ରିଆଲିଟି ଶୋ'ରେ ମଲାଇକାଙ୍କ ପ୍ରତି ଅଶ୍ଳୀଳ ଇଙ୍ଗିତ, ୧୬ ବର୍ଷିୟ ନାବାଳକ ଉପରେ ବର୍ଷିଲେ ଅଭିନେତ୍ରୀ
Malaika Arora: ରିଆଲିଟି ଶୋ'ରେ ମଲାଇକା ଅରୋରାଙ୍କ ସହ ଏପରି କିଛି ଘଟଣା ଘଟିଛି ଯାହାକୁ ବର୍ତ୍ତମାନ ଚର୍ଚ୍ଚା ଜୋର ଧରଛି । ଏପରିକି ଶୋ"ରେ ଜଣେ ପ୍ରତିଯୋଗିଙ୍କ ଉପରେ ଖୁବ ବର୍ଷିଥିଲେ ଅଭିନେତ୍ରୀ ଏବଂ ଅଭିନେତ୍ରୀ ପ୍ରତିଯୋଗୀଙ୍କୁ ତାଙ୍କ ମାଆଙ୍କ ନମ୍ବର ମାଗୁଥିବାର ମଧ୍ୟ ଏକ ଭାଇରାଲ ଭିଡିଓରେ ଦେଖିବା ପାଇଁ ମିଳିଥିଲା ।

ସାଧାରଣତଃ ଅଭିନେତ୍ରୀ ମଲାଇକା ଅରୋରା ଅନେକ ଟେଲିଭିଜନ ଡ୍ୟାନ୍ସ ରିଆଲିଟି ଶୋ'ର ବିଚାରକ ଭାବରେ କାର୍ଯ୍ୟ କରିଥାନ୍ତି । ବର୍ତ୍ତମାନ ସେ 'ହିପ୍ ହପ୍ ଇଣ୍ଡିଆ ସିଜିନ୍ 2'ର ବିଚାରକ ଯୋଗ ଦେଇଛନ୍ତି । ଏହି ଶୋ'ର ପ୍ରଥମ ଏପିସୋଡ୍ ୧୪ ମାର୍ଚ୍ଚରେ ଆମାଜନ ପ୍ରାଇମ୍ ଭିଡିଓରେ ଷ୍ଟ୍ରିମ୍ ହୋଇଥିଲା। ଏହି ସମୟରେ ମଲାଇକା ଶୋ'କୁ ଆସିଥିବା ଜଣେ ୧୬ ବର୍ଷୀୟ ପ୍ରତିଯୋଗୀଙ୍କ ଉପରେ ରାଗିଥିବାର ଦେଖିବା ପାଇଁ ମିଳିଥିଲା ।
'ହିପ୍ ହପ୍ ଇଣ୍ଡିଆ ସିଜିନ୍ 2'ର ଜଣେ ପ୍ରତିଯୋଗୀଙ୍କୁ ମଲାଇକା ଆରୋରା ଗାଳି ଦେଉଥିବାର ଭିଡିଓ ଭାଇରାଲ ହେଉଛି। ଉତ୍ତର ପ୍ରଦେଶର ବାସିନ୍ଦା ନବୀନ ଶାହ ଏହି ଶୋ' ପାଇଁ ଅଡିସନ୍ ଦେବାକୁ ଆସିଥିଲେ ଏବଂ ଏହି ସମୟରେ ସେ ମଲାଇକାଙ୍କ ପ୍ରତି ଅନେକ ଅଶ୍ଳୀଳ ଇଙ୍ଗିତ କରିଥିଲେ ଯେଉଁଥି ପାଇଁ ମଲାଇକା ତାଙ୍କୁ ଶୋ'ରେ ଗାଳି ଦେବା ସହ ତାଙ୍କ ମା'ଙ୍କ ଫୋନ୍ ନମ୍ବର ମଧ୍ୟ ମାଗିଥିଲେ ।
ଭାଇରାଲ୍ ଭିଡିଓରେ ମଲାଇକା ଆରୋରା ଜଣେ ୧୬ ବର୍ଷିୟ ପୁଅଙ୍କୁ ତାଙ୍କ ମା'ଙ୍କ ନମ୍ବର ମାଗୁଥିବାର ଦେଖିବା ପାଇଁ ମିଳୁଛି । ଏହା ପରେ ଅଭିନେତ୍ରୀ କହିଛନ୍ତି, ସେ ନାଚୁଛି, ସିଧା ମୋ ଆଡ଼କୁ ଦେଖିବା ସହ ଆଖି ମାରୁଛି ଏବଂ ଫ୍ଲାଇଂ କିସ୍ ଦେଉଛି।' ମଲାଇକାଙ୍କ ଗାଳି ପରେ ପ୍ରତିଯୋଗୀ ହସୁଥିବାର ନଜର ଆସୁଛି। ଭିଡିଓରେ ଅନ୍ୟ ପ୍ରତିଯୋଗୀମାନେ ମଧ୍ୟ ମଲାଇକାଙ୍କ ସମର୍ଥନରେ କରିଥିଲେ ।












Click it and Unblock the Notifications