୀର କାପୁରଥାଲା ଘରେ ପହଞ୍ଚିବା ଆରମ୍ଭ କରିଛନ୍ତି।












Click it and Unblock the Notifications