ପୁଣି ଦେଖିବା ପାଇଁ ମିଳିବ ମାୟାବିନୀ 'ସ୍ତ୍ରୀ'ର ମାୟା, 'Stree 2'ରେ ବରୁଣଙ୍କ ଏଣ୍ଟ୍ରି !
ପୁଣି ଦେଖିବା ପାଇଁ ମିଳିବ ମାୟାବିନୀ 'ସ୍ତ୍ରୀ'ର ମାୟା,'Stree 2'ରେ ବରୁଣଙ୍କ ଏଣ୍ଟ୍ରି !
ମୁମ୍ବାଇ: ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଯୋଡିକୁ ପୁଣି ଥରେ ହରର-କମେଡି ଫିଲ୍ମ ସ୍ତ୍ରୀ ପାର୍ଟ-୨ରେ ଏକାଠି ଦେଖିବା ପାଇଁ ମିଳିବ । ଏଥର ଫିଲ୍ମରେ ନୂଆ ଟ୍ୱିଷ୍ଟ୍ ଓ ସରପ୍ରାଇଜ୍ ଦେଖିବା ପାଇଁ ମିଳିପାରେ । ସୂଚନା ଅନୁସାରେ ଏଥର ଚଳଚ୍ଚିତ୍ରରେ ନୂଆ ଅଭିନେତାଙ୍କ ଏଣ୍ଟ୍ରିକୁ ମଧ୍ୟ ହୋଇପାରେ । ୨୦୧୮ରେ ମୁକ୍ତିଲାଭ କରିଥିବା ବ୍ଲକବଷ୍ଟର ହିଟ୍ ଫିଲ୍ମ 'ସ୍ତ୍ରୀ'ର ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି । ଏହି ଚଳଚ୍ଚିତ୍ରର ନିର୍ମାତା ଫିଲ୍ମର ପାର୍ଟ-୨ର ସୁଟିଂ ଖୁବ୍ ଶୀଘ୍ର ଆରମ୍ଭ କରିବା ପାଇଁ ଯାଉଛନ୍ତି । ସୂଚନାନୁସାରେ, ଚଳଚ୍ଚିତ୍ରର ନିର୍ଦ୍ଦେଶକ ଅମର କୌଶିକ ଫିଲ୍ମ 'ଭେଡିଆ' ରିଲିଜ୍ ପରେ ଫିଲ୍ମ 'ସ୍ତ୍ରୀ'ର ଦ୍ୱିତୀୟ ଭାଗର ସୁଟିଂ ଆରମ୍ଭ କରିବେ । ଯାହାର କିଛି କିଛି ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଲାଣି ।













Click it and Unblock the Notifications