ରିଲିଜ୍ ହେଲା ଅକ୍ଷୟ କୁମାରଙ୍କ ଦମଦାର ଚଳଚ୍ଚିତ୍ର 'ମିଶନ ରାନିଗଞ୍ଜ'ଟ୍ରେଲର

Mission Raniganj Trailer: ଅକ୍ଷୟ କୁମାରଙ୍କ ଆଗାମୀ ଚଳଚ୍ଚିତ୍ର 'ମିଶନ ରାନିଗଞ୍ଜ'ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଦମଦାର ଟ୍ରେଲରଟି ରିଲିଜ୍ ପରେ ପୁଣି ଚର୍ଚ୍ଚାରେ ଅକ୍ଷୟ କୁମାର । ଯାହାର କାହାଣୀ ଏକ ପ୍ରକୃତ ଘଟଣା ଉପରେ ଆଧାରିତ । ଟ୍ରେଲରରେ ଦର୍ଶାଯାଇଛି ଯେ ସର୍ଦ୍ଦାର ଜସୱନ୍ତ ସିଂ କିପରି ନିଜ ଜୀବନକୁ ବିପଦରେ ପକାଇ ଅନେକ ଶ୍ରମିକଙ୍କ ଜୀବନ ରକ୍ଷା କରିଛନ୍ତି। ଚଳଚ୍ଚିତ୍ରର ଟ୍ରେଲର ଏକ ସିନେମାଟିକ୍ ଟ୍ରିଟ୍ ଏବଂ ଏହା ଖୁବ୍ ଡିଫରେଣ୍ଟ ଯାହା ଦର୍ଶକଙ୍କୁ କରୁଛି ଆଶ୍ଚର୍ଯ୍ୟ । ଏହି ଟ୍ରେଲରରେ ପରିଣିତୀ ଚୋପ୍ରାଙ୍କ ଛୋଟ ଝଲକ ଦେଖିବା ପାଇଁ ମିଳିଛି ।

ଏହି ଚଳଚ୍ଚିତ୍ରର କାହାଣୀ 1998 ବର୍ଷର, ଯେତେବେଳେ ପଶ୍ଚିମବଙ୍ଗର ରାନିଗଞ୍ଜର କୋଇଲା ଖଣିରେ ଏକ ବଡ଼ ଘଟଣା ଘଟିଥିଲା । ଏହି ଦୁର୍ଘଟଣା ସମଗ୍ର ଦେଶକୁ ଥରାଇ ଦେଇଥିଲା । ତା' ପରେ ଇଞ୍ଜିନିୟର ଜସୱନ୍ତ ସିଂ ଗିଲ ଏକା ନିଜ ବୁଦ୍ଧି ଘଟାଇ 65 ଜଣଙ୍କ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ । ନିଜ ଜୀବନକୁ ବିପଦରେ ପକାଇ ଜସୱନ୍ତ ସିଂ ସମସ୍ତ ଶ୍ରମିକଙ୍କୁ ବିପଦରୁ ରକ୍ଷା କରିଥିଲେ । କଠିନ ପରିସ୍ଥିତିରେ ସେ ଏକ ଯୋଜନା ପ୍ରସ୍ତୁତ କରି ତା'ପରେ ସମସ୍ତ ଶ୍ରମିକଙ୍କୁ ମୃତ୍ୟୁର କବଳରୁ ରକ୍ଷା କରିଥିଲେ।

 Entertainment News

ଏହି ଚଳଚ୍ଚିତ୍ରରେ ଜସୱନ୍ତ ସିଂ ଗିଲ ଭୂମିକାରେ ଅକ୍ଷୟ କୁମାରଙ୍କୁ ଦେଖିବା ପାଇଁ ମିଳୁଛି । ତାଙ୍କ ଏଣ୍ଟ୍ରି ଖୁବ ରୋମାଞ୍ଚକ ଏବଂ ପ୍ରଭାବଶାଳୀ ।
ଏହି ଟ୍ରେଲରରେ ଅକ୍ଷୟ କୁମାର ନିଜ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୬ରେ ଏହି ସିନେମା ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଅକ୍ଷୟ କୁମାର ଏବଂ ପାରିଣିତୀ ଚୋପ୍ରାଙ୍କ ଅଭିନୀତ ଏହି ଥ୍ରୀଲରର ସିନେମା । ଟ୍ରେଲର ପ୍ରଶଂସକଙ୍କ ଠାରୁ ସକରାତ୍ମକ ପ୍ରତିକ୍ରିୟା ସାଉଁଟୁଛି । ଲୋକମାନେ ଫିଲ୍ମର କାହାଣୀକୁ ଖୁବ ପସନ୍ଦ କରୁଛନ୍ତି । ଅକ୍ଷୟ କୁମାରଙ୍କ ଏହି ଫିଲ୍ମକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+