ନିଶାରେ ମାତାଲ ଅଭିନେତା, ଏୟାରପୋର୍ଟରୁ ଉଠାଇନେଲା ପୋଲିସ

ମଦ ନିଶାରେ ଚୁର୍‌ ହୋଇଯାଇଥିଲେ । ଏୟାରପୋର୍ଟରେ ଜୋରଦାର ହଙ୍ଗାମା କରିବା ସହ କର୍ମଚାରୀଙ୍କୁ କଲେ ଦୁର୍ବ୍ୟବହାର । ଉଠାଇ ନେଲା ପୋଲିସ । ଫିଲ୍ମରେ ଦମ୍‌ଦାର ଅଭିନୟ କରି ଦର୍ଶକଙ୍କ ପ୍ରଶଂସା ସାଉଁଟିଥିବା ଜଣେ ଅଭିନେତାଙ୍କ ଏପରି କାର୍‌ନାମା ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ। ମଲୟାଲମ ଫିଲ୍ମର ଅଭିନେତା ବିନାୟକନ। ସାଉଥସୁପର୍‌ ଷ୍ଟାର୍‌ ରଜନୀକାନ୍ତ ବ୍ଲକବଷ୍ଟର୍‌ ଫିଲ୍ମ 'ଜେଲ୍‌ର'ରେ ଦମ୍‌ଦାର ଅଭିନୟ କରି ସେ ବେଶ୍‌ ଚର୍ଚ୍ଚା ସାଉଁଟି ଥିଲେ।

ଖଳନାୟକ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ନେଇଥିଲେ ବିନାୟକନ। ପରଦାରେ ଅଭିନୟ କରି ସମସ୍ତଙ୍କ ପ୍ରଶଂସା ସାଉଟିଥିବା ଏହି ଅଭିନେତା ଏବେ କିନ୍ତୁ ଅସଲ ଜୀବନରେ ଅଡୁଆରେ ଫଶିଛନ୍ତି। ମଦ ନିଶାରେ ମାତାଲ ହୋଇ ସାର୍ବସାଧାରଣରେ କରିଛନ୍ତି ହଙ୍ଗାମା। ଅଭିନେତା ବିନାୟକନ୍ ଟି.କେ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ତାଙ୍କ ସହ କାମ କରିଥିଲେ। କୁହାଯାଉଛି ଯେ, ସିଆଇଏସ୍ଏଫ୍ ସହିତ ତାଙ୍କର ଝଗଡା ହେବା ପରେ ତୁରନ୍ତ ତାଙ୍କୁ ଅଟକ ରଖିଥିଲେ ସିଆଇଏସ୍ଏଫ୍ |

Vinayakan

ଏହା ପରେ ତାଙ୍କୁ ହାଇଦ୍ରାବାଦ ପୁଲିସକୁ ହସ୍ତାନ୍ତର କରାଯାଇଥିଲା | ଏବେ ହାଇଦ୍ରାବାଦ ପୁଲିସ ଏହି ଘଟଣାର ଅଧିକ ତଦନ୍ତ କରିବ |ଏହା ପ୍ରଥମ ଘଟଣା ନୁହେଁ ପୂର୍ବରୁ ମଧ୍ୟ ବିନାୟକନ ଜେଲ୍‌ ଯାଇଥିଲେ । ଗତ ବର୍ଷ ଅକ୍ଟୋବରରେ କେରଳର ଏର୍ନାକୁଲମରେ ଥିବା ପୋଲିସ ଷ୍ଟେସନରେ ହଙ୍ଗାମା ଅଭିଯୋଗରେ ବିନାୟକନଙ୍କୁ ଗିରଫ କରାଯାଇଥିଲା ।

ସେ ନିଜ ଆପାର୍ଟମେଣ୍ଟରେ ରହୁଥିବା ଅନ୍ୟ ଲୋକଙ୍କୁ ହଇରାଣ କରୁଥିବା ଅଭିଯୋଗ ହୋଇଥିଲା । ପରେ ଜାମିନରେ ବାହାରିଥିଲେ ବିନାୟକନ । ମେଗାଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ 'ଜେଲର'ରେ ବିନାୟକନ୍ ଟି.କେ ଭିଲେନ୍ ଭୂମିକାରେ ଅଭିନୟ କରିଥିଲେ। ତାଙ୍କୁ ଜଣେ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା। ବିନାୟକନ୍ ୧୯୯୫ମସିହାରେ ଚଳଚ୍ଚିତ୍ର 'ମାଥ୍ରୀକମ୍' ସହିତ ତାଙ୍କର ଅଭିନୟ ଜୀବନ ଆରମ୍ଭ କରିଥିଲେ |

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+