ଅଭିନେତା ମନୋଜ ବାଜପେୟୀ କରୋନା ଆକ୍ରାନ୍ତ : ଘରେ ରହିଲେ ସଙ୍ଗରୋଧରେ
ମୁମ୍ବାଇ : ବଲିଉଡ ଅଭିନେତା ମନୋଜ ବାଜପେୟୀ କରୋନା ସଂକ୍ରମିତ ହୋଇଛନ୍ତି । ତାଙ୍କ ରିପୋର୍ଟ ପଜେଟିଭ୍ ଆସିଛି । କରୋନା ହେବା ପରେ ମନୋଜ ବାଜପେୟୀ ତାଙ୍କ ଘରେ ସଙ୍ଗରୋଧରେ ଅଛନ୍ତି । ପୂର୍ବରୁ ତାଙ୍କ ଫିଲ୍ମର ନିର୍ଦ୍ଦେଶକଙ୍କର ରିପୋର୍ଟ ମଧ୍ୟ ପଜେଟିଭ୍ ଆସିଥିଲା । ଏହାପରେ ଫିଲ୍ମର ସୁଟିଂକୁ ବନ୍ଦ କରି ଦିଆଯାଇଛି ।
ଏହାକୁ ନେଇ ଫିଲ୍ମ ସୁଟିଂର ଏକ ଟିମ୍ ପ୍ରେସ୍ ବିବୃତ୍ତି ଜାରି କରିଛି । ଯେଉଁଥିରେ କୁହାଯାଇଛି, ନିର୍ଦ୍ଦେଶକ କୋଭିଡ 19 ସଂକ୍ରମିତ ହେବା ପରେ ଏବେ ଅଭିନେତା ମନୋଜ ବାଜପେୟୀ ମଧ୍ୟ ହୋଇଛନ୍ତି ।

ଏହାକୁ ନେଇ ଫିଲ୍ମର ସୁଟିଂ କିଛି ମାସ ପାଇଁ ବନ୍ଦ କରାଯାଇଛି । ଏବେ ଅଭିନେତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ଅଛି, ସେ ଘରେ ନିଜକୁ କ୍ୱାରେଣ୍ଟାଇନରେ ରଖିଛନ୍ତି ଏବଂ ସମ୍ପୂର୍ଣ୍ଣ ଯତ୍ନ ନେଉଛନ୍ତି ।
ଏଠାରେ ସୂଚନାଥାଉକି, ନୀତୁ କପୁର ସୋଶାଲ ମିଡିଆରେ ଏକ ପୋଷ୍ଟ ମାଧ୍ୟମରେ ଏହା ଜଣାଇଥିଲେ ଯେ ତାଙ୍କ ପୁଅ ତଥା ବଲିଉଡ ଅଭିନେତା ରଣବୀର କପୁର କରୋନା ସଂକ୍ରମିତ ହୋଇଛନ୍ତି । ରଣବୀରଙ୍କ ବ୍ୟତୀତ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀ ମଧ୍ୟ କୋଭିଡ 19 ଚିହ୍ନଟ ହୋଇଛନ୍ତି ।


Click it and Unblock the Notifications