ଅଭିନେତ୍ରୀ ମଲାଇକାଙ୍କ ଡ୍ରେସ୍ ଦେଖି ଏପରି କମେଣ୍ଟ କଲେ ଲୋକେ, ଉର୍ଫିଙ୍କ ସହ କଲେ ତୁଳନା...
Malaika Arora trolled: ପ୍ରାୟତଃ ମଲାଇକା ଆରୋରା ନିଜ ଫ୍ୟାଶନ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ବୋଲ୍ଡ ଅନ୍ଦାଜ୍ ପାଇଁ ଲାଇମ୍ ଲାଇଟରେ ରହୁଥିବା ଅଭିନେତ୍ରୀ ମଲାଇକା ବେଳେବେଳେ ନିଜ ପୋଷାକ ପାଇଁ ବେଶ୍ ପ୍ରଶଂସା ସାଉଁଟିଥାନ୍ତି ହେଲେ ଅନେକ ସମୟ ତାଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡିଥାଏ । ନିକଟରେ ମଲାଇକା ଏକ ଇଭେଣ୍ଟରେ ନଜର ଆସିଥିଲେ ଯେଉଁଠାରେ ତାଙ୍କୁ ଏକ ବୋଲ୍ଡ ପୋଷାକରେ ଦେଖିବାକୁ ମିଳିଥିଲା ।

ଅନେକ ଲୋକମାନେ ମଲାଇକାର ଏହି ଅବତାରକୁ ପସନ୍ଦ କରି ନଥିଲେ ଏବଂ ତାଙ୍କୁ ଖୁବ୍ ଖରାପ କମେଣ୍ଟ କରି ଟ୍ରୋଲ କରିବା ପାଇଁ ପଛାଇ ନଥିଲେ । କେବଳ ଏତିକି ନୁହେଁ, ତାଙ୍କୁ ଉର୍ଫି ଜାଭେଦଙ୍କ ସହ ମଧ୍ୟ ତୁଳନା କରିଥିଲେ ଅନେକ ସୋସିଆଲ ମିଡିଆ ୟୁଜର୍ସ ।
ମଲାଇକା ଆରୋରାଙ୍କ ଲୁକ୍ ବିଷୟରେ କହିବା ପାଇଁ ଗଲେ ତାଙ୍କୁ ଏକ ବ୍ଲୁ ଶିମିରି ପୋଷାକରେ ଦେଖିବା ପାଇଁ ମିଳିଥିଲା । ସେ ଏକ କାନଫୁଲ ଏବଂ ହିଲ୍ ସହିତ ଏହି ଲୁକକୁ କମପ୍ଲିଟ୍ କରିଥିଲେ । ହେଲେ ଲୋକେ ତାଙ୍କ ଏପରି ଲୁକକୁ ଅନେକ ଲୋକ ନାପସନ୍ଦ କରିଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ ଭିନ୍ନ ଭିନ୍ନ କମେଣ୍ଟ କରି ଟ୍ରୋଲ କରାଯାଉଛି ।
ଏହି ପୋଷାକରେ ମଲାଇକାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ଉପଭୋକ୍ତା ଅଭିନେତ୍ରୀ ମଲାଇକାଙ୍କୁ ଉର୍ଫି ଜାବେଦଙ୍କ ସହ ତୁଳନା କରିଛନ୍ତି । ଜଣେ ୟୁଜର୍ସ ଏହା କେଉଁ କମ୍ପାନୀର ଡିଜାଇନ୍ ବୋଲି ପ୍ରଶ୍ମ କରିଛନ୍ତି ।
ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ, ମଲାଇକା ଆରୋରାଙ୍କୁ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ 'ଆକ୍ସନ୍ ହିରୋରେ'ରେ ଦେଖିବା ପାଇଁ ମିଳିଥିଲା । ଏହା ବ୍ୟତୀତ ତାଙ୍କୁ ଏକ ମ୍ୟୁଜିକ୍ ଭିଡିଓରେ ମଧ୍ୟ ଦେଖିବା ପାଇଁ ମିଳିଥିଲା ।
ବ୍ୟକ୍ତିଗତ ଜୀବନ ବିଷୟରେ କହିବା ପାଇଁ ଗଲେ, ମଲାଇକା- ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ନିକଟରେ ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। ହେଲେ ଏଥିରେ ଉଭୟଙ୍କର କୌଣସି କମେଣ୍ଟ ପ୍ରକାଶ ପାଇନଥିଲା । ହେଲେ ଏହା ପରେ ଉଭୟ ଅନେକ ଇଭେଣ୍ଟରେ ଏକାଠି ନଜର ଆସିଥିଲେ । ଯାହା ପରେ ଉଭୟଙ୍କ ବ୍ରେକ୍ଅପ ଚର୍ଚ୍ଚାରେ ବ୍ରେକ୍ ଲାଗିଥିଲା ।












Click it and Unblock the Notifications