ହୋଟେଲ ରୁମରୁ ମିଳିଲା ଅଭିନେତାଙ୍କ ମୃତ ଦେହ
Actor Dead: ମାଲାୟାଲମ୍ ଅଭିନେତା ଦିଲୀପ ଶଙ୍କରଙ୍କ ପ୍ରଶଂସକଙ୍କ ପାଇଁ ରହିଛି ଖରାପ ଖବର । ପ୍ରସିଦ୍ଧ ମାଲାୟାଲମ ସିନେମା ଅଭିନେତା ଦିଲୀପ ଶଙ୍କରଙ୍କ ମୃତ୍ୟୁ ଘଟିଛି ତାଙ୍କ ମୃତ ଦେହ ଏକ ହୋଟେଲ ରୁମରେ ମିଳିଛି । ଏନେଇ ରବିବାର ଦିନ ପୋସିଲ ପକ୍ଷରୁ ସୂଚନା ଜାରି କରାଯାଇଛି ।

ଅନେକ ସିରିଏଲ୍ ଏବଂ ଚଳଚ୍ଚିତ୍ରରେ ଅଭିନେତା କାମ କରିଥିଲେ । ପୋଲିସ କହିବା ଅନୁସାରେ, ଏକ ସିରିଏଲ ସୁଟିଂ ପାଇ ସେ ଡିସେମ୍ବର ୧୯ ରେ ଥିରୁଅନନ୍ତପୁରମର ଏକ ହୋଟେଲରେ ରହିଥିଲେ । ହୋଟେଲ କର୍ମଚାରୀ ଦୁଇ ଦିନ ପୂର୍ବରୁ ଶଙ୍କରଙ୍କୁ ତାଙ୍କ କୋଠରୀରେ ଶେଷ ଥର ପାଇଁ ଦେଖିଥିଲେ। ହୋଟେଲ କର୍ମଚାରୀ ଏବଂ ସିରିଏଲ ଟିମର ବାରମ୍ବାର କଲର ଉତ୍ତର ଦେଇନଥିଲେ ଅଭିନେତା । ଯାହା ପରେ ପୋଲିସକୁ ଏହି ବିଷୟରେ ଅବଗତ କରାଯାଇଥିଲା।
ପୋଲିସ ଆହୁରି କହିଛି, "କୋଠରୀ ଭିତରୁ ତାଲା ପଡ଼ିଥିଲା। ଯେତେବେଳେ ଆମେ କବାଟ ଭାଙ୍ଗିଲୁ, ସେତେବେଳେ ଆମେ ତାଙ୍କୁ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବାର ଦେଖିବା ପାଇଁ ପାଇଥିଲୁ। ତେବେ ଦୁଇ ଦିନ ପୂର୍ବେ ଶଙ୍କରଙ୍କର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।
ପୋଲିସ ଆହୁରି ମଧ୍ୟ କହିଛି ଯେ ଶଙ୍କରଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ ପଡିବା ପରେ ମୁଣ୍ଡରେ ଆଘାତ ଲାଗିଥିଲା ଆଭ୍ୟନ୍ତରୀଣ ରକ୍ତସ୍ରାବ ହେତୁ ତାଙ୍କର ମୃତ୍ୟୁ ଘଟିଛି । ଅଭିନେତା ଯକୃତ ସମ୍ବନ୍ଧୀୟ ସମସ୍ୟାରେ ମଧ୍ୟ ପୀଡିତ ଥିବା ନେଇ ସୂଚନା ରହିଛି ।
ଶଙ୍କରଙ୍କ ଦେହାନ୍ତ ଖବର ପରେ ମାଲାୟାଲମ୍ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି । ଅଭିନେତାଙ୍କୁ ପଞ୍ଚାଗନି ନାମକ ଏକ ସିରିଏଲରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲେ ।












Click it and Unblock the Notifications