ଅଭିନେତା ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଅଭିନେତା ମୋହନଲାଲଙ୍କୁ ମିଳିବ ଦାଦାସାହେବ ଫାଲ୍କେ ପୁରସ୍କାର। ଭାରତୀୟ ସିନେମାରେ ଉଲ୍ଲେଖନୀୟ ଅବଦାନ ପାଇଁ ପାଇବେ ପୁରସ୍କାର। ୨୦୨୩ ବର୍ଷ ପାଇଁ ମୋହନଲାଲଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର ପାଇବେ। ସେପ୍ଟେମ୍ବର ୨୩ ତାରିଖରେ ଆୟୋଜିତ ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ପ୍ରଦାନ କରାଯିବ ଆଓ୍ୱାର୍ଡ। ଏନେଇ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କରାଗଲା ଘୋଷଣା। ଚାରି ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କ କ୍ୟାରିଅରରେ ସେ ୪୦୦ରୁ ଅଧିକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ମୋହନଲାଲ କେବଳ ମାଲାୟଲମରେ ନୁହେଁ ବରଂ ତାମିଲ, ତେଲୁଗୁ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ତାଙ୍କର ଅଭିନୟ ଯାଦୁ ବିସ୍ତାର କରିଛନ୍ତି। ସେ ପାଞ୍ଚଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଏବଂ ପଦ୍ମଭୂଷଣ ମଧ୍ୟ ପାଇଛନ୍ତି।
ଶ୍ରେଷ୍ଠ ଅଭିନେତା ପାଇଁ ଦୁଇ ଥର ଜାତୀୟ ଚଳଚ୍ଚିତ୍ର ପୁରସ୍କାର ବିଜେତା, ସେ ସାଢ଼େ ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଦର୍ଶକଙ୍କ ମନୋରଞ୍ଜନ କରିଆସୁଛନ୍ତି। ଏକ ଆକର୍ଷଣୀୟ ଏବଂ ବହୁମୁଖୀ ପ୍ରତିଭା ଥିବା ମୋହନଲାଲ ଦର୍ଶକଙ୍କ ପ୍ରିୟ ହୋଇ ପାରିଛନ୍ତି। କେରଳରୁ ତାମିଲ, ତେଲୁଗୁ, କନ୍ନଡ ଏବଂ ହିନ୍ଦୀ ସିନେମା ସହିତ ମୋହନଲାଲ ୪୦୦ରୁ ଅଧିକ ଚରିତ୍ରରେ ଅଭିନୟ କରିଛନ୍ତି।

ପ୍ରତ୍ୟେକ ଚରିତ୍ର ଏକ ଛାପ ଛାଡିଛନ୍ତି।ସ୍ନେହରେ ଲୋକେ ତାଙ୍କୁ 'ଲାଲେଟନ୍' ଡାକିଥାନ୍ତି। ଗତ ବର୍ଷ, ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ୨୦୨୨ ବର୍ଷ ପାଇଁ ଦାଦା ସାହେବ ଫାଲକେ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଥିଲା।












Click it and Unblock the Notifications