Get Updates
Get notified of breaking news, exclusive insights, and must-see stories!

ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଫୋନ୍ କରି ଗାଳି ଦେଲେ ପ୍ରଧାନମନ୍ତ୍ରୀ ! ଜାଣନ୍ତୁ କାରଣ

PM Modi: ମିଥୁନ ଚକ୍ରବର୍ତ୍ତୀଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ଆସିବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ଅଭିନେତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଛି ଏବଂ ତାଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନାରୁ ଡିସଚାର୍ଜ ହେବା ପରେ ପ୍ରଧାନମନ୍ତ୍ରୀ ମୋଦି ଅଭିନେତାଙ୍କୁ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ ପଚାରିବା ସହ ତାଙ୍କୁ ଗାଳି ମଧ୍ୟ ଦେଇଥିବା ନେଇ ସୂଚନା ରହିଛି ।

ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ମିଥୁନଙ୍କୁ ସୋମବାର ଅପରାହ୍ନରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଥିଲା। ଯାହା ପରେ ଅଭିନେତା ନିଜେ ନିଶ୍ଚିତ କରିଥିଲେ ଯେ ସେ ବର୍ତ୍ତମାନ ଭଲ ଅଛନ୍ତି ଏବଂ ଶୀଘ୍ର କାମ ଆରମ୍ଭ କରିବା ପାଇଁ ଯାଉଛନ୍ତି । ସେ କହିଛନ୍ତି- 'ପ୍ରକୃତରେ କୌଣସି ଅସୁବିଧା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋର ଖାଇବା ଅଭ୍ୟାସକୁ ନିୟନ୍ତ୍ରଣ କରିବାକୁ ପଡିବ । ମୁଁ ଶୀଘ୍ର କାମ ଆରମ୍ଭ କରିପାରିବି, ବୋଧହୁଏ ଆସନ୍ତାକାଲି ଠାରୁ ହିଁ ମୁଁ କାମ କରିବି ବୋଲି ଭାବୁଛି ।

Mithun Chakraborty

ମିଥୁନ ଚକ୍ରବର୍ତ୍ତୀ ନିଜ ଫ୍ୟାନ୍ସଙ୍କୁ ନିଜ ଖାଦ୍ୟ ଉପରେ ଧ୍ୟାନ ଦେବା ପାଇଁ ପରାମର୍ଶ ଦେଇଥିଲେ । IANS ଅନୁଯାୟୀ ମିଥୁନ କହିଛନ୍ତି, 'ମୁଁ ରାକ୍ଷସ ପରି ଖାଏ, ସେଥିପାଇଁ ମୋତେ ଦଣ୍ଡ ମିଳିଲା । ସମସ୍ତଙ୍କୁ ମୋର ପରାମର୍ଶ ଯେ, ନିଜ ଖାଦ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ମଧୁମେହ ରୋଗୀ ମିଠା ଖାଇବା ଦ୍ୱାରା କୌଣସି ଅସୁବିଧା ହେବା ନାହିଁ ଭାବିବା ସମ୍ପର୍ଣ୍ଣ ଭୁଲ୍ । ଖାଦ୍ୟକୁ ନିୟନ୍ତ୍ରଣ କରିବା ଦ୍ୱାରା ହିଁ ସୁସ୍ଥ ରହିବା ପାରିବା ।

ମିଥୁନ ଚକ୍ରବର୍ତ୍ତୀ ଆହୁରି କହିଛନ୍ତି ଯେ, ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କୁ ରବିବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଲ ଆସିଥିଲା । ତାଙ୍କ ସ୍ୱାସ୍ଥ୍ୟର ଯତ୍ନ ନ ନେଉଥିବାରୁ ପିଏମ ମୋଦି ତାଙ୍କୁ ଗାଳି ଦେଇଥିଲେ ।

ସେ ଆହୁରି କହିଛନ୍ତି, ପଶ୍ଚିମବଙ୍ଗର 42ଟି ଲୋକସଭା ନିର୍ବାଚନମଣ୍ଡଳୀର ଯତ୍ନ ନେବେ କିଏ? ମୁଁ ନେବି । ମୁଁ ବିଜେପି ସହିତ ସକ୍ରିୟ ଭାବେ ଜଡିତ ରହିଛି । ନିର୍ବାଚନ ପ୍ରଚାର ପାଇଁ ଅନ୍ୟ ରାଜ୍ୟକୁ ଯିବା ପାଇଁ ପଡିଲେ ମୁଁ ଯିହି ମଧ୍ୟ । ବର୍ତ୍ତମାନ ବିଜେପିର ଶିଖରରେ ପହଞ୍ଚିବାର ସମୟ ଆସିଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+