Get Updates
Get notified of breaking news, exclusive insights, and must-see stories!

Dadasaheb Phalke Award: ଅଭିନେତା ମିଥୁନ ଗ୍ରହଣ କଲେ ଦାଦା ସାହେବ ଫାଲକେ ପୁରସ୍କାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀଠାରେ ୨୦୨୨ ବର୍ଷ ପାଇଁ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରିଛନ୍ତି। ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଡ. ଏଲ୍ ମୁରୁଗାନ୍ ମଧ୍ୟ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଓ ପ୍ରସାରଣ ସଚିବ ସଞ୍ଜୟ ଜାଜୁ ସ୍ୱାଗତ ଭାଷଣରେ କହିଛନ୍ତି ଯେ ୨୦୨୨ ମସିହା ପାଇଁ ମନ୍ତ୍ରଣାଳୟ ଫିଚର ଫିଲ୍ମ ବର୍ଗରେ ୩୨ଟି ଭିନ୍ନ ଭିନ୍ନ ଭାଷାରେ ମୋଟ ୩୦୯ଟି ଏବଂ ଅଣ ଫିଚର ବର୍ଗରେ ୧୭ଟି ଭାଷାରେ ୧୨୮ଟି ଚଳଚ୍ଚିତ୍ରରେ ଏଣ୍ଟ୍ରି ପାଇଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ମନ୍ତ୍ରଣାଳୟ ବିଭିନ୍ନ ପଦକ୍ଷେପ ମାଧ୍ୟମରେ ଭାରତୀୟ ସିନେମାକୁ ସମର୍ଥନ କରିବାକୁ ପ୍ରତିଶ୍ରୁତିବଦ୍ଧ ଏବଂ ଏକ ପ୍ରମୁଖ ପଦକ୍ଷେପ ହେଉଛି ସିନେମାଟୋଗ୍ରାଫି ଆଇନରେ ସଂଶୋଧନ ଯାହା ସାର୍ଟିଫିକେସନ୍ ପ୍ରକ୍ରିୟାକୁ ଆଧୁନିକୀକରଣ କରିବ ଏବଂ ପାଇରେସିକୁ ମୁକାବିଲା କରିବାରେ ମଧ୍ୟ ସାହାଯ୍ୟ କରିବ।

Dadasaheb Phalke Award

ଏହି ସମାରୋହରେ ବଲିଉଡ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ଦାଦା ସାହେବ ଫାଲକୋ ପୁରସ୍କାରରେ ସମ୍ମାନିତ କରାଯାଇଛି। ପୁରସ୍କାର ପାଇବା ପରେ ମିଥୁନ ଫିଲ୍ମ ଇଣ୍ଡଷ୍ଟ୍ରୀରେ ନିଜର ଯାତ୍ରା ନେଇ ଅନୁଭୂତି ବଖାଣିଥିଲେ। ସେ କହିଛନ୍ତି, ମୋର ରଙ୍ଗ କଳା ହୋଇଥିବାରୁ ମୋତେ ବହୁତ କିଛି ଶୁଣିବାକୁ ପଡିଥିଲା। କୁହାଯାଇଥିଲା ବଲିଉଡରେ କଳା ରଙ୍ଗ ଚାଲିବନି। ମୁଁ ଭଗବାନଙ୍କୁ କହୁଥିଲି ହେ ଭଗବାନ ଏ ରଙ୍ଗ ନେଇ କ'ଣ କରିବି ?

ତା ପରେ ମୁଁ ଭାବିଲି ଡ୍ୟାନ୍ସ କରିବି।ମୁଁ ଏଭଳି ଡ୍ୟାନ୍ସ କଲି ଯେ, ଲୋକଙ୍କ ନଜର କେବଳ ମୋ' ଗୋଡ ଉପରକୁ ଗଲା।ସେ ଦିନଠୁ ମୁଁ ହୋଇଗଲି ସେକ୍ସି, ଡସ୍କି, ବଙ୍ଗାଳି ବାବୁ। ମୁଁ ଭଗବାନଙ୍କୁ ଅଭିଯୋଗ କରୁଥିଲି, କିନ୍ତୁ ଆଜି ଏହି ପୁରସ୍କାର ମିଳିବା ପରେ ମୁଁ ଅଭିଯୋଗ କରିବା ଛାଡି ଦେଲି। ମୁଁ କେବଳ ନୂଆ ଲୋକଙ୍କୁ କହିବି ନିଜର ସାହାସ ହରାଅନି। ସପ୍ନ ଦେଖିବା କେବେ ବନ୍ଦ କରନି। ନିଜେ ଶୋଇପଡ଼ କିନ୍ତୁ ସ୍ବପ୍ନକୁ କେବେ ଶୋଇବାକୁ ଦିଅନି। ମୁଁ ଯଦି କିଛି ହୋଇ ପାରିଛି, ତେବେ ଆପଣମାନେ ବି କିଛି ହୋଇପାରିବେ।

ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଦାଦା ସାହେବ ଫାଲକେ ପୁରସ୍କାର ପାଇବା ନେଇ ଗତ ମାସ ୩୦ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଥିଲେ । ଆଜି ୭୦ତମ ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ମିଥୁନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ଭାରତୀୟ ଚଳଚ୍ଚିତ୍ର ଜଗତରେ ମିଥୁନ ଚକ୍ରବର୍ତ୍ତୀ ଜଣେ ଜଣାଶୁଣା ଚେହେରା । ସେ ଡିସ୍କୋ ଡ୍ୟାନ୍ସର, ଅଗ୍ନିପଥ ପରି ଅନେକ ହିଟ୍ ଫିଲ୍ମରେ ଅଭିନୟ କରି ନିଜ ପ୍ରତିଭାର ପରାକାଷ୍ଠା ଦେଖାଇଛନ୍ତି ।

ସେ ୩୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିବା ସହ ୩ ଥର ଜାତୀୟ ପୁରସ୍କାର ଓ ୨ ଥର ଫିଲ୍ମଫେୟାର ପୁରସ୍କାର ପାଇଛନ୍ତି । ୧୯୫୦ ମସିହା ଜୁନ୍ ମାସ ୧୬ ତାରିଖରେ ଜନ୍ମିତ ମିଥୁନ ବଙ୍ଗାଳି, ହିନ୍ଦି, ତାମିଲ, ତେଲୁଗୁ, କନ୍ନଡ଼, ଓଡ଼ିଆ ଓ ଭୋଜପୁରୀ ଆଦି ବିଭିନ୍ନ ଭାଷାରେ ଅଭିନୟ କରି ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି । ନିଜର ଡେବ୍ୟୁ ଫିଲ୍ମ 'ମୃଗୟା' ପାଇଁ ମିଥୁର ପ୍ରଥମ ଥର ପାଇଁ ଜାତୀୟ ପୁରସ୍କାର ପାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+