ରିଲିଜର ପ୍ରଥମ ଦିନରେ ଅକ୍ଷୟ କୁମାରଙ୍କ ଫିଲ୍ମ 'Mission Raniganj' କଲା ଏତିକି କୋଟିର ବ୍ୟବସାୟ
Mission Raniganj The Great Bharat Rescue Box Office Collection: 2023 ବର୍ଷର ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'Mission Raniganj The Great Bharat Rescue' ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଏହା ଏକ ସତ୍ୟ କାହାଣୀ ଉପରେ ଆଧାରିତ । ଏହି ଚଳଚ୍ଚିତ୍ରରେ ଅକ୍ଷୟ କୁମାର ରିଅଲ ଲାଇଫ ହିରୋ ଜସୱନ୍ତ ଗିଲଙ୍କ ଭୂମିକାରେ ଅଭିନୟ କରିଛନ୍ତି। ସେହିପରି ଚଳଚ୍ଚିତ୍ରରେ ଅକ୍ଷୟଙ୍କ ପତ୍ନୀ ଭୂମିକାରେ ପରିଣିତୀ ଚୋପ୍ରାଙ୍କୁ ଦେଖିବା ପାଇଁ ମିଳୁଛି । ତେବେ ଚାଲନ୍ତୁ ଜାଣିବା ଫିଲ୍ମଟି ପ୍ରଥମ ଦିନରେ କେତେ କୋଟିର ଆୟ କରିଛି ।
ରିପୋର୍ଟ ଅନୁସାରେ 'Mission Raniganj The Great Bharat Rescue' ରିଲିଜ୍ ହେବାର ପ୍ରଥମ ଦିନରେ 3.50 କୋଟି ଟଙ୍କାର ବ୍ୟବସାୟ କରିବାରେ ସଫଳ ହୋଇଛି । ୫୫ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମର ପ୍ରଥମ ଦିନର ଆୟ ଫିଲ୍ମ ନିର୍ମାତାଙ୍କୁ ନିରାସ କରିଛି । ଅକ୍ଷୟଙ୍କ ପୂର୍ବ ରିଲିଜ୍ ଚଳଚ୍ଚିତ୍ର 'OMG 2' ବିଷୟରେ କହିବାକୁ ଗଲେ ଖିଲାଡି କୁମାରଙ୍କ ଏହି ଚଳଚ୍ଚିତ୍ର 2023 ବର୍ଷର ସୁପର-ଡୁପର ହିଟ୍ ଫିଲ୍ମ ଲିଷ୍ଟରେ ସାମିଲ ହୋଇଥିଲା । ଏହା ବକ୍ସ ଅଫିସରେ ୧୦.୨୬ କୋଟି ଟଙ୍କାରେ ବମ୍ପର ଓପନିଂ କରିଥିଲା । ସେହିପରି 'OMG 2'worldwide ରେ ୨୨୧.୨୫ କୋଟି ଟଙ୍କା ସଂଗ୍ରହ କରିଥିଲା ।

ଅକ୍ଷୟ କୁମାରଙ୍କ ଶେଷ ହିଟ୍ ଫିଲ୍ମ ଥିଲା 'Sooryavanshi' । ଏହା ପରେ ପ୍ରାୟକଃ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ୍ ହେବାରେ ଲାଗିଛି ।
OMG 2 ପୂର୍ବରୁ, ଅଭିନେତାଙ୍କର ଆଠଟି ଚଳଚ୍ଚିତ୍ର ଫ୍ଲପ୍ ଥିଲା । ବର୍ତ୍ତମାନ ଦେଖିବା ବାକି ରହିଲା ଖିଲାଡି କୁମାରଙ୍କର ଫିଲ୍ମ 'Mission Raniganj The Great Bharat Rescue'ର ଦର୍ଶକଙ୍କୁ ଇମପ୍ରେସ କରିବାରେ ସଫଳ ହେଉଛି ନା ନାହିଁ । ହେଲେ ପ୍ରଥମ ଦିନର ଆୟ ମେକର୍ସଙ୍କୁ ନିରାସ କରିଛି ।












Click it and Unblock the Notifications