ମିସ୍ ଇଣ୍ଡିଆ ୨୦୨୨ର ବିଜେତା କର୍ଣ୍ଣାଟକର ସିନି ଶେଟ୍ଟୀ
Miss India 2022 Title Winner.Sini Shetty from Karnataka won the Femina Miss India 2022 . Sini Shetty hails from Karnataka and is currently pursuing a course in Chartered Financial Analyst ପୁଣି କମାଲ୍ ଦେଖାଇଲେ କର୍ଣ୍ଣାଟକର
ମୁମ୍ବାଇ:ଫେମିନା ମିସ୍ ଇଣ୍ଡିଆ ୨୦୨୨ର କଣ୍ଟେଷ୍ଟର ବିଜେତାଙ୍କ ନାମ ଘୋଷଣା କରାଯାଇଛି ଏଥର ପୁଣି କମାଲ୍ ଦେଖାଇଲେ କର୍ଣ୍ଣାଟକର ଝିଅ ।କର୍ଣ୍ଣାଟକର ସିନି ଶେଟ୍ଟି ମିସ୍ ଇଣ୍ଡିଆ ମୁକୁଟ ପିନ୍ଧିଛନ୍ତି । ଜୁଲାଇ ୩ ରେ ମୁମ୍ବାଇରେ ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ୩୧ଜଣ ଫାଇନାଲିଷ୍ଟଙ୍କୁ ପରାସ୍ତ କରି କର୍ଣ୍ଣାଟକର ସୁନ୍ଦରୀ ସିନି ମିସ ଇଣ୍ତିଆ ମୁକୁଟ ଜିତିଛନ୍ତି । ରାଜସ୍ଥାନର ରୁବଲ ଶେଖୱାତ ପ୍ରଥମ ରନର୍ସ ଅପ୍ ହୋଇଥିବାବେଳେ ଉତ୍ତରପ୍ରଦେଶର ଶିନାତା ଚୌହାନ ଦ୍ୱିତୀୟ ରନର୍ସ ଅପ୍ ହୋଇଥିଲେ। ମିସ୍ ଇଣ୍ଡିଆର ଗ୍ରାଣ୍ଡ୍ ଫାଇନାଲ୍ ରେ ଏହି ତିନିଜଣ ଖୁବ ସୁନ୍ଦର ଦେଖାଯାଉଥିଲେ ।

ମିସ୍ ଇଣ୍ଡିଆ ୨୦୨୨ ର ଗ୍ରାଣ୍ଡ୍ ଫାଇନାଲ୍ ରେ ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ ଯୋଗ ଦେଇଥିଲେ । ଯେଉଁଥିରେ ନେହା ଧୁପିଆ, କ୍ରିତି ସାନନ୍, ମଲାଇକା ଆରୋରା,
ମନିଶ ପୋଲ୍, ରାଜକୁମାର ରାଓ, ଡିନୋ ମୋରିୟା, ମିତାଲି, ରାଜଙ୍କ ସମେତ ଅନେକ କଳାକାର ନଜର ଆସିଥିଲେ । ଏହି ଇଭେଣ୍ଟରେ ଚାରଚାନ୍ଦ ଲଗାଇଥିଲେ କ୍ରିତି ସାନନ୍ ।
ତେବେ ନେହା ଧୁପିଆ ମିସ୍ ଇଣ୍ଡିଆ ହେବାର ୨୦ ବର୍ଷ ମଧ୍ୟ ପୂରଣ ହୋଇଛି ଯାହା ସେ ଏହି ଇଭେଣ୍ଟରେ ସେଲିବ୍ରେଟ କରିଥିଲେ ।
ମିସ୍ ଇଣ୍ଡିଆ ୨୦୨୨ ମୁକୁଟ ଜିତିଥିବା ସିନି ଶେଟ୍ଟୀଙ୍କୁ ମାତ୍ର ୨୧ ବର୍ଷ । ସେ ବର୍ତ୍ତମାନ ଚାର୍ଟାର୍ଡ ଫାଇନାନ୍ସ ଆନାଲିଷ୍ଟ ପାଠ୍ୟକ୍ରମ କରୁଛନ୍ତି । ସିନି ନୃତ୍ୟକୁ ବହୁତ ଭଲ ପାଆନ୍ତି, ସେ ୪ ବର୍ଷ ବୟସରୁ ହିଁ ଭାରତନାଟ୍ୟମ୍ ଶିଖିବା ଆରମ୍ଭ କରିଥିଲେ।












Click it and Unblock the Notifications