Get Updates
Get notified of breaking news, exclusive insights, and must-see stories!

ଆସିଲା ମିର୍ଜାପୁର ସିଜିନ୍ ୩ ଟ୍ରେଲର, ରକ୍ତରଞ୍ଜିତ ହେବ ଓଟିଟି!

Mirzapur season 3 trailer: ପ୍ରତୀକ୍ଷାର ଅନ୍ତ ହୋଇଛି । ରିଲିଜ୍ ହୋଇଛି ଓଟିଟି ପ୍ଲାଟଫର୍ମରେ ହଲଚଲ୍ କରିଥିବା ବହୁପ୍ରତୀକ୍ଷିତ ମିର୍ଜାପୁର ସିଜିନ୍ ୩ ଟ୍ରେଲର । ଏହାପରେ ଓ୍ବେବ୍ ସିରିଜ ଦୁନିଆରେ ଇତିହାସ ରଚିବାକୁ ଯାଉଛି ଏହି ସିଜିନ୍ ।

ଓଟିଟି ପ୍ଲାଟଫର୍ମରେ ଦର୍ଶକଙ୍କ ମଧ୍ୟରେ ବେଶ୍ ପ୍ରଶଂସା ସାଉଁଟିଥିଲା ମିର୍ଜାପୁରର ପ୍ରଥମ ଦୁଇ ସିଜିନ୍ । କ୍ରାଇମ୍ ଏବଂ ଗ୍ୟାଙ୍ଗଷ୍ଟର ଉପରେ ରଚିତ ଏହି କାହାଣୀକୁ ଦର୍ଶକ ବେଶ୍ କୌତୁହଳସହ ଦେଖିବା ସହ ଏହାର ତୃତୀୟ ସିଜିନ୍ କୁ ଅପେକ୍ଷା କରିଥିଲେ । ତେବେ, ମିର୍ଜାପୁରର ତୃତୀୟ ସିଜନ ପୂର୍ବ ଅପେକ୍ଷା ଅଧିକ ଭୌକାଲ ଆଣିବାକୁ ଯାଉଛି । ସମସ୍ତଙ୍କ ନଜର ରହିଛି ଏଥର 'ମିର୍ଜାପୁର'ରେ କିଏ ରାଜ କରିବ ।

mirzapur season 3

ଏହି ସିଜିନର କ୍ୟାପସନ ରହିଛି 'ଜଙ୍ଗଲ ମେଁ ଭୌକାଲ ମଚନେ ୱାଲା ହେ' । ତେବେ ଟ୍ରେଲର ରିଲିଜ ପରେ ଦର୍ଶକ ଆହୁରି ଉତ୍ସାହିତ ଅଛନ୍ତି । ଏହା ସହ ଜୁଲାଇ ୫ ରେ ରିଲିଜ ହେବ ସମ୍ପୂର୍ଣ୍ଣ ସିରିଜ ।

ଏହି ସିଜିନର ରକ୍ତାକ୍ତ ଟ୍ରେଲର ପ୍ରତିଶୋଧ ନେଇ ବହୁତ କିଛି ସଙ୍କେତ ଦେଇଛି । ମୁଖ୍ୟ ଭୂମିକାରେ ରହିଛନ୍ତି ଗୁଡ୍ଡୁ ପଣ୍ଡିତ ମୁଖ୍ୟ ଭୂମିକାରେ ରହିଥିବା ଜଣାପଡ଼ିଛି । ମୁନ୍ନା ଭୈୟା ନ ଥିବାରୁ ମୁଖ୍ୟ ଲଢେଇ କାଲିନ୍ ଭୈୟା ଏବଂ ଗୁଡ୍ଡୁ ପଣ୍ଡିତ ମଧ୍ୟରେ ହୋଇପାରେ । ଏହାସହ ମୁନ୍ନା ଭୈୟାଙ୍କ ପତ୍ନୀଙ୍କ ଜଲଓ୍ବା ମଧ୍ୟ ଦେଖିବା ଭଳି ହୋଇଛି । ସେ ଗୁଡ୍ଡୁ ପଣ୍ଡିତକୁ ଶେଷ କରିଦେବାକୁ ଚାହୁଁଛନ୍ତି । ସେପଟେ କାଲିନ ଭୟାଙ୍କ ପତ୍ନୀ ତାଙ୍କ ବିପକ୍ଷରେ ଛିଡା ହୋଇଥିବା ଦେଖିବାକୁ ମିଳିବ । ମୋଟାମୋଟି ଭାବେ ମିର୍ଜାପୁର ୩ ରେ ପ୍ରତିଶୋଧର ନିଆଁ ଦେଖିବାକୁ ମିଳିବ ।

ଆଉ ଏହାରି ଭିତରେ କାଲିନ ଭୈୟାଙ୍କ ଦମଦାର ଡାୟଲଗ 'ହାମ୍ ଓ୍ବ କରବାଏଙ୍ଗେ, ଜୋ ପୂର୍ବାଞ୍ଚଳ କୀ ଇତିହାସ ମେ ଆଜ୍ ତକ କଭି ନେହିଁ ହୁଆ ।' ଟ୍ରେଲର ଦେଖିଲେ ବି ଏମିତି ଲାଗୁଛି, ମେକର୍ସ କିଛି ନୂଆ ଟ୍ରାଏଲ କରିଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+