କପିଲ ଶର୍ମାଙ୍କୁ ଧମକ ଦେଇଥିବା ଅଭିଯୁକ୍ତକୁ ବାନ୍ଧିଲା କ୍ରାଇମ ବ୍ରାଞ୍ଚ
ପ୍ରସିଦ୍ଧ କମେଡିଆନ କପିଲ ଶର୍ମାଙ୍କୁ ୧ କୋଟି ଟଙ୍କା ପାଇଁ ମିଳିଥିବା ଧମକ ଘଟଣାରେ ମୁମ୍ବାଇ କ୍ରାଇମ୍ ବ୍ରାଞ୍ଚ ପୋଲିସ ପଶ୍ଚିମବଙ୍ଗରୁ ଅଭିଯୁକ୍ତ ଦିଲିପ ଚୌଧୁରୀଙ୍କୁ ବାନ୍ଧିଛି। ଏହି ଘଟଣା ଚଳିତ ମାସ ୨୨ ଓ ୨୩ ତାରିଖରେ ଘଟିଥିଲ। ଯେଉଁଥିରେ ଅଭିଯୁକ୍ତ ଜଣକ, କପିଲଙ୍କୁ ପ୍ରାୟ ୭ଥର କଲ୍ କରି ଟଙ୍କା ଦେବା ପାଇଁ ଧମକ ଦେବା ସହ ବିଭିନ୍ନ ଭିଡିଓ ପଠାଇ ତାଙ୍କ ମନରେ ଭୟ ସୃଷ୍ଟି କରିଥିଲା।
ସୂଚନା ମୁତାବକ, ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ଜଣକ ଗ୍ୟାଙ୍ଗଷ୍ଟର ରୋହିତ ଗୋଦାରା ଏବଂ ଗୋଲ୍ଡି ବ୍ରାରର ନାମ ବ୍ୟବହାର କରି ଟଙ୍କା ମାଗିଥିଲା। ପୋଲିସ ଅଭିଯୁକ୍ତକୁ ପଶ୍ଚିମବଙ୍ଗରୁ ଧରି ମୁମ୍ବାଇ ଆଣି ପଚରା ଉଚରା ଜାରି ରଖିବା ସହ ଏସ୍ପ୍ଲେଡ୍ କୋର୍ଟରେ ଉପସ୍ଥାପନ କରାଯାଇଥିଲା।

ତେବେ ଅଭିଯୁକ୍ତ ଜଣକ ଆସନ୍ତା ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ପୋଲିସ୍ କଷ୍ଟଡିରେ ରହିବ ବୋଲି କୋର୍ଟ ମଞ୍ଜୁରି ଦେଇଛନ୍ତି।ପୋଲିସ ବର୍ତ୍ତମାନ ଅଭିଯୁକ୍ତର କୌଣସି ଗ୍ୟାଙ୍ଗଷ୍ଟରମାନଙ୍କ ସହିତ ବାସ୍ତବରେ ସମ୍ପର୍କ ରହିଛି ନା ନାହିଁ ତାହା ଯାଞ୍ଚ କରୁଛି। ତେବେ ଏହି ଗ୍ୟାଙ୍ଗର ସଦସ୍ୟମାନେ ସମ୍ପ୍ରତି ବରେଲୀରେ ବଲିଉଡ୍ ଅଭିନେତ୍ରୀ ଦିଶା ପଟାନୀଙ୍କ ଘର ଉପରେ ହୋଇଥିବା ଫାୟରିଙ୍ଗ୍ ଘଟଣାରେ ସମ୍ପୃକ୍ତ ଥିଲେ। ଯେଉଁଥିପାଇଁ ଗୋଦାରା ଓ ବ୍ରାର ଗ୍ୟାଙ୍ଗ ନିଜକୁ ଦାୟି କରିଥିଲେ।












Click it and Unblock the Notifications