ବିଗ୍ ବି'ଙ୍କୁ ରାକ୍ଷୀ ବାନ୍ଧିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ମୁମ୍ବାଇ: ବିଗ୍ ବି'ଙ୍କୁ ରାକ୍ଷୀ ବାନ୍ଧିବା ପାଇଁ ପହଁଞ୍ଚିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବଚ୍ଚନ ପରିବାର ସହ ନେଲେ ସେଲଫି । ସୋସିଆଲ ମିଡିଆରେ ଭାଇରାଲ ହେଲା ଦିଦିଙ୍କ ସହ ବଚ୍ଚନ ପରିବାରର ଫଟୋ । ବେଶ୍ ଖୁସ୍ ନଜର ଆସିଲେ ଅମିତାଭ ବଚ୍ଚନ ।

mamata banerjee

'ଇଣ୍ତିଆ' ମେଣ୍ଟ ବୈଠକରେ ଯୋଗ ଦେବା ପାଇଁ ତୃଣମୂଳ କଂଗ୍ରେସ ମୁଖ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମୁମ୍ବାଇରେ ପହଞ୍ଚିଛନ୍ତି । ଯେଉଁଠି ସେ ପ୍ରଥମେ ବଚ୍ଚନ ପରିବାରକୁ ଯାଇ ଭେଟିଛନ୍ତି । ବିଗ୍ ବି ମଧ୍ୟ ସହ ପରିବାର ସହ ନଜର ଆସିଥିଲେ । ଅମିତାଭ ବଚ୍ଚନ, ଜୟା ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ଆରାଧ୍ୟା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା ।

ସୂଚନା ଅନୁସାରେ, ବଚ୍ଚନ ପରିବାରର ନିମନ୍ତ୍ରଣ ପରେ ଦିଦି ନିଜ ବିଗ୍ ବିଙ୍କୁ ଭେଟିବା ପାଇଁ ତାଙ୍କ ଘରେ ପହଁଞ୍ଚିଥିଲେ । ୨୦୨୨ରେ କୋଲକାତାରେ ଆୟୋଜିତ ଅନ୍ତର୍ଜାତୀୟ ଫିଲ୍ମ ଫେସଟିଭାଲରେ ଅମିତାଭ ବଚ୍ଚନ ଓ ଜୟା ବଚ୍ଚନଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ଏମିତାଭଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତରତ୍ନ ଦେବାକୁ ଦାବି କରିଥିଲେ ମମତା ବାନାର୍ଜୀ । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସମୟରେ ମଧ୍ୟ ଅମିତାଭ ବଚ୍ଚନ ଟିଏମସି ପାଇଁ ପ୍ରଚାର କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+