ପ୍ୟାରିସ୍ରୁ ସାମ୍ନାକୁ ଆସିଲା ମଲାଇକା-ଅର୍ଜୁନଙ୍କ ରୋମାଣ୍ଟିକ୍ ଫଟୋ
ଆସନ୍ତାକାଲି ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ 37ତମ ଜନ୍ମଦିନ। ଜନ୍ମଦିନ ପାଳନ ପାଇଁ ପ୍ୟାରିସରେ ପହଞ୍ଚିଛନ୍ତି ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ ଅର୍ଜୁନ କପୁର ଏବଂ ମଲାଇକା ଆରୋରା । ବର୍ତ୍ତମାନ ନିଜ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଦୁହେଁ ।
ମୁମ୍ବାଇ: ଆସନ୍ତାକାଲି ବଲିଉଡ ଅଭିନେତା ଅର୍ଜୁନ କପୁରଙ୍କ 37ତମ ଜନ୍ମଦିନ। ଜନ୍ମଦିନ ପାଳନ ପାଇଁ ପ୍ୟାରିସରେ ପହଞ୍ଚିଛନ୍ତି ବଲିଉଡର ଚର୍ଚ୍ଚିତ ଲଭ ବାର୍ଡ ଅର୍ଜୁନ କପୁର ଏବଂ ମଲାଇକା ଆରୋରା । ବର୍ତ୍ତମାନ ନିଜ ପ୍ରେମକୁ ସର୍ବସାଧାରଣରେ ପ୍ରକାଶ କରିଛନ୍ତି ଦୁହେଁ । ଏହି ଦମ୍ପତି ମଧ୍ୟ ଚଳିତ ବର୍ଷ ଶେଷରେ ବିବାହ କରିବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଗତକାଲି ଲଭ ବାର୍ଡ ପ୍ୟାରିସ ଯାତ୍ରା କରିଛନ୍ତି । ଆଜି ସେଠାରୁ ଉଭୟ ପରସ୍ପରର ଫଟୋ ସେୟାର କରିଛନ୍ତି ।

ପ୍ରେମିକ ଅର୍ଜୁନ କପୁରଙ୍କ ଜନ୍ମଦିନରେ ମଲାଇକା ଆରୋରା ଏଥର କିଛି ସ୍ପେଶାଲ କରିବାକୁ ଯୋଜନା କରିଛନ୍ତି । ତେବେ ମଲାଇକା ହୁଡିରେ ଅର୍ଜୁନ କପୁରଙ୍କ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ପା ବାହାରେ ଠିଆ ହୋଇଛନ୍ତି ।
ଏହି ଫଟୋ ସେୟାର କରି ମଲାଇକା ଲେଖିଛନ୍ତି, 'ସ୍କିନି' । ଏହି ସମୟରେ ଅର୍ଜୁନ ମଧ୍ୟ ମଲାଇକାଙ୍କ ଏକ ଫଟୋ ସେୟାର କରିଛନ୍ତି । ଏହି ଫଟୋ ସହିତ ଅର୍ଜୁନ ଲେଖିଛନ୍ତି, ତାଙ୍କର ଉତ୍ସାହକୁ ଭଲପାଏ।












Click it and Unblock the Notifications