Mann Ki Baat 100 Episode: ପିଏମ ମୋଦିଙ୍କୁ ଏହି କାରଣରୁ ପ୍ରଶଂସା କଲେ ଅଭିନେତା ଆମୀର ଖାନ
ମୁମ୍ବାଇ: ପିଏମ ମୋଦିଙ୍କ କାର୍ଯ୍ୟକ୍ରମ 'ମନ କି ବାତ'ର ୧୦୦ ଏପିସୋଡ ଏହି ୩୦ ଏପ୍ରିଲ ଅର୍ଥାତ୍ ରବିବାର ଦିନ ଶେଷ ହେବା ପାଇଁ ଯାଉଛି । ଏହି ଅବସରରେ ଦିଲ୍ଲୀରେ 'ମନ୍ କି ବାତ' ଜାତୀୟ କନକ୍ଲେଭ ଆୟୋଜିତ ହୋଇଥିଲା । ବଲିଉଡ ଜଗତଠାରୁ ଆରମ୍ଭ କରି ରାଜନୀତି ପର୍ଯ୍ୟନ୍ତ ଅନେକ ବଡ ବ୍ୟକ୍ତିତ୍ୱ ଏହି କନକ୍ଲେଭରେ ଭାଗ ନେଇଥିଲେ ।
ଏହି କନକ୍ଲେଭରେ ଅଭିନେତା ଆମୀର ଖାନ, ରଭିନା ଟଣ୍ଡନଙ୍କ ପରି ଅନେକ ସେଲିବ୍ରିଟି ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଉପସ୍ଥିତ ଥିଲେ । ବଲିଉଡ ଅଭିନେତା ଆମୀର ଖାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ରେଡିଓ ସୋ ମନ କି ବାତ ପାଇଁ ପ୍ରଶଂସା କରିଛନ୍ତି ।

ଆମୀର ଖାନ କହିଛନ୍ତି, 'ମନ କି ବାତ' କାର୍ଯ୍ୟକ୍ରମ ଲୋକଙ୍କ ମନରେ ଗଭୀର ପ୍ରଭାବ ପକାଇଛି। ସାଧାରଣ ଲୋକଙ୍କ ସହ ଆଲୋଚନା କରିବାର ଏହା ଏକ ଉତ୍ତମ ମାଧ୍ୟମ ହୋଇପାରିଛି । ଦେଶର ନେତାମାନେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରୁଛନ୍ତି, ଧାରଣା ଦିଅନ୍ତି ଏବଂ ପରାମର୍ଶ ଦେଉଛନ୍ତି ଯାହା ଦ୍ୱାରା ଲୋକମାନେ ଏଥିରୁ ବହୁତ କିଛି ପ୍ରସଙ୍ଗରେ ଜାଣିପାରୁଛନ୍ତି ଶିଖି ପାରୁଛନ୍ତି ।
'ମନ କି ବାତ' ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ
ଆମୀର ଖାନଙ୍କୁ ସାମ୍ବାଦିକମାନଙ୍କ ତରଫରୁ ଏହା ମଧ୍ୟ ପଚରାଯାଇଥିଲା ଯେ, ମୋଦି କେବଳ ଯେଉଁ ବିଷୟରେ ଆଲୋଚନା କରିବା ପାଇଁ
ଚାହାଁନ୍ତି ସେ ବିଷୟରେ ହିଁ ଆଲୋଚନା କରନ୍ତି କି, ଯାହାର ଉତ୍ତରରେ ଅଭିନେତା କହିଥିଲେ, 'ମୁଁ ଭାବୁଛି ଏହା ତାଙ୍କର ଅଧିକାର। କାରଣ ଏହା ତାଙ୍କ କାର୍ଯ୍ୟକ୍ରମ । ମୁଁ ଭାବୁଛି ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।' ।












Click it and Unblock the Notifications