For Quick Alerts
Turn On Notification  
For Daily Alerts
Oneindia App Download

ଜାଣନ୍ତୁ ଗୋଟେ ଆଇଟମ୍ ସଂଗ ପାଇଁ କେତେ ଡିମାଣ୍ତ କରନ୍ତି ମଲାଇକା

ଜାଣନ୍ତୁ ଗୋଟେ ଆଇଟମ୍ ସଂଗ ପାଇଁ କେତେ ଡିମାଣ୍ତ କରନ୍ତି ମଲାଇକା ଅରୋରା

|

ମୁମ୍ବାଇ: ବଲିଉଡ ଇଣ୍ତଷ୍ଟ୍ରିର ବୋଲ୍ଡ, ହଟ୍ ଏବଂ ଫିଟ୍ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ମଲାଇକା ଅରୋରା ଜଣେ । ତାଙ୍କ ଷ୍ଟାଇଲ୍, ଲୁକ ବେଶ୍ ପ୍ରଶଂସା ସାଉଁଟିଥାଏ । ଏହା ବ୍ୟତୀତ, ମଲାଇକା ଫିଟନେସ୍ ପାଇଁ ନିଜ ଫ୍ୟାନ୍ସଙ୍କୁ ଉତ୍ସାହିତ କରନ୍ତି । କମ ଫିଲ୍ମ କରିବା ସତ୍ୱେ ତାଙ୍କ ଆୟ ବେଶ୍ ଅଧିକ । କିଛି ମିନିଟର ଡ୍ୟାନ୍ସ ପାଇଁ ସେ ନିଅନ୍ତି ମୋଟା ଅଙ୍କର ଟଙ୍କା ।

Malaika Arora

ଗତ ଦୁଇ ଦଶନ୍ଧି ଧରି ମଲାଇକା ଆରୋରା ମନୋରଞ୍ଜନ ଜଗତରେ ବେଶ୍ ଆକ୍ଟିଭ୍ ରହିଛନ୍ତି । ସେ ଚଳଚ୍ଚିତ୍ର କରନ୍ତି ନାହିଁ ସତ ହେଲେ ଗୋଟେ ଆଇଟମ୍ ନମ୍ବର ପାଇଁ ନିଅନ୍ତି ମୋଟା ଅଙ୍କର ଟଙ୍କା । ଏକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ମଲାଇକା ଏକ ଆଇଟମ୍ ଗୀତ ପାଇଁ ପ୍ରାୟ ୧.୫ କୋଟି ଟଙ୍କା ଚାର୍ଜ କରନ୍ତି । ସେ କିଛି ମିନିଟର ଡ୍ୟାନ୍ସ ପାଇଁ ଯେତିକି ଟଙ୍କା ନିୟନ୍ତି କିଛି ଅଭିନେତ୍ରୀ ପୁରା ଫିଲ୍ମ କରିବା ପାଇଁ ପ୍ରାୟ ସେତିକି ଟଙ୍କା ଚାର୍ଚ୍ଚ କରନ୍ତି ।

ମଲାଇକା ଅରୋରାଙ୍କ ଫି' ପ୍ରତିବର୍ଷ ବୃଦ୍ଧି ପାଉଛି । ୨୦୨୧ ମସିହାରେ ମଲାଇକାଙ୍କ ନେଟ୍ ୱର୍ଥ ପ୍ରାୟ ୭୩ କୋଟି ଥିଲା, ଯାହା ୨୦୨୨ ମସିହାରେ ୧୦୦ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଆଇଟମ୍ ନମ୍ବର ବ୍ୟତୀତ, ମଲାଇକା ଅନେକ ଶୋ'ର ଜଜ୍ ଭାବେ ମଧ୍ୟ ନଜର ଆସନ୍ତି । ଏଥି ସହିତ, ସେ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟରୁ ମଧ୍ୟ ବେଶ୍ ଅଧିକ ଆୟ କରନ୍ତି । ଅଭିନେତ୍ରୀ ମଲାଇକା 'ନଚ୍ ବଲିୟେ', 'ଜରା ନଚ୍ କେ ଦିଖା', 'ଝଲକ୍ ଦିଖଲାଜା', 'ଇଣ୍ତିଆସ୍ ଗଟ୍ ଟ୍ୟାଲେଣ୍ଟ୍', ଭଳି ଅନେକ ରିଆଲିଟି ସୋ'ରେ ଜଜ୍ ଭାବେ ନଜର ଆସନ୍ତି । ରିପୋର୍ଟ ଅନୁଯାୟୀ, ସୋ'ର ଗୋଟିଏ ଏପିସୋଡ୍ ପାଇଁ ସେ ପ୍ରାୟ ୮ ରୁ ୯ ଲକ୍ଷ ଟଙ୍କା ଫି' ନିଅନ୍ତି ।

ଆଜିକାଲି ନିଜ ଆଗାମୀ ସୋ' 'Moving In With Malaika'କୁ ନେଇ ବେଶ୍ ଚର୍ଚ୍ଚାରେ ରହିଛନ୍ତି । ଡିସେମ୍ବର ୫, ୨୦୨୨ରୁ ଡିସ୍ନି ପ୍ଲସ୍ ହଟଷ୍ଟାରରେ ଏହି ସୋ ଷ୍ଟ୍ରିମିଂ ହେବ । ଏହା କାର୍ଯ୍ୟକ୍ରମରେ ଅନେକ ବଲିଉଡ କଳାକରଙ୍କୁ ଦେଖିବା ପାଇଁ ମିଳିବ ଯେଉଁ ମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଅନେକ କଥା ଜାଣିବା ପାଇଁ ପାଇବେ ଦର୍ଶକ ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Malaika Arora Net Worth And Fees
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X