ଅଭିନେତା ମନୋଜ ବାଜପେୟୀଙ୍କ ଜବରଦସ୍ତ ଲୁକ୍, 'Bhaiyaa Ji'ର ଟିଜର କଲା ସିନେପ୍ରେମୀଙ୍କୁ ମତୁଆଲା

Bhaiyaa Ji Teaser Out: ବଲିଉଡ ଅଭିନେତା ମନୋଜ ବାଜପେୟୀଙ୍କ ଆଗାମୀ ଚଳଚ୍ଚିତ୍ର 'Bhaiyaa Ji'ର ଟିଜର ରିଲିଜ୍ ହୋଇଯାଇଛି । ଏହି ସିନେମାରେ ମନୋଜ ବାଜପେୟୀଙ୍କ ଲୁକ୍ ତାଙ୍କ ଅଭିନୟ ଦର୍ଶକଙ୍କୁ ସିନେମା ଦେଖିବା ପାଇଁ ବାଧ୍ୟ କରିବ । 'Bhaiyaa Ji'ର ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଏହା ଭାଇରାଲ ହେବାରେ ଲାଗିଛି ।

Manoj Bajpayee

ଏହା ଏକ ପ୍ରତିଶୋଧର କାହାଣୀ ଏବଂ ଏଥିରେ ମନୋଜ ବାଜପେୟୀଙ୍କର ଜବରଦସ୍ତ ଅଭିନୟ ଦେଖିବା ପାଇଁ ମିଳୁଛି । ଅଭିନେତା ସୋସିଆଲ ମିଡିଆରେ ଫିଲ୍ମର ଟିଜର ମଧ୍ୟ ସେୟାର କରିଛନ୍ତି । 'ଏକ ବନ୍ଦା କାଫି ହେ'ର ନିର୍ମାତା ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ତୁଳାଇଛନ୍ତି । 'ଏକ ବନ୍ଦା କାଫି ହେ' OTT ରିଲିଜ୍ ହେବା ପରେ ଚହଳ ସୃଷ୍ଟି କରିଥିଲା । ମନୋଜ ବାଜପେୟୀଙ୍କ ଫିଲ୍ମ 'Bhaiyaa Ji ୨୪ ମେ ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରାବା ପାଇଁ ଯାଉଛି ।

ଏହି ସିନେମାର ଟ୍ୟାଗଲାଇନ ହେଉଛି 'ଆଉ ଅନୁରୋଧ ନାହିଁ, ହତ୍ୟାକାଣ୍ଡ ହେବ'। ଫିଲ୍ମରେ ମନୋଜ ବାଜପେୟୀଙ୍କ ଅନ୍ଦାଜ୍ ଖୁବ୍ ଭିନ୍ନ ରହିଛି । ସୋସିଆଲ ମିଡିଆରେ ବର୍ତ୍ତମାନ ତାଙ୍କ ଅଭିନେତାଙ୍କର ଖୁବ୍ ପ୍ରଶଂସା କରାଯାଉଛି । ଏହି ଫିଲ୍ମର ଟିଜର୍ ସେୟାର କରି ମନୋଜ ବାଜପେୟୀ ଲେଖିଛନ୍ତି, 'Bhaiyaa Ji ଏପରି ଏକ ଚିରିତ୍ର ଯାହାକୁ ଦର୍ଶକ ସହଜରେ ଭୁଲି ପାରିବେ ନାହିଁ ।

ମନୋଜ ବାଜପେୟୀ ଏହି ଫିଲ୍ମର ଟିଜର୍ ସେୟାର କରି ଲେଖିଛନ୍ତି, ଏହି ଫିଲ୍ମ ମୋର ୧୦୦ତମ ଚଳଚ୍ଚିତ୍ର, ସେଥିପାଇଁ ଏହା ଖୁବ୍ ଖାସ୍ । ଚରିତ୍ର ଏବଂ ଚଳଚ୍ଚିତ୍ର ନିର୍ମାଣର ପ୍ରତ୍ୟେକ ମୁହୂର୍ତ୍ତକୁ ଆମେ ଉପଭୋଗ କରିଛୁ । ମୁଁ ଆଶା କରୁଛି ଯେ, ଫିଲ୍ମର ପ୍ରତି ସେକେଣ୍ଡରେ ଦର୍ଶକ ଉପଭୋଗ କରିବେ " । ଏବେ ଦେଖିବା ବାକି ରହିଲା ଏହି ସିନେମା ରିଲିଜ୍ ପରେ ଦର୍ଶକଙ୍କୁ କେତେ ଇମପ୍ରେସ୍ କରୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+