ମଲାଇକାଙ୍କ ନୂଆ ଶୋ', ରିଲିଜ୍ ହେଲା ଟ୍ରେଲର, କରୀନା କଲେ ପ୍ରଶଂସା
ମଲାଇକାଙ୍କ ନୂଆ ଶୋ', ରିଲିଜ୍ ହେଲା ଟ୍ରେଲର, କରୀନା କଲେ ପ୍ରଶଂସା
ମୁମ୍ବାଇ: ନିକଟରେ ମଲାଇକା ଅରୋରାଙ୍କ ଗର୍ଭବତୀ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ହେଲେ ପରବର୍ତ୍ତୀ ସମୟରେ ନିଜେ ଅର୍ଜୁନ କପୁର ହିଁ ଏହି ଖବରକୁ ମିଥ୍ୟା ବୋଲି କହିଥିଲେ । ଏହା ପରେ ମଲାଇକା ଆରୋରା ପୁଣି ଥରେ ଲାଇମଲାଇଟରେ ରହିଛନ୍ତି । ହେଲେ ଏଥର ସେ ଅର୍ଜୁନ କପୁରଙ୍କ ସହ ନିଜ ପ୍ରେମ ପାଇଁ ନୁହେଁ ବରଂ ନିଜ ନୂଆ ଶୋ'ର ପ୍ରୋମୋ ରିଲିଜକୁ ନେଇ ଚର୍ଚ୍ଚାରେ ଅଛନ୍ତି ।

କିଛି ଦିନ ପୂର୍ବରୁ ଅଭିନେତ୍ରୀ ମଲାଇକା ଅରୋରା ତାଙ୍କ ନୂଆ ସୋ ବିଷୟରେ ସୂଚନା ଦେଇଥିଲେ । ବର୍ତ୍ତମାନ ଏହି ଶୋ'ର ପ୍ରୋମୋ ରିଲିଜ୍ ହୋଇଛି । ମଲାଇକା ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମଧ୍ୟ ଏହି ନୂଆ ପ୍ରୋମୋ ସେୟାର କରିଛନ୍ତି ।
ମଲାଇକାଙ୍କର ଏହି ପ୍ରୋମୋରେ ତାଙ୍କର ଗ୍ଲାମରସ୍, ଷ୍ଟାଇଲ୍ ସବୁ କିଛି ଏକଦମ୍ ପରଫେକ୍ଟ ରହିଛି । ଅଭିନେତ୍ରୀଙ୍କର ବେଶ୍ ବିନଦାସ ଅନ୍ଦାଜ୍ ଦେଖିବା ପାଇଁ ମିଳିଛି । ଏହା ସହିତ ମଲାଇକା ଯୋଗ କରୁଥିବାର ମଧ୍ୟ ନଜର ଆସୁଛନ୍ତି । ପ୍ରୋମୋରେ କରୀନା କପୁର ଖାନ ତାଙ୍କୁ ପ୍ରଶଂସା କରୁଥିବାର ଦେଖିବାକୁ ମିଳୁଛି ସେହିପରି ମଲାଇକା ଫରାହା ଖାନଙ୍କ ସହିତ ତାଙ୍କ ଜୀବନର ଅନେକ ବଡ ନିଷ୍ପତ୍ତି ବିଷୟରେ ଆଲୋଚନା କରୁଥିବାର ଦେଖିବା ପାଇଁ ମିଳୁଛି । ନିଜ ଅତୀତର କଥା କହିବା ସମୟରେ ଅଭିନେତ୍ରୀ ବେଶ୍ ଇମୋସନାଲ୍ ହୋଇପଡୁଛନ୍ତି । ଭିଡିଓ ଶେଷରେ ସେ କହିଛନ୍ତି ମୁଁ ମୋ ଢଙ୍ଗରେ ହିଁ ମୋ ଜୀବନ ବଞ୍ଚିବା ପାଇଁ ପସନ୍ଦ କରେ ।
ମଲାଇକାଙ୍କର ଏହି ଶୋ'ର ନା ରହିଛି 'Moving With Malaika' । ଏହି ଶୋ'ଟି ଡିଜନି ପ୍ଲସ୍ ହଟଷ୍ଟାରରେ ଡିସେମ୍ବର ୫ ତାରିଖରେ ରିଲିଜ୍ ହେବ । ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ମଲାଇକାଙ୍କୁ ଏହି ଶୋ'ଜରିଆରେ ଫ୍ୟାନ୍ସ ଅଧିକ ଭଲ ଭାବରେ ଜାଣିବାର ମୌକା ପାଇବେ ।












Click it and Unblock the Notifications