Get Updates
Get notified of breaking news, exclusive insights, and must-see stories!

ଏହି କାରଣରୁ ଅଭିନେତ୍ରୀ ଆକାଂକ୍ଷା ପୁରୀଙ୍କୁ ବିବାହ କଲେ ନାହିଁ ମିକା ସିଂ

ମୁମ୍ବାଇ: ବଲିଉଡର ଜଣାଶୁଣା ଗାୟକ ମିକା ସିଂ ନିଜ ସୁନ୍ଦର ଗୀତରେ ସେ କରନ୍ତି ସମସ୍ତଙ୍କୁ ଇମପ୍ରେସ୍ । ସେ ଏପର୍ଯ୍ୟନ୍ତ ସେ ନିଜ କ୍ୟାରିୟରରେ ଅନେକ ସୁପରହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ହେଲେ କିଛି ଦିନ ହେଲା ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଅଛନ୍ତି ଚର୍ଚ୍ଚାରେ । ଏକ ଟେଲିଭିଜନ ଜିରଆରେ ଗାୟକ ଗତ ବର୍ଷ ନିଜ ସ୍ୱୟଂବରର କରିଥିଲେ । ଯେଉଁଥିରେ ସେ ତାଙ୍କର ପୁରୁଣା ବନ୍ଧୁ ଆକାଂକ୍ଷା ପୁରୀଙ୍କୁ ନିଜ ଜୀବନସାଥୀ ଭାବେ ବାଛିଥିଲେ ।

ଏହା ପରେ କିଛି ସମୟ ପାଇଁ ଉଭୟଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ​​କିନ୍ତୁ ପରେ ଏହି ଦୁଇ ଜଣଙ୍କୁ ଖବ୍ କମ ସମୟରେ ଏକାଠି ଦେଖିବା ପାଇଁ ମିଳିଥିଲା । ଯାହା ପରେ ଉଭୟ ପରସ୍ପରଠୁ ଅଲଗା ହେବାର ଖବର ଚର୍ଚ୍ଚା ଜୋର ଧରିଥିଲା । ହେଲେ ମିକ୍କା-ଆକାଂକ୍ଷା ପୁରୀଙ୍କ ମଧ୍ୟରେ ହଠାତ୍ କ'ଣ ଘଟିଗଲା ତାହା ଜାଣିବା ପାଇଁ ଫ୍ୟାନ୍ସ ଉତ୍ସାହିତ । ଦୁହେଁ ବିବାହ କରିବେ କି ନାହିଁ? ବୋଲି ଅନେକ ପ୍ରଶ୍ନ କରିଥିଲେ । ଯାହାର ଉତ୍ତର ନିଜେ ମିକା ସିଂ ଦେଇଛନ୍ତି।

Mika Singh

ନିକଟରେ ଏକ ସାକ୍ଷାତକାର ମିକା ସିଂ ସ୍ପଷ୍ଟ କରିଛନ୍ତି ଯେ, ଦୁହେଁ ବର୍ତ୍ତମାନ ଅଲଗା ହୋଇଯାଇଛନ୍ତି। ଇ-ଟାଇମ୍ସ ସହିତ ବାର୍ତ୍ତାଳାପ ସମୟରେ ସିଙ୍ଗର କହିଛନ୍ତି, 'ମୁଁ ପ୍ରକୃତରେ ବିବାହ କରିବା ପାଇଁ ଚାହୁଁଥିଲି । ସେଥିପାଇଁ ମୁଁ ଏକ ରିଆଲିଟି ସୋ'ରେ ଆସିଥିଲି । ଏହି ସୋରେ ମୋତେ ଆକାଂକ୍ଷା ପୁରୀ ଭଲ ଲାଗିଥିଲେ । ଏପରିକି ମୁଁ ତାଙ୍କୁ ବିବାହ କରିବା ପାଇଁ ମଧ୍ୟ ଚାହୁଁଥିଲି ହେଲେ କିଛି ଦିନ ପରେ ମୋତେ ଲାଗିଲା ଆମେ ଦୁହେଁ ଏକାଠି ରହିବା ଉଚିତ୍ ହେବ ନାହିଁ । ସେଥିପାଇଁ ପରସ୍ପରଠୁ ଅଲଗା ହୋଇଯିବା ଉଚିତ୍ ମନ କରିଥିଲୁ ଆମେ ।

ମିକା ସିଂ ଆହୁରି କହିଛନ୍ତି, 'ମୁଁ ମୋର ଗୀତ ପାଇଁ ସାରା ବିଶ୍ୱରେ ଭ୍ରମଣ କରେ । ହେଲେ ସେ ଜଣେ ଅଭିନେତ୍ରୀ ତାଙ୍କୁ ପ୍ରାୟତଃ ଗୋଟିଏ ସ୍ଥାନରେ ରହିବା ପାଇଁ ପଡିଥାଏ । ଯଦି ମୁଁ ଜଣେ ଗାୟିକାଙ୍କୁ ବିବାହ କରେ ତେବେ ଆମେ ଏକାଠି କାମ କରିପାରିବୁ ଏବଂ ଏକାଠି ଯାତ୍ରା କରିପାରିବୁ । ହେଲେ ଆକାଂକ୍ଷା ପୁରୀ ଯେହେତୁ ଜଣେ ଅଭିନେତ୍ରୀ ଏବଂ ତାଙ୍କର କାର୍ଯ୍ୟ ମୋର ଠାରୁ ଭିନ୍ନ,ସେ ମୋ ସହ ଦେଶରୁ ଦେଶ ବୁଲି ପାରିବେ ନାହିଁ । ସେଥିପାଇଁ ଆମେ ପରସ୍ପରର ସହମତିରେ ବନ୍ଧୁ ହେବାକୁ ସ୍ଥିର କଲୁ ।

ଆମେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଆକାଂକ୍ଷା ପୁରୀଙ୍କୁ ନିକଟରେ 'ବିଗ୍ ବସ୍ OTT 2'ରେ ଦେଖିବା ପାଇଁ ମିଳିଥିଲା । ସୋ'ରେ ସେ ନିଜ ସହ ପ୍ରତିଯୋଗିଙ୍କୁ କିସ୍ କରି ଚର୍ଚ୍ଚାରେ ଥିଲେ। ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା ଏହି ଭିଡିଓ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+