ମିସ୍ ୟୁନିଭର୍ସ ୨୦୨୫ ଟାଇଟଲ ବିଜୟ ହେଲେ ମେକ୍ସିକୋ ସୁନ୍ଦରୀ ଫାତିମା ବୋଶ୍, ୧୨ ନମ୍ବର ସ୍ଥାନରେ ରହିଲେ ମାନିକା
ମିସ୍ ୟୁନିଭର୍ସ ୨୦୨୫ ଟାଇଟେଲ ଜିତିଛନ୍ତି ମେକ୍ସିକୋ ସୁନ୍ଦରୀ ଫାତିମା ବୋଶ୍ । ଯଦିଓ ମନିକା ବିଶ୍ବକର୍ମା ଶ୍ରେଷ୍ଠ ୧୨ ସ୍ଥାନ ପାଇପାରିନଥିଲେ,ତଥାପି ତାଙ୍କ ଲୁକ୍ ଏବଂ ଇଣ୍ଟେଲିଜେନ୍ସିକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା । ଏହି ବର୍ଷ ମିସ୍ ୟୁନିଭର୍ସ ୨୦୨୫ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହୋଇଥିଲା ।
ଥାଇଲ୍ୟାଣ୍ଡର କଣ୍ଟେଷ୍ଟାଣ୍ଟ ପ୍ରବୀଣର ସିଂ ମିସ୍ ୟୁନିଭର୍ସର ପ୍ରଥମ ରନର୍ସଅପ୍ ହୋଇଥିଲେ । ଭେନୁଜୁଏଲା ୨ୟ ରନର୍ସଅପ୍ ଏବଂ ଫିଲିପାଇନ୍ସ ୩ ରନର୍ସଅପ୍ ହୋଇଥିଲେ । ଭାରତର ୨୨ ବର୍ଷୀୟା ମନିକା ବିଶ୍ବକର୍ମା ବିଭିନ୍ନ ଦେଶର ୧୦୦ରୁ ଅଧିକ ସୁନ୍ଦରୀଙ୍କ ସହ ପ୍ରତିଯୋଗିତା କରି ସେ ଶ୍ରେଷ୍ଠ ୩୦ ସ୍ଥାନରେ ପହଞ୍ଚିପାରିଥିଲେ ।
ଯଦି ମିସ୍ ୟୁନିଭର୍ସ ୨୦୨୫ର ଫାଇନାଲିଷ୍ଟମାନଙ୍କ ମଧ୍ୟରେ ଚିଲି, କଲମ୍ବିଆ,କ୍ୟୁବା,ଗୁଆଡେଲୁପ୍,ମେକ୍ସିକୋ,ପୁଏର୍ଟୋ ରିକୋ,ଭେନେଜୁଏଲା,ଚୀନ,ଫିଲିପାଇନ୍ସ,ଥାଇଲ୍ୟାଣ୍ଡ,ମାଲ୍ଟା ଏବଂ କୋଟ୍ ଡି'ଆଇଭୋରର ସୁନ୍ଦରୀମାନେ ଏଥିରେ ସାମିଲ ଥିଲେ ।

ମିସ୍ ୟୁନିଭର୍ସ ୨୦୨୪ ଭିକ୍ଟୋରିଆ କେଜର ଥେଲଭିଗ୍ ମିସ୍ ୟୁନିଭର୍ସ ୨୦୨୫ର ବିଜେତା ଫାତିମାଙ୍କୁ ମୁକୁଟ ପିନ୍ଧାଇଥିଲେ । ମିସ୍ ୟୁନିଭର୍ସ ସଂଗଠନ ବିଶ୍ୱବ୍ୟାପୀ ମହିଳାମାନଙ୍କ ପାଇଁ ଏକ ପ୍ଲାଟଫର୍ମ ଯାହା ପ୍ରତିଯୋଗୀମାନଙ୍କ ମଧ୍ୟରେ ନେତୃତ୍ୱ, ଶିକ୍ଷା, ସାମାଜିକ ପ୍ରଭାବ, ବିବିଧତା ଏବଂ ବ୍ୟକ୍ତିଗତ ବିକାଶକୁ ପ୍ରୋତ୍ସାହିତ କରେ । ତଥାପି ଏହି ବର୍ଷର ପ୍ରତିଯୋଗିତା ବିବାଦର ଅଭିଯୋଗ ପାଇଁ ଖବରରେ ଥିଲା । ଜଜ୍ ଏବଂ ମ୍ୟୁଜିସିଆନ ଉମର ହାର୍ଫୁଚ ଫାଇନାଲର ଠିକ୍ ୩ ଦିନ ପୂର୍ବରୁ ଇସ୍ତଫା ଘୋଷଣା କରିଥିଲେ ।
ଆପଣଙ୍କୁ ଜଣାଇ ରଖୁଛୁ ଯେ, ସେ ପୂର୍ବରୁ ବିବାଦରେ ଫସି ଯାଇଥିଲେ । ମିସ୍ ୟୁନିଭର୍ସ ହୋଷ୍ଟ ନାୱାଟ୍ ଇତ୍ସାଗ୍ରିସିଲ୍ ତାଙ୍କୁ ସମସ୍ତଙ୍କ ସାମ୍ନାରେ ଯେତେବେଳେ ମୂର୍ଖ ବୋଲି କହିଥିଲେ ସେତେବେଳେ ଫାତିମା ବୋଶ୍ ପ୍ରତିଯୋଗିତା ଆରମ୍ଭରେ ଆଲୋଚନାର ବିଷୟ ପାଲଟିଥିଲେ । ଫାତିମା ଅନ୍ୟ ପ୍ରତିଯୋଗୀଙ୍କ ସହ ବାହାରକୁ ଚାଲିଯାଇଥିଲେ । ଏବେ, ଏହି ସମାନ ପ୍ରତିଯୋଗୀଙ୍କୁ ବିଜେତା ମୁକୁଟ ପିନ୍ଧାଯାଇଛି । ଶ୍ରେଷ୍ଠ ୫ରେ ସ୍ଥାନ ପାଇଥିବା ମେକ୍ସିକାନ୍ ସୁନ୍ଦରୀ ଫାତିମା ବୋଶ୍ ଟାଇଟଲ୍ ଜିତିଛନ୍ତି ଏବଂ ବିଜେତା ମୁକୁଟ ପିନ୍ଧାଇଛନ୍ତି ।












Click it and Unblock the Notifications