ଦେଢ ଦଶନ୍ଧି ପରେ ବଢିବ ଦିଆସିଲିର ଦର: ଡିସେମ୍ବର ପହିଲାରୁ 2 ଟଙ୍କା ହେବ ମୂଲ୍ୟ, ମିଳିବ ଅଧିକ କାଠି
ଡିଆସିଲିର ଗ୍ରାମଞ୍ଚଳରେ ଲୋକପ୍ରିୟ ନାମ ହେଉଛି ନିଆଁପେଡି । ଏହି ନିଆଁ ପେଡିରେ ଏବେ ଲାଗିବାକୁ ଯାଉଛି ନିଆଁ, କାରଣ ପ୍ରାୟ ଦେଢ ଦଶନ୍ଧି ପରେ ଗୋଟିଏ ବକ୍ସ ଡିଆସିଲି ପିଛା ଏକ ଟଙ୍କା ବଦଳର ପଡିବ ଦୁଇ ଟଙ୍କା । ତେବେ ଆଶ୍ଵାସନାର ବିଷୟ ହେଲା ଏଣିକି ଗୋଟିଏ ବକ୍ସରେ ୩୬ଟି କାଠି ବଦଳରେ ମିଳିବ ୫୦ଟି କାଠି ।

ଗୋଟିଏ ପଟେ ପେଟ୍ରୋଲ, ଡିଜେଲ ଓ ଖାଇବା ତେଲର ଦାମ ଅହେତୁକ ଭାବେ ବୃଦ୍ଧି ପାଉଥିବା ବେଳେ ପୁଣି ଏବେ ଦୈନିକ ବ୍ୟବହୃତ ଦିଆସିଲିର ଦାମ ୧୪ ବର୍ଷ ପରେ ପୁଣି ବୃଦ୍ଧି ହେବାକୁ ଯାଉଛି । ଡିସେମ୍ବର ଠାରୁ ୧ ଟଙ୍କାରେ ମିଳୁଥିବା ଦିଆସିଲି ପ୍ୟାକେଟ ପାଇଁ ଆପଣଙ୍କୁ ୨ ଟଙ୍କା ଦେବାକୁ ପଡିବ । ଏନେଇ ଦେଶରେ ୫ ଟି ପ୍ରମୁଖ ଦିଆସିଲି ଉଦ୍ୟେଗ ତରଫରୁ ନିଷ୍ପତ୍ତି ନିଆଯାଇଛି ।
ଏଥିପାଇଁ ବଢିବ ଡିଆସିଲିର ଦର
ଦିଆସିଲି ନିର୍ମାତା କମ୍ପାନୀମାନେ କହିଛନ୍ତି କି ଦିଆସିଲି ପ୍ରସ୍ତୁତ କରିବା ପାଇଁ ୧୦ ପ୍ରକାରର କଞ୍ଚାମାଲ ଆବଶ୍ୟକ ହୋଇଥାଏ । ହେଲେ ଏବେ କଞ୍ଚାମାଲର ଦର ବୃଦ୍ଧି ହୋଇଥିବାରୁ ୧ ଟଙ୍କାରେ ଦିଆସିଲି ପ୍ୟାକେଟ ବିକିବା ସମ୍ଭବପର ନୁହେଁ । ନିର୍ମାତମାନେ କହିଛନ୍ତି କି ୧ କିଲୋଗ୍ରାମ ଲାଲ ଫସଫରସର ଦାମ ୪୨୫ ଟଙ୍କାରୁ ବୃଦ୍ଧିପାଇ ଏବେ ୮୧୦ ଟଙ୍କାରେ ପହଂଚିଛି । ସେହିଭଳି ମହମ ୫୮ ଟଙ୍କାରୁ ୮୦ ଟଙ୍କାକୁ ବୃଦ୍ଧି ପାଇଛି। ସାରା ଦେଶର ଭିନ୍ନ ଭିନ୍ନ ସ୍ଥାନରେ ଦିଆସିଲି ଉଦ୍ୟୋଗ ଥିବା ବେଳେ ତାମିଲନାଡୁରେ କିନ୍ତୁ ସର୍ବାଧିକ ଦିଆସିଲି ଉଦ୍ୟୋଗ ରହିଛି । ଏକ ରିପୋର୍ଟ ମୁତାବକ ତାମିଲନାଡୁରେ ପାଖା ପାଖି ୪ ଲକ୍ଷ ଲୋକ ଦିଆସିଲି ଉଦ୍ୟୋଗରେ କାମ କରିଥାନ୍ତି । ସବୁଠାରୁ ବଡକଥା ଏହି କର୍ମଚାରୀଙ୍କ ମଧ୍ୟରୁ ୯୦ ପ୍ରତିଶତ କର୍ମଚାରୀ ମହିଳା ଅଟନ୍ତି । ଦିଆସିଲିର ଦାମ ବୃଦ୍ଧି ହେଲେ କର୍ମଚାରୀମାନଙ୍କୁ ଭଲ ଦରମା ଦିଆଯାଇ ପାରିବ ବୋଲି ଆଶା କରାଯାଉଛି ।
ଶହେ କୋଡିଏ ବର୍ଷ ପୂର୍ବେ ଡିଆସିଲିର ମୂଲ୍ୟ ଥିଲା ଦୁଇ ପଇସା
ଡିଆସିଲିର ଦର ବିଭିନ୍ନ ସମୟରେ ବଢିଥିଲେ ମଧ୍ୟ ଏହାର ବକ୍ସ, ଗୁଣବତ୍ତା ଏବଂ ସାମଗ୍ରିକ ମୂଲ୍ୟରେ ବିଶେଷ ଫରକ ପଡିନି । ପ୍ରାୟ ୫୦ ଗୋଟି କାଠିରେ ଗୋଟିଏ ବକ୍ସ ଡିଆସିଲି ବିକ୍ରି ହେଉଛି ବହୁ ବର୍ଷ ଧରି । ତେବେ ଦର ବୃଦ୍ଧି ସାଙ୍ଗକୁ ପରିବହନ ଜନିତ କାରଣରୁ କିଛି ବର୍ଷ ପୂର୍ବେ ୫୦ଟି କାଠି ବଦଳରେ ୩୬ଟି କାଠି ମିଳୁଥିଲା ଡିଆସିଲି ବକ୍ସରେ । ସୂଚନା ଯୋଗ୍ୟ ଯେ, ୨୦୦୭ ମସିହା ପୂର୍ବରୁ ଦିଆସିଲିର ଦାମ ୫୦ ପଇସା ପ୍ରତି ପ୍ୟାକେଟ ରହିଥିଲା । ୨୦୦୭ ରେ ଦିଆସିଲି ଉଦ୍ୟେଗମାନେ ମିଳିତ ଭାବେ ଏହି ଦାମକୁ ୫୦ ପଇସାରୁ ୧ ଟଙ୍କାକୁ ବୃଦ୍ଧି କରିଥିଲେ । ଶିବକାଶୀ ଠାରେ ସର୍ବଭାରତୀୟ ଚେମ୍ବର ଅଫ୍ ମାଚିସ ବୈଠକରେ ନିଷ୍ପତ୍ତି ନିଆଯାଇଛି କି ଡିସେମ୍ବର ମାସ ଠାରୁ ପ୍ରତି ପ୍ୟାକେଟ ଦିଆସିଲିର ଦାମ ୨ ଟଙ୍କାକୁ ବୃଦ୍ଧି କରାଯିବ ।












Click it and Unblock the Notifications