For Quick Alerts
Turn On Notification  
For Daily Alerts
Oneindia App Download

ଫିଟନେସ୍ ରାଣୀ ମଲାଇକାଙ୍କ ନୂଆ ରିଆଲିଟି ଶୋ' 'Moving In With Malaika', ଦେଖନ୍ତୁ ଦମଦାର ପ୍ରୋମୋ

ଫିଟନେସ୍ ରାଣୀ ମଲାଇକାଙ୍କ ନୂଆ ରିଆଲିଟି ଶୋ' 'Moving In With Malaika', ଦେଖନ୍ତୁ ଦମଦାର ପ୍ରୋମୋ

|

ମୁମ୍ବାଇ: ଲାଇଲାଇଟ୍ ଯେମିତି ମଲାଇକାଙ୍କ ପିଛା ଛାଡିବା ପାଇଁ ନାରାଜ । ଫିଟନେସ୍, ଷ୍ଟାଇଲ୍, ବ୍ରେକଅପ୍, ପ୍ୟାଚଅପ୍ ,ରିଲେସନସିପ୍ ସବୁକୁ ନେଇ ସେ ରହିଥାନ୍ତି ହେଡଲାଇନରେ । ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ରିଆଲିଟି ଶୋ 'Moving In With Malaika'କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ଅଭିନେତ୍ରୀଙ୍କର ଆଗାମୀ ଶୋ'ର ପ୍ରୋମୋ ମଧ୍ୟ ରିଲିଜ୍ ହୋଇଯାଇଛି । ଡିସେମ୍ବର ୫ରେ ଡିସ୍ନି ପ୍ଲସ୍ ହଟଷ୍ଟାରରେ ମଲାଇକାଙ୍କ ଶୋ' ପ୍ରିମିୟର ହେବାକୁ ଯାଉଛି । କିଛି ଦିନ ପୂର୍ବରୁ, ମଲାଇକା ଏହାର ଏକ ପ୍ରମୋ ମଧ୍ୟ ସେୟାର କରିଥିଲେ, ଯେଉଁଥିରେ ଅଭିନେତ୍ରୀ ତାଙ୍କ ବୟସ, ପୋଷାକ, ପ୍ରେମ ଜୀବନ ଏବଂ ଫ୍ୟାଶନ ବିଷୟରେ ଟିପ୍ପଣୀ ଦେଉଥିବା ଟ୍ରୋଲରମାନଙ୍କୁ କଡା ସଠିକ୍ ଉତ୍ତର ଦେଇଥିଲେ ।

ଏହି ରିଆଲିଟି ଶୋ'ରେ ମଲାଇକା ତାଙ୍କ ଜୀବନର ଅନେକ ଅଜଣା କଥା ବିଷୟରେ ଆଲୋଚନା କରିବେ । ଶେଷ ପ୍ରୋମୋରେ ଅଭିନେତ୍ରୀ ତାଙ୍କ ଅଭିନୟ କ୍ୟାରିୟର ଏବଂ ଚଳଚ୍ଚିତ୍ର ଜୀବନକୁ ନେଇ ଅନେକ ଅଜଣା କଥା ଦର୍ଶକଙ୍କୁ ଜଣାଉଥିବାର ଦେଖିବା ପାଇଁ ମିଳୁଛି । ପ୍ରମୋରେ, ମଲାଇକା ଶୋ'ର ପ୍ରଥମ ଭାଗ ପାଇଁ ସୁଟିଂ କରୁଛନ୍ତି । ମଲାଇକା ନିଜ ଜୀବନର ସଂଘର୍ଷ ଏବଂ କ୍ୟାରିୟର ବିଷୟରେ ଅନେକ ଅଜଣା କଥା ମଧ୍ୟ ଏହି ପ୍ରୋମୋରେ ଉଲ୍ଲେଖ କରିଛନ୍ତି । ତେବେ ଏହି ଶୋ' ମାଧ୍ୟମରେ ଦର୍ଶକ ମଲାଇକାଙ୍କୁ ଅତି ନିକଟରୁ ଜାଣିବାର ସୁଜୋଗ ପାଇବେ ।

Moving In With Malaika
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Malaika Arora Reality Show Promo Out
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X