Get Updates
Get notified of breaking news, exclusive insights, and must-see stories!

Holi 2024: ଅମିତାଭ ବଚ୍ଚନଙ୍କ ଖାସ୍ ହୋଲି ସେଲିବ୍ରେସନ୍, ଏପରି କରାଯାଏ ଅତିଥିଙ୍କ ସ୍ୱାଗତ

Holi 2024: ଆଉ ମାତ୍ରା କିଛି ଦିନର ଅପେକ୍ଷା ସାରା ଦେଶର ପାଳନ କରାଯିବ ହୋଲି ପର୍ବ । ଯେଉଁଥି ପାଇଁ କିଛି କିଛି ସ୍ଥାନରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ରଙ୍ଗର ଏହି ପର୍ବକୁ ସାଧାରଣ ଲୋକଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତ ଜବରଦସ୍ତ ଅନ୍ଦାଜରେ ସେଲିବ୍ରେଟ୍ କରିଥାନ୍ତି । ତେବେ ଦିନେ ବେଶ୍ ଚର୍ଚ୍ଚିତ ଥିଲା ଅମିତାଭ ବଚ୍ଚନଙ୍କ ହୋଲି ପାର୍ଟି । ଆଜ୍ଞା, ହଁ ପ୍ରତ୍ୟେକ ହୋଲିରେ ବିଗ୍ ବିଙ୍କ ଘରେ ଏକ ଗ୍ରାଣ୍ତ ଇଭେଣ୍ଟର ଆୟୋଜନ କରାଯାଉଥିଲା । ଯେଉଁଥିରେ ଅନେକ ସେଲିବ୍ରିଟି ଯୋଗ ଦେଉଥିଲେ ଏବଂ ଖୁବ୍ ଏଞ୍ଜୟ ମଧ୍ୟ କରୁଥିଲେ ।

ସମୟ ଥିଲା ଯେତେବେଳେ ଅମିତାଭ ବଚ୍ଚନ ପ୍ରତିବର୍ଷ ତାଙ୍କ ବଙ୍ଗଲୋରେ ହୋଲି ପାର୍ଟିର ଆୟୋଜନ କରୁଥିଲେ । ଏହି ପାର୍ଟୀରେ ହୋଲିର ସୁନ୍ଦର ସୁନ୍ଦର ଗୀତରେ ତାରକାମାନେ ଡ୍ୟାନ୍ସ କରୁଥିବାର ଅନେକ ଭିଡିଓ ଦେଖିବା ପାଇଁ ମିଳେ ।

Memorable Holi at Amitabh Bachchan s house

ଅମିତାଭ ବଚ୍ଚନ ନିଜେ ଏହି ସେଲିବ୍ରେସର ହାର୍ଟ ଥିଲେ ହୋଲି ଗୀତରେ ସେ ଖୁବ୍ ପ୍ରତ୍ୟେକ ହୋଲି ଗୀତକୁ ଉପଭୋଗ କରୁଥିଲେ ଏବଂ ନିଜ ସାଥୀ ସେଲିବ୍ରିଟିଙ୍କର ମନୋରଞ୍ଜନ କରାଉଥିଲେ । ହୋଲି ଅବସରରେ ତାଙ୍କ ଘରକୁ ଆସୁଥିବା ଅତିଥିମାନଙ୍କୁ ଅମିତାଭ ବଚ୍ଚନ ଗ୍ରାଣ୍ତ ୱେଲକମ୍ କରିଥାନ୍ତି । ଅମିତାଭ ବଚ୍ଚନଙ୍କ ଘ ରେ ଆୟୋଜିତ ହୋଲି ପାର୍ଟିର ଉତ୍ସାହ ଏତେ ଥିଲା ସମସ୍ତେ ଖୁସିରେ ଏହି ପାର୍ଟିରେ ଯୋଗ ଦେବା ପାଇଁ ପହଞ୍ଚିଥାନ୍ତି ।

କେବଳ ଅମିତାଭ ବଚ୍ଚନଙ୍କ ହୋଲି ଗୀତ ଏବଂ ରଙ୍ଗ ନୁହେଁ ଏଠି ଏକ ଖାସ୍ ଜିନିଷ ଲୋକଙ୍କ ମନ ଜିଣିଥାଏ । ଆଉ ତାହା ହେଲା ରଙ୍ଗ ପାଣିରେ ଭରା ଏକ ଟବ । ପ୍ରତ୍ୟେକ ଅତିଥି ଏହି ଟବରେ ଦେଇ ପାର୍ଟିରେ ଏଣ୍ଟ୍ରି କରିଥାନ୍ତି । ବଚ୍ଚନ ପରିବାରର ଘରେ ନିର୍ମିତ ଏହି ଟବଟି ପୂର୍ବରୁ ରଙ୍ଗୀନ ପାଣିରେ ଭରି ରହିଥିଲା ​​ଏବଂ ଅତିଥିମାନଙ୍କୁ ଏହି ରଙ୍ଗରେ ବୁଡ଼ାଇ ହୋଲି ଶୁଭେଚ୍ଛା ଦିଆଯାଏ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+