ଆରମ୍ଭ ହେବ 'ମିର୍ଜାପୁର ସିଜନ ୩'ର ସୁଟିଂ
Mirzapur 3 : Shoot will starr from next month , with action of Guddu and Kalin Bhaiya ଆରମ୍ଭ ହେବ 'ମିର୍ଜାପୁର ସିଜନ ୩'ର ସୁଟିଂ
ମୁମ୍ବାଇ: ଲୋକପ୍ରିୟ ୱେବ୍ ସିରିଜ୍ 'Mirzapur Season 3'କୁ ନେଇ ଏବେ ଅନେକ ଖବର ଆସିବାରେ ଲାଗିଛି । ସୂଚନା ରହିଛି ଯେ 'ମିର୍ଜାପୁର ସିଜନ 3'ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହେବ । ସିରିଜର ତୃତୀୟ ସିଜନ୍ ଆହୁରି ଖାସ ହେବା ପାଇଁ ଯାଉଛି ।ଏହି ସିଜିନରେ ମଧ୍ୟ କାଲିନ ଭେୟା(kalin Bhaiya)ଏବଂ ଗୁଡ୍ଡୁ ଭେୟା (Guddu Bhaiya) ଙ୍କ ଜଲୱା ଦେଖିବା ପାଇଁ ମିଳିବ । 'ମିର୍ଜାପୁର ୩'ରେ ପଙ୍କଜ ତ୍ରିପାଠୀ, ଆକ୍ଟର ଅଲ୍ଲୀ ଫଜଲ ,ଏବଂ ଶ୍ୱେତା ତ୍ରିପାଠୀ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ସିରିଜ୍ ପାଇଁ ଉତ୍ତରପ୍ରଦେଶ ସହରରେ ଅଡିସନ୍ ସମାପ୍ତ ହୋଇଛି ।

'ମିର୍ଜାପୁର ୩' ରେ ସ୍ଥାନୀୟ କଳାକାରଙ୍କ ଅଡିସନ ଲକ୍ଷୌରେ ଶେଷ ହୋଇଛି ।ଏହି ଫିଲ୍ମର ସୁଟିଂ ଅଗଷ୍ଟ ଶେଷ ସୁଦ୍ଧା ଲକ୍ଷୌରେ ଆରମ୍ଭ ହେବ ।'ମିର୍ଜାପୁର ୩' ପାଇଁ ୧୫ ଓ ୧୬ ଜୁଲାଇ ଗୌମତିନଗରରେ ଅଡିସନ ରଖାଯାଇଥିଲା । ଲକ୍ଷୌରେ ଅଲ୍ଲୀ ଫଜଲ ଓ ଶ୍ୱେତା ତ୍ରିପାଠୀଙ୍କ ଏକାଠି ଶୁଟିଂ କରିବେ ।ଲକ୍ଷୌର ବିଭିନ୍ନ ସହରରେ ଫିଲ୍ମର ସୁଟିଂ କରାଯିବ ।ତେବେ ମିର୍ଜାପୁର ୨ର ମଧ୍ୟ ଅନେକ ଭାଗ ଲୌକ୍ଷରେ ସୁଟ୍ କରାଯାଇଥିଲା ।
ନିକଟରେ ଅଭିନେତ୍ରୀ ରସିକା ଦୁଗ୍ଗଲ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ତୃତୀୟ ସିଜିନର ସୁଟିଂ ଆରମ୍ଭ କରିବା ବିଷୟରେ ସୂଚନା ଦେଇଥିଲେ । ଏଥର ଅଲ୍ଲୀ ଫଜଲ ଜବରଦସ୍ତ ଅନ୍ଦାଜରେ ନଜର ଆସିବେ । ଅଲ୍ଲିଙ୍କୁ ଆକ୍ସନ୍ ମୋଡ୍ ରେ ଦେଖିବାକୁ ପାଇବେ ଦର୍ଶକ ।ଯେଉଁଥି ପାଇଁ ସେ ଏବେ କୁସ୍ତି ମଧ୍ୟ ଶିଖୁଛନ୍ତି ।'ମିର୍ଜାପୁର ୩' ରେ ଅନେକ ଆକ୍ସନ ଦେଖିବା ପାଇଁ ମିଳିବ ।












Click it and Unblock the Notifications