Mili Movie: ରିଲିଜ୍ ହେଲା ଫିଲ୍ମର 'ମିଲି'ର ପ୍ରଥମ ଲୁକ୍

Mili Movie: ରିଲିଜ୍ ହେଲା ଫିଲ୍ମର 'ମିଲି'ର ପ୍ରଥମ ଲୁକ୍

ମୁମ୍ବାଇ: ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀଙ୍କ ଝିଅ ଜାହ୍ନବୀ କପୁର ୨୦୧୮ ମସିହାରେ ଫିଲ୍ମ 'ଧଡକ' ଜରିଆରେ ବଲିଉଡରେ ପାଦ ଦେଇଥିଲେ । ମରାଠୀ ଫିଲ୍ମ 'ସାଇରତ' ଫିଲ୍ମର ହିନ୍ଦୀ ରିମେକରେ ଜାହ୍ନବୀ ଓ ଇଶାନ ଖଟ୍ଟରଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା । ଅଭିନେତ୍ରୀ ଏହି ଚଳଚ୍ଚିତ୍ରରେ ତାଙ୍କର ଉତ୍କୃଷ୍ଟ ଅଭିନୟ ମାଧ୍ୟମରେ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ହେଲେ ଅନେକ ଥର ତାଙ୍କୁ ଟ୍ରୋଲର ଶିକାର ହେବାକୁ ପାଇଁ ମଧ୍ୟ ପଡେ । ନିକଟରେ ଏକ ସାକ୍ଷାତକାରରେ ଅଭିନେତ୍ରୀ କହିଛନ୍ତି ଯେ ସେ ହୁଏତ 'ସବୁଠାରୁ ପ୍ରତିଭାବାନ କିମ୍ବା ସବୁଠାରୁ ସୁନ୍ଦର' ଅଭିନେତ୍ରୀ ନୁହଁନ୍ତି କିନ୍ତୁ ସେ 'ସେଟରେ ସବୁଠାରୁ ପରିଶ୍ରମୀ ବ୍ୟକ୍ତି'।

Mili Movie
ତେବେ ଖାସ କଥା ହେଲା ଯେ ନିକଟରେ ତାଙ୍କର ଚଳଚ୍ଚିତ୍ର 'ଗୁଡ୍ ଲକ ଜେରୀ' OTTରେ ମୁକ୍ତିଲାଭ କରିଥିଲା । ବର୍ତ୍ତମାନ ପ୍ରଶଂସକମାନେ ତାଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ମିଲି'କୁ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ରର ପ୍ରଥମ ଲୁକ୍ ପୋଷ୍ଟର ରିଲିଜ୍ ହୋଇଛି । ପୋଷ୍ଟର ଦେଖି ଏହା ସ୍ପଷ୍ଟ ଯେ ଆପଣ ଏଥିରେ ଅନେକ ସସପେନ୍ସ ଏବଂ
ଥ୍ରୀଲର ଦେଖିବାକୁ ପାଇବେ ।

ଜାହ୍ନଭୀ କପୁରଙ୍କ ପ୍ରଥମ ଲୁକ୍
ଜାହ୍ନଭୀ କପୁର ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରିଛନ୍ତି । ଗୋଟେ ଫଟୋରେ ସେ ହାତରେ ବ୍ୟାଗ ଧରିଥିବାର ନଜର ଆସୁଛନ୍ତି ।
ଯେଉଁଥିରେ ତାଙ୍କ ମୁହଁରେ ଏକ ସୁନ୍ଦର ହସ ମଧ୍ୟ ଦେଖିବା ପାଇଁ ମିଳୁଛି । ଦ୍ୱିତୀୟ ପୋଷ୍ଟରରେ ତାଙ୍କ ମୁହଁରେ ଭୟ ଦେଖିବା ପାଇଁ ମିଳୁଛି । ଏହି ପୋଷ୍ଟର ସହିତ ଜାହ୍ନଭୀ କପୁର ନିଜ ଚରିତ୍ର ଉପରୁ ପରଦା ଉଠାଇଛନ୍ତି । ଏହି ଚଳଚ୍ଚିତ୍ରରେ ସେ ମିଲି ନୌଉଡିଆଲଙ୍କ ଭୂମିକାରେ ଅଭିନୟ କରୁଛନ୍ତି, ଯିଏ 24 ବର୍ଷ ବୟସର ଏବଂ ବି.ଏସ୍.ସି ନର୍ସିଂ ସ୍ନାତକ। ଜାହ୍ନବୀ କପୁରଙ୍କ ପିତା ବୋନି କପୁର ଏହି ଚଳଚ୍ଚିତ୍ରକୁ ନିର୍ମାଣ କରୁଛନ୍ତି । ଜାହ୍ନଭୀ କପୁରଙ୍କ ବ୍ୟତୀତ ମନୋଜ ପହୱା ଏବଂ ସନ୍ନି କୌଶଲ ମଧ୍ୟ 'ମିଲି' ରେ ମଧ୍ୟ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ନଭେମ୍ବର 4 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+