ଅଭିନେତ୍ରୀ ମଲାଇକା ଅରୋରାଙ୍କ ପିତା କଲେ ଆତ୍ମହତ୍ୟା
Malaika Arora Father Death News: ମଲାଇକା ଆରୋରାଙ୍କୁ ନେଇ ରହିଛି ଦୁଃଖଦ ଖବର । ଅଭିନେତ୍ରୀଙ୍କ ପିତାଙ୍କ ଦେହାନ୍ତ ହୋଇଛି । କୁହାଯାଉଛି ଯେ ମଲାଇକା ଆରୋରାଙ୍କ ପିତା ଅନିଲ ଆରୋରା ବାନ୍ଦ୍ରାସ୍ଥିତ ତାଙ୍କ ଘରର ଷଷ୍ଠ ମହଲାରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଏହି ଖବର ମଲାଇକା ଆରୋରାଙ୍କ ପରିବାର ଏବଂ ପରିଚିତମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ତାଙ୍କ ପିତାଙ୍କ ଦେହାନ୍ତ ଖବର ପାଇବା ମାତ୍ରେ ଅଭିନେତ୍ରୀ ପୁଣେରୁ ମୁମ୍ବାଇ ଫେରିଥିଲେ । ବର୍ତ୍ତମାନ ମଲାଇକାଙ୍କ ପିତାଙ୍କ ମୃତଦେହ ବାବା ଡାକ୍ତରଖାନାରେ ରଖାଯାଇଛି। ଅନିଲ ଆରୋରା ଆତ୍ମହତ୍ୟା କରିବାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି କଷ୍ଟ ସମୟରେ ମଲାଇକା ଆରୋରାଙ୍କ ପୂର୍ବତନ ସ୍ୱାମୀ ଅରବାଜ ଖାନ ତୁରନ୍ତ ଅଭିନେତ୍ରୀଙ୍କ ଘରେ ପହଞ୍ଚିଥିଲେ। ଏହି ଅଭିନେତା ମଲାଇକାଙ୍କ ଘର ବାହାରେ ପୋଲିସ ସହ କଥା ହେଉଥିବା ଦେଖିବାକୁ ମିଳିଥିଲା। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ନେଇ ପୋଲିସ ପକ୍ଷରୁ ସୂଚନା ଜାରି କରାଯାଇଛି ଏବଂ ବର୍ତ୍ତମାନ ତଦନ୍ତ ଜାରି ରହିଛି । ପୋଲିସର ସୂଚନାନୁସାରେ, ମଲାଇକା ଆରୋରାଙ୍କ ପିତା ଷଷ୍ଠ ମହଲା ଗ୍ୟାଲେରୀରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।
ବାନ୍ଦ୍ରା ପୋଲିସ ଏବଂ କ୍ରାଇମ ବ୍ରାଞ୍ଚ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ହେଲେ ଘଟଣାସ୍ଥଳରୁ ଏପର୍ଯ୍ୟନ୍ତ କୌଣସି ଆତ୍ମହତ୍ୟା ନୋଟ୍ ମିଳିନାହିଁ । ହେଲେ ଖବର ଏହା ମଧ୍ୟ ରହିଛି ଯେ ମଲାଇକାଙ୍କ ପିତା କିଛି ଦିନହେବ ଅସୁସ୍ଥ ଥିଲେ।












Click it and Unblock the Notifications