ମଲାଇକାଙ୍କ ପିତାଙ୍କ ଦେହାନ୍ତ ପରେ କରିନା କପୁର ଖାନ କଲେ ଏପରି କାମ
Kareena Kapoor: ମଲାଇକା ଆରୋରାଙ୍କ ପିତାଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଅଭିନେତ୍ରୀଙ୍କ ପିତା ଘରର ଛାତରୁ ଡେଇଁ ଆତ୍ମହତ୍ୟା କରିଥିବା ନେଇ ସୂଚନା ରହିଛି । ଯାହ ମଲାଇକାଙ୍କ ପୁରା ପରିବାରକୁ ଚକିତ କରିଛି । ତେବେ ଦୁଃଖ ସମୟରେ ମଲାଇକା-ଅମୃତାଙ୍କୁ ସପୋର୍ଟ କରିବା ପାଇଁ ପୁରା ବଲିଉଡ ଇଣ୍ତଷ୍ଟ୍ରୀ ତାଙ୍କ ଘରେ ପହଞ୍ଚିଛି ।

ଉଭୟ ଭଉଣୀ ପିତାଙ୍କ ଦେହାନ୍ତ ବିଷୟରେ ଜାଣିବା ମାତ୍ରେ ତୁରନ୍ତ ଘରକୁ ଫେରିଥିଲେ । ଏହି ସମୟରେ ତାଙ୍କର ସବୁଠାରୁ ଭଲ ବନ୍ଧୁ କରୀନା କପୁର ତାଙ୍କ ସହିତ ଠିଆ ହୋଇଥିବାର ଦେଖିବାକୁ ମିଳିଥିଲା । ତେବେ କରୀନା ବେଷ୍ଟ ଫ୍ରେଣ୍ତ ମଲାକାଙ୍କୁ ସମର୍ଥନ କରିବା ପାଇଁ ନିଜର ସମସ୍ତ କାର୍ଯ୍ୟକୁ ସ୍ଥଗିତ ରଖିଛନ୍ତି ।












Click it and Unblock the Notifications