Malaika-Arjun Breakup: ୫ ବର୍ଷ ପରେ ଏହି କାରଣରୁ ଭାଙ୍ଗିଲା ମଲାଇକା-ଅର୍ଜୁନଙ୍କ ସମ୍ପର୍କ
Malaika-Arjun Breakup: ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ପ୍ରେମ ସମ୍ପର୍କକୁ ଦୀର୍ଘ ଦିନ ହେବେ ଉଭୟ ଲାଇମଲାଇଟରେ ରହିଥିଲେ । 2019 ରେ ଏହି ଦମ୍ପତି ଅଫିସିଆଲି ନିଜ ସମ୍ପର୍କକୁ ନିଶ୍ଚିତ କରିଥିଲେ । ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବା ପାଇଁ ମିଳିଥାଏ । ଏପରିକି ସୋସିଆଲ ମିଡିଆରେ ଏହି ଷ୍ଟାର ଦମ୍ପତ୍ତି ପରସ୍ପର ଉପରେ ପ୍ରେମର ବର୍ଷା କରୁଥିବାର ଦେଖିବାକୁ ମିଳିଥାଏ ।
ହେଲେ ବର୍ତ୍ତମାନ ଖବର ରହିଛି ଯେ, ଏହି ଦମ୍ପତିଙ୍କର ବ୍ରେକଅପ୍ ହୋଇଯାଇଛି । ହେଲେ ଅର୍ଜୁନ କପୁର ଏବଂ ମଲାଇକା ଆରୋରା ଏନେଇ କୌଣସି ସୂଚନା ଦେଇ ନାହିଁନ୍ତି କିନ୍ତୁ ଏକ ରିପୋର୍ଟ ଅନୁଯାୟୀ ଉଭୟେ ପରସ୍ପରଠୁ ଅଲଗା ହୋଇଯାଇଛନ୍ତି । ପିଙ୍କଭିଲାରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ମଲାଇକା ଆରୋରା ଏବଂ ଅର୍ଜୁନ କପୁରଙ୍କ ମଧ୍ୟରେ ସମ୍ପର୍କ ଭାଙ୍ଗି ଯାଇଛି ବୋଲି ଏକ ସୂତ୍ରରୁ ପ୍ରକାଶ। 'ମଲାଇକା ଏବଂ ଅର୍ଜୁନଙ୍କର ଏକ ବିଶେଷ ସମ୍ପର୍କ ଥିଲା । ସମସ୍ତେ ଏହି ଯୋଡିର ବେଶ ପ୍ରଶଂସା ମଧ୍ୟ କରନ୍ତି । ହେଲେ କୌଣସି କାରଣରୁ ଏହି ଦମ୍ପତ୍ତି ପରସ୍ପରଠୁ ଅଲଗା ହେବାରେ ନିଷ୍ପତ୍ତି ନେଇଛନ୍ତି ।

ରିପୋର୍ଟ ଅନୁଯାୟୀ, "ସେମାନଙ୍କର ଦୀର୍ଘ ଦିନର ପ୍ରେମ ସମ୍ପର୍କ ଥିଲା, ଯାହା ବର୍ତ୍ତମାନ ଶେଷ ହୋଇଛି, କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେମାନଙ୍କ ମଧ୍ୟରେ କୌଣସି ତିକ୍ତତା ରହିଛି । ଉଭୟ ପରସ୍ପରକୁ ବହୁତ ସମ୍ମାନ କରନ୍ତି ଏବଂ ପରସ୍ପର ସହମତିରେ ଉଭୟଙ୍କୁଠୁ ଅଲଗା ହେବାର ନିଷ୍ପତ୍ତି ନେଇଛନ୍ତି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, 2019 ରେ ଇଣ୍ତିଆଜ୍ ମୋଷ୍ଟ ୱାଣ୍ଟେଡ୍ ସ୍କ୍ରିନିଂରେ ମଲାଇକା ଆରୋରା ଏବଂ ଅର୍ଜୁନ କପୁର ସେମାନଙ୍କ ସମ୍ପର୍କକୁ ଅଫିସିଆଲ୍ କରିଥିଲେ। ପ୍ରଶଂସକମାନେ ଏହି ଦମ୍ପତିଙ୍କ ବିବାହକୁ ଅପେକ୍ଷା କରିଛନ୍ତି କିନ୍ତୁ ପାଞ୍ଚ ବର୍ଷ ସମ୍ପର୍କରେ ରହିବା ପରେ ସେମାନଙ୍କ ବ୍ରେକଅପ୍ ଖବର ପ୍ରକାଶ ପାଇବା ପରେ ଫ୍ୟାନ୍ସଙ୍କୁ ଝଟକା ଲାଗିଛି । ହେଲେ ମଲାଇକା-ଅର୍ଜୁନଙ୍କର ବର୍ତ୍ତମାନ ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ ।












Click it and Unblock the Notifications