୧୦ ମିନିଟ୍ ଗୀତ ଗାଇବା ପାଇଁ ୧.୫କୋଟି ନେଲେ ମିକା ସିଂ
୧୦ ମିନିଟ୍ ଗୀତ ଗାଇବା ପାଇଁ ୧.୫କୋଟି ନେଲେ ମିକା ସିଂ
ମୁମ୍ବାଇ:ଭାରତର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଅନନ୍ତ ଅମ୍ବାନୀଙ୍କର ଗୁରୁବାର ଦିନ ତାଙ୍କ ପ୍ରେମିକା ରାଧୀକା ମର୍ଚେଣ୍ଟଙ୍କ ସହ ନିର୍ବନ୍ଧ ହୋଇଛି । ରାଜସ୍ଥାନର ନାଥଦ୍ୱାରର ଶ୍ରୀନାଥଜୀ ମନ୍ଦିରରେ ଅନନ୍ତ ଏବଂ ରାଧୀକାଙ୍କ ନିର୍ବନ୍ଧ ଶେଷ ହୋଇଛି । ଏହା ପରେ ମୁମ୍ବାଇରେ ଅମ୍ବାନୀ ପରିବାରର ଆଣ୍ଟିଲା ଠାରେ ବିଳମ୍ବିତ ରାତିରେ ଉତ୍ସବ ପାଳନ କରିଥିଲା ଯେଉଁଥିରେ ଅନେକ ଚଳଚ୍ଚିତ୍ର ତାରକା ମଧ୍ୟ ଦେଖିବା ପାଇଁ ମିଳିଥିଲେ । ଏହି ସମୟରେ ପ୍ରସିଦ୍ଧ ଗାୟକ ମିକା ସିଂ ନିଜ ଗୀତରେ ସମସ୍ତ ଅତିଥିଙ୍କର ମନୋରଞ୍ଜନ କରିଥିଲେ । ହେଲେ ଏହି କାର୍ଯ୍ୟକ୍ରମରେ ଗୀତ ଗାଇବା ପାଇଁ ମୋଟା ଅଙ୍କର ଟଙ୍କା ଡିମାଣ୍ତ କରିଥିଲେ ମିକା ।
ବଲିଉଡର ପ୍ରସିଦ୍ଧ ଗାୟକଙ୍କ ମଧ୍ୟରୁ ମିକା ସଂ ଅନ୍ୟତମ । ନିତ ଗୀତରେ ସେ ଦର୍ଶକଙ୍କୁ ମତୁଆଲ କରନ୍ତି । ସେଥିପାଇଁ ଫ୍ୟାନ୍ସଙ୍କ ମନରେ ରାଜ କରନ୍ତି ମିକା । ଗତକାଲି ରାତିରେ ଅମ୍ବାନୀ ହାଉସ୍ ଆଣ୍ଟିଲାରେ ମଧ୍ୟ ମିକା ନିଜର ଗୀତରେ ପାର୍ଟିରେ ଚାରଚାନ୍ଦ ଲଗାଇଥିଲେ । ଯାହା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କିଛି ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ନିର୍ବନ୍ଧରେ ଗୀତ ଗାଇବା ପାଇଁ ମିକା ବହୁ ମୋଟା ଅଙ୍କର ଟଙ୍କା ଡିମାଣ୍ତ କରିଛନ୍ତି । ପାର୍ଟିରେ ପରଫମାନ୍ସ ପାଇଁ ମିକା ପ୍ରାୟ ୧.୫ କୋଟି ଟଙ୍କା ଆଦାୟ କରିଛନ୍ତି । ସୋସିଆଲ ମିଡିଆରେ ଲଗାତାର ମିକାଙ୍କର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଆଶ୍ଚର୍ଯ୍ୟଜନକ କଥା ହେଉଛି ମିକା ସିଂ ମାତ୍ର ୧୦ ମିନିଟର ପ୍ରଦର୍ଶନ ପାଇଁ ଏହି ଫି ସଂଗ୍ରହ ଡିମାଣ୍ତ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ରାଜସ୍ଥାନରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କର ନିର୍ବନ୍ଧ ଶେଷ ହୋଇଛି । ଏହା ପରେ ମୁମ୍ବାଇରେ ଅମ୍ବାନୀ ହାଉସରେ ଏକ ଗ୍ରାଣ୍ଟ ପାର୍ଟିର ଆୟୋଜନ କରାଯାଇଥିଲା । ଯେଉଁଥିରେ ରଣବୀର କପୁର, ଆଲିଆ ଭଟ୍ଟ, ରଣବୀର ସିଂ, ଜାହ୍ନବୀ କପୁର,ଶାହାରୁଖ ଖାନ,ସଲମାନ ଖାନଙ୍କ ପରି ଅନେକ ବିଟାଉନ୍ ଷ୍ଟାରଙ୍କୁ ଦେଖିବା ପାଇଁ ମିଳିଥିଲା ।
-
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ବାଚସ୍ପତିଙ୍କ ବିପକ୍ଷରେ ବିରୋଧୀଙ୍କ ଅବିଶ୍ୱାସ ପ୍ରସ୍ତାବ ଖାରଜ -
ଓଡ଼ିଶାର ଏହି ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍ -
ଗ୍ୟାସ ସଙ୍କଟକୁ ଏଡାଇବା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି; ଲାଗୁ କଲେ ESMA ଆଇନ -
ମଧ୍ୟପ୍ରାଚ୍ୟରେ ଲକ୍ଷ ଲକ୍ଷ ଫସିଛନ୍ତି ଓଡ଼ିଆ, ଫେରାଇ ଆଣିବାର ଅନୁରୋଧ କଲେ ନବୀନ -
ମହାରାଷ୍ଟ୍ର ରାଜ୍ୟସଭା ନିର୍ବାଚନ; ୨୬ ନେତା ନିର୍ଦ୍ୱନ୍ଦ୍ୱରେ ବିଜୟୀ -
ଡାଇବେଟିସରେ ରୋଗୀ ଭାତ ଖାଇବା ଉଚିତ୍ ନା ନୁହେଁ, ଜାଣନ୍ତୁ ଏନେଇ....











Click it and Unblock the Notifications