ଘରର କବାଟ ଭାଙ୍ଗି ଅଭିନେତାଙ୍କ ମୃତଦେହ ଜବତ କଲା ପୋଲିସ
Ravindra Mahajani:ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କ ମୃତ ଦେହ ଏକ ପ୍ଲାଟରୁ ଉଦ୍ଧାର କରାଯାଇଛି ପୁଣେର ତାଲେଗାଁ ଦାବାଡେସ୍ଥିତ ଏକ ଭଡା ଘରେ ସେ ରହୁଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷି ହୋଇଥିଲା ।
ପୋଲିସର ସୂଚନାନୁସାରେ, ଶୁକ୍ରବାର ମୃତଦେହ ମିଳିଛି। ମୁମ୍ବାଇର ବାସିନ୍ଦା ମହାଜନୀ ପ୍ରାୟ ଆଠ ମାସ ଧରି ଜର୍ବିୟା ସୋସାଇଟି, ଆମ୍ବି, ତାଲଗାଓଁ ଦାବାଡେସ୍ଥି ଥିବା ଏକ ଭଡା ଘରେ ରହୁଥିଲେ । ଆପାର୍ଟମେଣ୍ଟରୁ ଦୁର୍ଗନ୍ଧ ବାହାରିବା ପରେ ପଡୋଶୀମାନେ ଶୁକ୍ରବାର ସନ୍ଧ୍ୟା ପ୍ରାୟ 4.30 ସମୟରେ ପୋଲିସକୁ ସୂଚନା ଦେଇଥିଲେ।

ଘରର କବାଟ ଭାଙ୍ଗି ଅଭିନେତାଙ୍କ ମୃତଦେହ ଜବତ କଲା ପୋଲିସ
ସୂଚନା ପାଇବା ମାତ୍ରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଉପସ୍ଥିତିରେ ଘରର ତାଲା ଭାଙ୍ଗି ଘର ଭିତରକୁ ପ୍ରବେଶ କରିଥିଲା । ସେଠାକାର ଦୃଶ୍ୟ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଅଭିନେତାଙ୍କ ମୃତ ଦେହ ଘର ଭିତରେ ପଡିରହିଥିଲା । ଆପାର୍ଟମେଣ୍ଟର ମାଲିକ ମୃତ ଦେହଟି ମରାଠୀ ଅଭିନେତା-ନିର୍ଦ୍ଦେଶକ ରବିନ୍ଦ୍ର ମହାଜନୀଙ୍କର ବୋଲି କହିଥିଲେ ।
ପୋଲିସର ସୂଚନାନୁସାରେ, ତାଙ୍କ ମୃତଦେହ ମିଳିବାର ପ୍ରାୟ ଦୁଇ ତିନି ଦିନ ପୂର୍ବରୁ ଅଭିନେତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ପୋଲିସ ସ୍ୱର୍ଗତ ଅଭିନେତାଙ୍କ ପରିବାର ଲୋକଙ୍କୁ ସୂଚନା ଦେଇସାରିଛି । ବର୍ତ୍ତମାନ ଅଭିନେତାଙ୍କ ମୃତ୍ୟୁର କାରଣ ଜାଣିବା ପାଇଁ ପୋଲିସ ତାଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଛି।












Click it and Unblock the Notifications