ସଲମାନଙ୍କୁ ଧମକ ଦେଇଥିବା ବ୍ୟକ୍ତି ମାଗିଲେ କ୍ଷମା

Salman Khan: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ବଲିଉଡ ଅଭିନେତା ସଲମାନ ଖାନଙ୍କୁ ଗତ ସପ୍ତାହରେ ଟ୍ରାଫିକ ନିୟନ୍ତ୍ରଣ ହ୍ୱାଟ୍ସଆପ୍ ମାଧ୍ୟମରେ ଧମକ ଦିଆଯାଇଥିଲା । ବର୍ତ୍ତମାନ ଧମକ ଦେଇଥିବା ବ୍ୟକ୍ତି କ୍ଷମା ମାଗିଛନ୍ତି । ସୂତ୍ରରୁ ପ୍ରକାଶ ଯେ, ମେସେଜ୍ ପଠାଇଥିବା ବ୍ୟକ୍ତି କହିଛନ୍ତି ଯେ,ସେ ଏହି ବାର୍ତ୍ତା ଅଭିନେତାଙ୍କୁ ଭୁଲରେ ପଠାଇଛନ୍ତି ଏବଂ ଏଥିପାଇଁ ସେ ଦୁଃଖିତ ।

Salman Khan

ତେବେ ଏହି ବାର୍ତ୍ତା ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ପୋଲିସ ପାଇଛି ଏବଂ ତାଙ୍କୁ ଖୋଜିବା ପାଇଁ ପୋଲିସ ଟିମ୍ ସେଠାରେ ପହଞ୍ଚିଥିବା ନେଇ ସୂଚନା ରହିଛି । ତେବେ ବାର୍ତ୍ତା ପଠାଉଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ନିକଟତର ବୋଲି ବର୍ଣ୍ଣନା କରିଥିଲେ ଏବଂ ସେ ସଲମାନ ଏବଂ ଲରେନ୍ସଙ୍କ ମଧ୍ୟରେ ବୁଝାମଣା କରିବାକୁ ଦାବି କରିଥିଲେ।

ଜଣେ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ଟ୍ରାଫିକ ପୋଲିସର ହ୍ୱାଟ୍ସଆପ୍ ଆପ୍ ନମ୍ବରରେ ମିଳିଥିବା ଧମକପୂର୍ଣ୍ଣ ବାର୍ତ୍ତାରେ କୁହାଯାଇଛି ଯେ ଲରେନ୍ସ ବିଷ୍ଣୋଇ ସହ ଦୀର୍ଘ ଦିନର ଶତ୍ରୁତାକୁ ଶେଷ କରିବା ପାଇଁ ଅଭିନେତା ସଲମାନ ଖାନଙ୍କ ଠାରୁ 5 କୋଟି ଟଙ୍କା ଦାବି କରାଯାଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+