ଇନଷ୍ଟାଗ୍ରାମରେ ଅର୍ଜୁନ କପୁରଙ୍କ ନ୍ୟୁଡ୍ ଫଟୋ ସେୟାର କଲେ ମଲାଇକା ଅରୋରା
ମୁମ୍ବାଇ:ବିବାଦ ଏବଂ ଟ୍ରୋଲର୍ସ ଯେପରି ମଲାଇକା ଅରୋରାଙ୍କ ପିଛା ଛାଡିବା ପାଇଁ ନାରାଜ । ନିକଟରେ ଅର୍ଜୁନ୍ କପୁରଙ୍କ ଫଟୋ ସେୟାର କରି ସୋସିଆଲ ମିଡିଆରେ ଖୁବ ଟ୍ରୋଲ ହେଉଛନ୍ତି ଅଭିନେତ୍ରୀ । ଇଣ୍ଟରନେଟରେ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି ।
ନିକଟରେ ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ତାଙ୍କ ପ୍ରେମିକ ତଥା ଅର୍ଜୁନ କପୁରଙ୍କର ଏକ ନ୍ୟୁଡ୍ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଥିଲେ । ଏହି ଫଟୋ ଦେଖିବା ପରେ ସୋସିଆଲ ମିଡିଆ ୟୁଜର୍ସ ଉଭୟ ମଲାଇକା ଏବଂ ତାଙ୍କ ପ୍ରେମିକ ଅର୍ଜୁନ କପୁରଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

କେବଳ ଏତିକି ନୁହେଁ, ଉଭୟଙ୍କୁ ନେଇ ଇଣ୍ଟରନେଟରେ ମିମସ୍ ମଧ୍ୟ ସେୟାର କରାଯାଉଛି । ଲୋକମାନେ ଏହି ଷ୍ଟାର କପଲଙ୍କୁ ତୀବ୍ର ସମାଲୋଚନା କରିବା ସହ ପରିହାସ କରୁଛନ୍ତି ।
#MalaikaArora shares #ArjunKapoor almost naked picture on social media
— 𝐌𝐫. 𝐌𝐞𝐦𝐞𝐫 𝐍𝐢𝐤𝐡𝐢𝐥 (@Nikhil_memes) May 29, 2023
Meanwhile Ranbir Singh :- pic.twitter.com/5SRkJ9MgWJ
ଅର୍ଜୁନ୍ କପୁରଙ୍କ ନ୍ୟୁଡ୍ ଫଟୋ
ମଲାଇକା ଅରୋରା ଏବଂ ଅର୍ଜୁନ କପୁର ପ୍ରାୟତଃ ସୋସିଆଲ ମିଡିଆରେ ପରସ୍ପର ସହିତ ରୋମାଣ୍ଟିକ ଫଟୋ ଏବଂ ଭିଡିଓ ପୋଷ୍ଟ କରନ୍ତି । ସୋସିଆଲ ମିଡିଆ ମାଧ୍ୟମରେ ସେ ନିଜ ପ୍ରେମ ଜୀବନ ବିଷୟରେ ପ୍ରଶଂସକଙ୍କୁ ଅପଡେଟ୍ ଦେଇଥାନ୍ତି ।
ନିକଟରେ ମଲାଇକା ଅରୋରା ସୋସିଆଲ ମିଡିଆରେ ଅର୍ଜୁନ କପୁରଙ୍କର ଏକ ନ୍ୟୁଡ୍ ଫଟୋ ପୋଷ୍ଟ କରିଥିଲେ । ଯାହାକୁ ନେଇ ବି-ଟାଉନରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହା ସହ ସୋସିଆଲ ମିଡିଆରେ ଲାଇକ୍, କମେଣ୍ଟର ବର୍ଷା ହେବା ସହ ଟ୍ରୋଲର୍ସ ମଧ୍ୟ ଖୁବ ଆକ୍ଟିଭ୍ ହୋଇଯାଇଛନ୍ତି । ଗର୍ଲଫ୍ରେଣ୍ଡ ମଲାଇକା ଆରୋରା ସେୟାର କରିଥିବା ଫଟୋ ଅର୍ଜୁନ କପୁର ରିପୋଷ୍ଟ କରିଛନ୍ତି ।












Click it and Unblock the Notifications