ରିଲିଜ୍ ହେଲା ମଲାଇକାଙ୍କ ନୂଆ ଗୀତ, ନିଜ ଡ୍ୟାନ୍ସରେ ଜଣିଲେ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନ
ମୁମ୍ବାଇ: ମଲାଇକା ଅରୋରା ନିଜ ଷ୍ଟାଇଲ୍, ଡ୍ୟାନ୍ସ ଏବଂ ଡ୍ରେସ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଫିଟନେସ୍ ଫ୍ୟାନ୍ସଙ୍କୁ ମତୁଆଲ କରିଥାଏ । ବର୍ତ୍ତମାନ ଅଭିନେତ୍ରୀଙ୍କର ନୂଆ ମ୍ୟୁଜିକ୍ ଭିଡିଓ 'Tera Ki Khayal'ରିଲିଜ୍ ହୋଇଯାଇଛି । ଏହି ଗୀତରେ ତାଙ୍କ ସହ ଗାୟକ ଗୁରୁ ରନ୍ଧାୱାଙ୍କୁ ଦେଖିବା ପାଇଁ ମିଳୁଛି ।

ଗୀତରେ ଗୁରୁ ରନ୍ଧାୱା ଏବଂ ମଲାଇକାଙ୍କ କେମେଷ୍ଟ୍ରି ବେଶ୍ ପ୍ରଶଂସା ସାଉଁଟୁଛି । ମଲାଇକାଙ୍କ ସେକ୍ସି ଅନ୍ଦାଜ୍ ଏବଂ ତାଙ୍କ ଅଭିନୟ ଆକର୍ଷଣର କେନ୍ଦ୍ର ବିନ୍ଧୁ ସାଜିଛି । ତାଙ୍କ ବୋଲ୍ଡ ଅନ୍ଦାଜ୍ 'Tera Ki Khayal'ଗୀତରେ ଚାରଚାନ୍ଦ ଲଗାଇଛି । ଗୀତର ପ୍ରଥମ ଭାଗରେ ଅଭିନେତ୍ରୀଙ୍କୁ କଳା ଡ୍ରେସରେ ଦେଖିବା ପାଇଁ ମିଳୁଛି ।
ସେହିପରି ଦ୍ୱିତୀୟ ଭାଗରେ ମଲାଇକା ଏକ ସିଲଭର୍ ଡ୍ରେସରେ ଷ୍ଟେଜରେ ନିଜ କମାଲ ଦେଖାଉଛନ୍ତି । ସୋସିଆଲ ମିଡିଆ ବର୍ତ୍ତମାନ ଏହି ଗୀତ ଟ୍ରେଣ୍ତରେ ରହିଛି ଏବଂ ଖୁବ ଭାଇରାଲ ହେବାରେ ଲାଗିଛି । ଗୁରୁ ରାନ୍ଧୱାଙ୍କୁ ମଧ୍ୟ ମଲାଇକା ଆରୋରାଙ୍କ ସହ ଭିଡିଓରେ ଦେଖିବା ପାଇଁ ମିଳୁଛି । ଏହି ଗୀତକୁ ନିଜେ ରାନ୍ଧୱା ଗାଇଛନ୍ତି
ଉଲ୍ଲେଖନୀୟ କଥା ହେଉଛି, ଗତ ବର୍ଷ ମଲାଇକା ଅରୋରାଙ୍କ ଶୋ'Moving In With Malaika'କୁ ନେଇ ଅଭିନେତ୍ରୀ ଖୁବ ଚର୍ଚ୍ଚାରେ ରହିଥିଲେ । ଏହି ଶୋ'ଜରିଆରେ ସେ OTT'ରେ ଡେବ୍ୟୁ କରିଥିଲେ । ଏହି ଶୋ'ରେ ସେ ତାଙ୍କ ବ୍ୟକ୍ତିଗତ ଠାରୁ ବୃତ୍ତିଗତ ଜୀବନ ପର୍ଯ୍ୟନ୍ତ ଅନେକ ରହସ୍ୟ ଖୋଲିଥିଲେ ଅଭିନେତ୍ରୀ । ଏହି ଶୋ'ରେ ମଲାଇକା ପୂର୍ବତନ ସ୍ୱାମୀ ଅରବାଜ ଖାନଙ୍କ ସହ ଛାଡପତ୍ର ଠାରୁ ଆରମ୍ଭ କରି ପୁଅ ଅରହାନ ଏବଂ ପ୍ରେମିକା ଅର୍ଜୁନ କପୁରଙ୍କ ସହ ଖୋଲାଖୋଲି କଥା ହୋଇଥିଲେ ।












Click it and Unblock the Notifications