For Quick Alerts
Turn On Notification  
For Daily Alerts
Oneindia App Download

ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁରେ’ର ଶୁଭ ମହୁରତ

ଓଡ଼ିଆ ଚଳଚ୍ଚିତ୍ର ‘ମନ ମୋ ନେଇଗଲୁ ରେ’ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି ।

|

ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର 'ମନ ମୋ ନେଇଗଲୁ ରେ'ର ଶୁଭ ମହୁରତ ଶୁକ୍ରବାର ଆଇଟିଆରରେ ଆୟୋଜିତ ହେଇଯାଇଛି । ସୁମା ରିଅଲ ମିଡିଆର ଏହା ଦ୍ୱିତୀୟ ଅବଦାନ । ଫିଲ୍ମରେ ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଅଭିନୟ କରିଛନ୍ତି ।

 Man Mo Neigalu Re Odia film Subha Muhurat

ଫିଲ୍ମରେ ୪ ଗୀତ ରହିଥିବାବେଳେ ୩ଟି ରୋମାଣ୍ଟିକ ଓ ଗୋଟିଏ ସ୍ୟାଡ଼ ସଙ୍ଗ ରହିଛି । ଗୀତ ଗୁଡିକ ରାୟଗଡା ଓ ରାମୋଜି ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି । ପୂର୍ବରୁ ସୁମା ରିଅଲ ମିଡିଆର ପ୍ରଥମ ଅବଦାନ ଫେରିଆ ୮ଟି ପୁରସ୍କାର ପାଇଥିବାବେଳେ ତାହା ଜନସଚେତନା ଓ ସାମାଜିକ ସଚେତନତା ନେଇ ବେଶ ପ୍ରଭାବ ପକାଇଥିଲା।

ବୈଦନାଥ ଦାସ ଏହାର ସଙ୍ଗୀତ ରଚନା କରିଥିବା ବେଳେ ସ୍ଵର ସଂଯୋଜନା କରିଛନ୍ତି ଗୀତିକାର ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡା ଓ ସଞ୍ଜୟ ନାୟକ । କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର, କୁଲଦୀପ, ଗୌରବ, ଅସୀମା ପଣ୍ଡା, ଜ୍ୟୋତିର୍ମୟୀ, ଅନ୍ତରା ଚକ୍ରବର୍ତ୍ତୀ ଓ ପ୍ରଜ୍ଞା ହୋତା। ଫିଲ୍ମ ଭୁବନେଶ୍ଵର, କଟକ, ରାୟଗଡା ଓ ରାମୋଜୀ ଫିଲ୍ମ ସିଟିରେ ସୁଟିଂ ହେବାର କାର୍ଯ୍ୟକ୍ରମ ରହିଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
'Man Mo Neigalu Re' Odia film Subha Muhurat
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X