Get Updates
Get notified of breaking news, exclusive insights, and must-see stories!

ନେକଲେସ୍ ପାଇଁ ଟ୍ରୋଲର ଶିକାର ହେଲେ ମଲାଇକା

ନେକଲେସ୍ ପାଇଁ ମଲାଇକାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡିଛି

ମୁମ୍ବାଇ:ବଲିଉଡର ଷ୍ଟାଇଲ୍ ଆଇକନ୍ ମଲାଇକା ଅରୋରା ନିଜ ଫିଟନେସ୍ ଓ ଫ୍ୟାସନ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ସେ ରିଆଲିଟି ଶୋ'ହେଉ କିମ୍ବା କୌଣସି ଇଭେଣ୍ଟ ଯେଉଁଠିକି ବି ସେ ଯାଆନ୍ତି ସେଠାର ସେଣ୍ଟର ଅଫ ଅଟ୍ରାକସନ୍ ପାଲଟିଯାଆନ୍ତି । ନିକଟରେ ସେ ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ଏକଦମ୍ ପରଫେକ୍ଟ ଲୁକରେ ନଜର ଆସିଥିଲେ ମଲାଇକା । ମଲାଇକାଙ୍କର ଡ୍ରେସ୍ ,ଷ୍ଟାଇଲ୍ ସବୁକିଛି ଥିଲା ଏକଦମ ଡିଫରେଣ୍ଟ । ସୋସିଆଲ ମିଡିଆରେ ତାଙ୍କର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହୋଇଥିଲା ।ହେଲେ ସେ ଯେତିକି ଚର୍ଚ୍ଚା ସାଉଁଟିଥିଲେ ସେତିକି ଟ୍ରୋଲର ଶିକାର ମଧ୍ୟ ହୋଇଥିଲେ ।

ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ମଲାଇକା ଏକ ଟ୍ରାନ୍ସପରାଣ୍ଟ ଗାଉନ ସହ ବେକରେ ଏକ ନେକ୍‌ଲେସ୍‌ ମଧ୍ୟ ପିନ୍ଧିଥିଲେ। ଯେଉଁ ନେକ ନେକଲେସ୍ ପାଇଁ ତାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡିଛି । କାରଣ ଏହି ନେକଲେସ୍ ଟି ଦବଙ୍ଗ ଖାନଙ୍କ ବ୍ରେସଲେଟ୍‌ ଭଳି ଦେଖାଯାଉଥିଲା । ଯେଉଁ ଷ୍ଟାଇଲର ବ୍ରେସଲେଟ୍ ସଲମାନ ନିଜ ହାତରେ ସର୍ବଦା ପିନ୍ଧିଥାନ୍ତି ଠିକ୍ ସେହିଭଳି ଡିଜାଇନର ଥିଲା ମଲାଇକାଙ୍କର ଏହି ନେକଲେସ୍। ଏହି ନେକ୍‌ଲେସ୍‌ ପାଇଁ ତାଙ୍କୁ ଏବେ ସୋସିଆଲ ମିଡିଆରେ ଟ୍ରୋଲ କରାଯାଉଛି । ସୋସିଆଲ୍‌ ମିଡିଆରେ ମଲାଇକାଙ୍କ ଫଟୋରେ ୟୁଜର୍ସଙ୍କର ଭିନ୍ନ ଭିନ୍ନ କମେଣ୍ଟ୍‌ ଦେଖିବା ପାଇଁ ମୁଳିଛି ।

MALAIKA

ତେବେ ଏହା ପ୍ରଥମଥର ନୁହେଁ ଯେଉଁଠି ମଲାଇକାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଛି ବରଂ ଅନେକ ଥର ତାଙ୍କୁ ନିଜ ଚାଲି , ପୋଷାକ,ତ କେବେ ଷ୍ଟାଇଲ୍ ପାଇଁ ହେବା ପାଇଁ ପଡିଛି
ଟ୍ରୋଲ । ତେବେ ମିସ୍‌ ଇଣ୍ଡିଆ ୨୦୨୨ ଇଭେଣ୍ଟରେ ମଲାଇକା ପିନ୍ଧିଥିବା ଡ୍ରେସକୁ କିଛି ଲୋକ ପସନ୍ଦ କରୁଥିବା ବେଳେ କିଛି ତାଙ୍କୁ ଏପରି ଡ୍ରେସ ପିନ୍ଧିଥିବାରୁ ନିନ୍ଦା ମଧ୍ୟ କରୁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+