Manoj Bajpayee Diet Tips: ୧୪ ବର୍ଷ ହେବା ରାତ୍ରୀ ଭୋଜନ କରି ନାହାଁନ୍ତି ଏହି ଅଭିନେତା
Manoj Bajpayee Diet Tips: ନିଜ ଅଭିନୟ ଜରିଆରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଅଭିନେତା ହେଉଛନ୍ତି ମନୋଜ ବାଜପେୟୀ । ଅଭିନେତାଙ୍କ ବିଷୟରେ ଏକ ଆଶ୍ଚର୍ଯ୍ୟ କଲା ପରି ଖବର ପ୍ରକାଶ ପାଇଛି । ବଲିଉଡ ଅଭିନେତା ମନୋଜ ବାଜପେୟୀ 14 ବର୍ଷ ଧରି ରାତ୍ରୀ ଭୋଜନ କରି ନାହାଁନ୍ତି । ତେବେ ଏକ ସୁସ୍ଥ ଜୀବନଶୈଳୀ ସେ ରାତିରେ ଖାଦ୍ୟ ଖାଆନ୍ତି ନାହିଁ । ଏକ ସାକ୍ଷାତକାରରେ ସେ ନିଜେ ଏହି ବିଷୟରେ କଗିଛନ୍ତି ।
ନିକଟରେ, ଯେତେବେଳେ ତାଙ୍କୁ ଏକ ସାକ୍ଷାତକାରରେ ପଚରାଯାଇଥିଲା ଯେ ସେ କେଉଁ ବିଶେଷ ଡାଏଟ୍ ଫଲୋ କରୁଛନ୍ତି କି, ଯାହା ଉତ୍ତର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସେ କହିଥିଲେ ଯେ, ସେ 14 ବର୍ଷ ହେବ ରାତିରେ ଖାଦ୍ୟ ଖାଆନ୍ତି ନାହିଁ ଏବଂ ବ୍ୟାୟାମକୁ ଅଧିକ ଗୁରୁତ୍ୱ ଦିଅନ୍ତି । ତେବେ ଚାଲନ୍ତୁ ଜାଣିବା ରାତିରେ ଖାଦ୍ୟ ନ ଖାଇବାର କ'ଣ ଲାଭ ମିଳିଥାଏ ।

ମନୋଜ ବାଜପେୟୀ କହିଛନ୍ତି ଯେ ସେ 14 ବର୍ଷ ହେବ ରାତ୍ରୀ ଭୋଜନ ଛାଡିଦେଇଛନ୍ତି । ସେ କହିଛନ୍ତି, 'ରାତିରେ ଭୋଜନ ଛାଡି ଦ୍ୱାରା ଆମେ ନିଜକୁ ଅନେକ ରୋଗରୁ ରକ୍ଷା କରିପାରିବା । ସେ ଆହୁରି କହିଛନ୍ତି, ଯେତେବେଳେ ମୋତେ ରାତିରେ ଭୋକ ଲାଗେ, ସେତେବେଳେ ମୁଁ ବହୁତ ପାଣି ପିଇଥାଏ। ମୁଁ ଅପରାହ୍ନରେ ଭଲ ଖାଦ୍ୟ ଖାଏ । ଯେ କମ୍ ଖାଇବା ଦ୍ୱାରା ସୁସ୍ଥ ଅନୁଭବ କରନ୍ତି ଏବଂ ଅଧିକା କାମ କରିବା ପାଇଁ ବଳ ମିଳିଥାଏ । ଏହାସହ ଓଜନ ମଧ୍ୟ ଠିକ୍ ରହିଥାଏ । ଏହା ସହିତ ସେ ବ୍ୟାୟାମ ଉପରେ ଅଧିକ ଗୁରୁତ୍ୱ ଦିଅନ୍ତି ଏବଂ ସେ ପ୍ରତିଦିନ ଧ୍ୟାନ କରିବା ପାଇଁ ପସନ୍ଦ କରନ୍ତି ।
ମନୋଜ ବାଜପେୟୀ ତାଙ୍କ ଫିଟନେସକୁ ନେଇ ଆହୁରି କହିଥିଲେ ଯେ, ମୁଁ ମୋର ଜେଜେବାପାଙ୍କ ପରି ଫିଟ୍ ରହିବାକୁ ଚାହେଁ। ମୋ ଜେଜେବାପା ବହୁତ ପତଳା ଏବଂ ସବୁବେଳେ ଫିଟ୍ ଥିଲେ । ସେଥିପାଇଁ ମୁଁ ମଧ୍ୟ ତାଙ୍କୁ ଅନୁସରଣ କରିଥିଲି ଯାହା ପରେ ମୋ ଓଜନ ନିୟନ୍ତ୍ରଣରେ ରହିଥିଲା ଏବଂ ଆଗ ଅପେକ୍ଷା ଅଧିକ ସୁସ୍ଥ ଅନୁଭବ କରିବା ଆରମ୍ଭ କରିଥିଲି ।












Click it and Unblock the Notifications