Get Updates
Get notified of breaking news, exclusive insights, and must-see stories!

ମାଳଦ୍ବୀପର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ହେଲେ କ୍ୟାଟ୍ରିନା

ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍ ହେଲେ ମାଳଦ୍ବୀପର ନୂଆ ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର। ପର୍ଯ୍ୟଟନର ବିକାଶ ପାଇଁ କ୍ୟାଟ୍ରିନାଙ୍କୁ ଏହି ଦାୟିତ୍ବ ଦିଆଯାଇଛି। ମଙ୍ଗଳବାର ସୋସିଆଲ ମିଡିଆ ପୋଷ୍ଟ ଜରିଆରେ ଏହି ସୂଚନା ମିଳିଛି। ସବୁଠାରୁ ବଡ଼ କଥା ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ଏଭଳି ଏକ ଘୋଷଣା କରାଯାଇଛି।

ମାଳଦ୍ବୀପରେ 'ସନି ସାଇଡ୍ ଅଫ୍ ଲାଇଫ୍‌'ର ଗ୍ଲୋବାଲ ବ୍ରାଣ୍ଡ ଆମ୍ବାସଡର ହେବା ନେଇ କ୍ୟାଟ୍ରିନା କହିଛନ୍ତି, ମାଳଦ୍ବୀପ ପ୍ରାକୃତିକ ସୁନ୍ଦରତାର ପ୍ରତୀକ। ସେଠାରେ ଖୁବ୍ ଶାନ୍ତି ମିଳିଥାଏ। ମୁଁ ଏହାର ବ୍ରାଣ୍ଡ ଆମ୍ବାସଡର ହୋଇଥିବାରୁ ଗର୍ବିତ। ଏହି ସହଯୋଗ ଦୁନିଆର ସବୁ ଲୋକଙ୍କ ପାଇଁ ସୁନ୍ଦର ଯାତ୍ରାର ଅନୁଭବ ଆଣିବ। ମୁଁ ଉତ୍ସାହିତ ଯେ, ମାଳଦ୍ବୀପର ଅଦ୍ଭୁତ ଆକର୍ଷଣ ଓ ବିଶ୍ବ ସ୍ତରୀୟ ଅନୁଭବ ସମସ୍ତଙ୍କ ଆଗକୁ ଆଣିପାରିବି।'

Katrina Kaif

ମାଳଦ୍ୱୀପ ମାର୍କେଟିଂ ଏବଂ ପବ୍ଲିକ ରିଲେସନସ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଥୋୟିବ ମହମ୍ମଦ କହିଛନ୍ତି, କ୍ୟାଟ୍ରିନା କୈଫଙ୍କୁ ଆମର ବିଶ୍ୱସ୍ତରୀୟ ବ୍ରାଣ୍ଡ ଆମ୍ବାସାଡର ଭାବରେ ପାଇ ବହୁତ ଗର୍ବିତ। ଲୋକପ୍ରିୟତା ସହ ଗ୍ଲୋବାଲ ଏଣ୍ଟରଟେନ୍‌ମେଣ୍ଟ ଇଣ୍ଡଷ୍ଟ୍ରୀରେ ତାଙ୍କର ଇନଫ୍ଲୁଏନ୍ସ କାରଣରୁ ଆମକୁ ନିଶ୍ଚିତ ଭାବରେ ବିଶ୍ୱର ବିଭିନ୍ନ ସ୍ଥାନରୁ, ବିଶେଷକରି ଭାରତରୁ ଅଧିକ ଦର୍ଶକଙ୍କୁ ଆକର୍ଷିତ କରିବାରେ ସାହାଯ୍ୟ ମିଳିବ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+